Posted August 27, 2013 by eOdishaOrg Team in Arts & Literature
 
stories of Jadumani || Jadumani Rahasya ||- ଯଦୁମ୍ଣିଙ୍କ ନିର୍ଭିକ ଉତ୍ତର

~: ଯଦୁମ୍ଣିଙ୍କ ନିର୍ଭିକ ଉତ୍ତର :~

ଉପସ୍ଥାପନା :- ସୁନିଲ ପଣ୍ଡା

ରାଜା ବିନାୟକ ସିଂହ ରାଜତ୍ବ କରୁଥିବା ସମୟରେ ନୟାଗଡ ରେ ସୁ-ଶାସନ ଥିଲା | ତାଙ୍କ ଅନ୍ତେ କିଛିଦିନ ଅରାଜକତା ଦେଖାଦେଲା | ତା’ପରେ ତାଙ୍କ ନାତି ଲଡୁକେଶ ନୟାଗଡର ରାଜା ହେଲେ |

ସେ ସମୟରେ ପ୍ରଜାମେଳ ଦେଖାଦେଲା | ଇଂରେଜ ସରକାର ମେଳିର କାରଣ କ’ଣ ଜାଣିବା ପାଇଁ ଚାହିଁଲେ | ହରମୋହନ ଲାଲ ନାମକ ଜଣେ ଉଚ୍ଚ ଅଧିକାରିଙ୍କୁ ସନ୍ଧାନ ନିମନ୍ତେ ପଠାଇଲେ | ଲାଲ ମହୋଦୟ ନୟାଗଡର ଜଣାଶୁଣା ଲୋକମାନଙ୍କୁ କାରଣ କ’ଣ ପଚାରି ତଦନ୍ତ କଲେ | ଯଦୁମଣିଙ୍କୁ ଯେତେବେଳେ ପଚରାଗଲା, ସେ ନିର୍ଭିକ ଉତ୍ତର ଦେଲେ -

”ଗୋଡ ଗାଡ ସସଂର୍ଗରେ ଯେ ପଟୁ

ତାଙ୍କର ସୁନାଖଡୁ ତଟୁ ପଟୁ |

ଶୁଭରେ ଶୁଭ ହୋଇଲା ଦେଖା ତାଙ୍କର ଆଡେଣି ପାଲିଙ୍କି ପଖା | ଏହି ସକାଶରୁ କରି ଯେ, ଛ’ ପ୍ରକାର ଲିଙ୍ଗ ଉଭ୍ଭବ ମେଦିନୀ ହୋଇଗଲା ହତ ଶିରି ଯେ ||”

ଅର୍ଥାତ୍ ଯଦୁମଣି କହିଲେ - ଯେଉଁମାନେ ଗୋଡରେ ଗୋଡ ପୁରାଇ ଲୁଗା ବୁଣନ୍ତି, ସେମାନେ ତନ୍ତି | ସେମାନେ ଅଳ୍ପ ବୁଦ୍ଧିମାନ ହେଲେ ସୁଦ୍ଧା, ରାଜାନୁଗ୍ରହରୁ ସୁନାଖଡୁ ପିନ୍ଧି ବଡଲୋକ ହୋଇଛନ୍ତି | ତଟୁ ଘୋଡା ଚଢୁଚନ୍ତି | ତେଲିମାନେ ରାଜକୀୟ ପାଲିଙ୍କି ଚଢି ଆଡେଣି ପକାଇ, ଆଲଟ ପଙ୍ଖା ବ୍ଯବାହାର କରି ରାଜ୍ୟ ଶାସନ କରୁଛନ୍ତି | ଅର୍ଥାତ୍, ଅନଭିଞ ମୁର୍ଖମାନଙ୍କ ଦ୍ବାରା ଶାସିତ ହେଇଅଛି | ରାଜା ନାମକୁମାତ୍ର ଅଛନ୍ତି | ଏଣୁ ସ୍ବୟଂ ଲଡୁବାବା ଅଧିଷ୍ଠିତ ଏହି ରାଜ୍ୟ ଶ୍ରୀହୀନ ହୋଇଗଲାଣି | ସମ୍ଭ୍ରାନ୍ତ ଲୋକମାନେ ନୀରବ ହେଲେଣି | ଏଣୁ ସ୍ବତଃ ପ୍ରଜା ଅଶାନ୍ତି ଓ ମେଳି ସୃଷ୍ଟି ହେବା କଥା - ତାହାହିଁ ହେଉଛି |

