Smruti Ra Sandhya - by Rakesh Ojha || ସ୍ମୃତି ର ସନ୍ଧ୍ୟା - ଲେଖକ ରାକେଶ ଓଝା
ସ୍ମୃତି ର ସନ୍ଧ୍ୟା - ଲେଖକ ରାକେଶ ଓଝା
ସ୍ମୃତି ର ସନ୍ଧ୍ୟା
*—*—*
ବର୍ଷା ର ଏଇ ନିର୍ଜନ ସନ୍ଧ୍ୟା ରେ ..
ମୁଁ ଏକା ବସି ଥାଏ ,
ଅନ୍ଧାର ସହ ବନ୍ଧୁତା କରି,
ସ୍ମୃତି ଆଲୁଅ ରେ
ଦେଖୁଥାଏ ଅଭୁଲା ଅତୀତ କୁ …
ବର୍ତମାନ ରୁ ଲମ୍ବିଥାଏ ଏକ ରାସ୍ତା
ସୁନେଲୀ ଅତୀତ ଆଡେ ,
ଆଉ ଆମେ ହାତ ଧରି ଚାଲି ଥାଉ
ସେ ରାସ୍ତା ରେ ,
ବାଟ ଯାକ ଭେଟି ଭେଟି ,
ଆମେ ବିତେଇଥିବା ଚିରସ୍ଥାଇ ମୁହୁର୍ତ ମାନଂକୁ….
ପହଂଚି ଯାଉ ସେଇ ସମୟ ରେ ,
ଯେଉଁଠାରୁ ହେଇଥିଲା ଆମ ସମ୍ପର୍କ ର ସୃଷ୍ଟି …
ଅଳସି ସନ୍ଧ୍ୟା ର ବୟସ,
ବଢି ବଢି ଯାଏ ..
ହଠାତ୍ ମୁଁ ଦେଖୁଥିବା ସ୍ବପ୍ନ ରୁ
ବାହାରି ଆସେ
ଆଉ ସବୁ ଦିନ ପରି
ମୋ ଏକେଲା ପଣ ର ହାତ ଧରି ,
ବର୍ଷାମୟ ଏଇ ସନ୍ଧ୍ୟା କୁ,
ନିରବ ରେ ବିତେଇ ଦିଏ ….
_______***_____ __
Comments
Tweet