ଲାଲା ମହୋଦୟ ଯଦୁମଣିଙ୍କ କଥା ପ୍ରତି ଅଧିକ ଗୁରୁତ୍ବ ଦେଲେ | ଆଉ କାହା କଥା ଶୁଣିଲେ ନାହିଁ | କଥାର ସତ୍ୟାସତ୍ୟ ପରୀଷ୍ୟା କଲେ | ଏକ ଉପଯୁକ୍ତ ସିଦ୍ଦାନ୍ତରେ ପହଁଚିଲେ ଯେ ଯଦୁମଣି ଯାହା କହୁଛନ୍ତି ବାସ୍ତବରେ ତାହା ଠିକ୍ |

ଲାଲା ମହୋଦୟ ସେହି ଅନୁସାରେ ସରକାରଙ୍କୁ ରିପୋର୍ଟ୍ ଦେଲେ | ରାଜା ଶାସନ ଭିତରେ ମଧ୍ୟ ଯଦୁମଣିଙ୍କର ନିର୍ଭିକତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ |

————————————————————-

ରାଜା ବିନାୟକ ସିଂହ ରାଜତ୍ବ କରୁଥିବା ସମୟରେ ନୟାଗଡ ରେ ସୁ-ଶାସନ ଥିଲା | ତାଙ୍କ ଅନ୍ତେ କିଛିଦିନ ଅରାଜକତା ଦେଖାଦେଲା | ତା’ପରେ ତାଙ୍କ ନାତି ଲଡୁକେଶ ନୟାଗଡର ରାଜା ହେଲେ |

ସେ ସମୟରେ ପ୍ରଜାମେଳ ଦେଖାଦେଲା | ଇଂରେଜ ସରକାର ମେଳିର କାରଣ କ’ଣ ଜାଣିବା ପାଇଁ ଚାହିଁଲେ | ହରମୋହନ ଲାଲ ନାମକ ଜଣେ ଉଚ୍ଚ ଅଧିକାରିଙ୍କୁ ସନ୍ଧାନ ନିମନ୍ତେ ପଠାଇଲେ | ଲାଲ ମହୋଦୟ ନୟାଗଡର ଜଣାଶୁଣା ଲୋକମାନଙ୍କୁ କାରଣ କ’ଣ ପଚାରି ତଦନ୍ତ କଲେ | ଯଦୁମଣିଙ୍କୁ ଯେତେବେଳେ ପଚରାଗଲା, ସେ ନିର୍ଭିକ ଉତ୍ତର ଦେଲେ -

“ଗୋଡ ଗାଡ ସସଂର୍ଗରେ ଯେ ପଟୁ ତାଙ୍କର ସୁନାଖଡୁ ତଟୁ ପଟୁ | ଶୁଭରେ ଶୁଭ ହୋଇଲା ଦେଖା ତାଙ୍କର ଆଡେଣି ପାଲିଙ୍କି ପଖା | ଏହି ସକାଶରୁ କରି ଯେ, ଛ’ ପ୍ରକାର ଲିଙ୍ଗ ଉଭ୍ଭବ ମେଦିନୀ ହୋଇଗଲା ହତ ଶିରି ଯେ ||”

~~~OOOOO~~~

Comments

comments

Powered by Facebook Comments

eOdishaOrg Team

eOdishaOrg Team
eOdisha.Org has emerged as a global platform for Odia language, literature with the vision to take Odia language, literature, culture, recipe, travels and tourism for the Odias worldwide and to promote all hidden beauty of odia n odisha to the beautiful world.