Jadumani Rahasya - ଦେଖି ମଳ ହଳଦିଆ

~: ଦେଖି ମଳ ହଳଦିଆ :~

ଉପସ୍ଥାପନା :- ସୁନିଲ ପଣ୍ଡା

~~~~~~~~~~~~~~~~~~~~~~~~~~~~~~~~~~~~~~~~~

କବି ଯଦୁମଣିଙ୍କର ଗାଁ ଭିଟାମାଟିରେ ଜଣେ ତେଲି ମହାଜନ ଥାଏ | ସେ ଭାରି କୃପଣ | ପେଟକୁ ଖାଏ ନାହିଁ | କେବଳ ମାଣ୍ଡିଆ ଜାଉ ଓ ଲୁଣ ଲଙ୍କାରେ ତା’ର ଦିନ ଯାଏ | ତା’ର ସ୍ତ୍ରୀ କୁ ମଧ୍ଯ ଅବିଶ୍ବାସ | କାଳେ ତାକୁ ଲୁଚାଇ ସେ ଭଲ ମନ୍ଦ ଖାଉଥିବ | ତେଣୁ ସ୍ତ୍ରୀ ଖାଇବାକୁ ମଧ୍ଯ ଜଗି ବସିଥାଏ |

ସେ ତେଲି ମହାଜନ କାରବାର କରେ | ବେଶୀ ସୁଧ ନିଏ | ବିଚରା ଯଦୁମଣି ବଡ ହଇରାଣ ହେଉଥାନ୍ତି | ଦୁର୍ଭିଖ୍ୟ ଯୋଗୁ ଫସଲ ନଥାଏ | ଯଦୁମଣି ତେଲି ମହାଜନକୁ ଘୃଣା କରୁଥିଲେ ହେଁ - ଅଭାବେ ସ୍ବଭାବ ନଷ୍ଟ ଭଳି କିଛି ତଙ୍କା ଉଧାର ପାଇଁ ତା’ ଦୁଆରକୁ ଗଲେ | ମହାଜନ ତ ଉଧାର ଦେଲା ନାହିଁ… ଓଲଟି ଗାଳିଦେଲା |

ଯଦୁମଣି ରାଗିଗଲେ | ହେଲେ ସେ ବା ମହାଜନଙ୍କୁ ଇତର ଲୋକ ପରି କ’ଣ ଗଳି କରିବେ | ପଦେ ଗୀତ ଲେଖି ସାହିର ବଗୁଲିଆ ଟୋକାଙ୍କୁ ଶିଖାଇ ଦେଲେ -

 

“ଘଣାରେ ଶାବଳ ଦିଆ

ଯାତି ଗୀତି ବଳଦିଆ,

ଭାରିଯାକୁ ବୋଲେ ଘରୁ ତୁ ବାହାରି ଯା,

ଦେଖି ମଳ ହଳଦିଆ |”

ପିଲାଏ ମହାଜନ ଯିବା ଆସିବା ବାଟରେ ଏ ଗୀତ ଗାଇଲେ | ମହାଜନ ଲଜ୍ଜିତ ହେଲେ ଆଉ ଜାଣିଲେ ଏ କାମ ନିଶ୍ଚୟ ଯଦୁମଣିର | ସେଦିନ ଯଦୁମଣିଙ୍କ ନିକଟକୁ ଯାଇ ଖ୍ଯମା ମାଗିଲେ | ସେହିଦିନଠାରୁ ସେ ତାଙ୍କ ସହିତ ବନ୍ଧୁ ବାନ୍ଧିଲେ | ସମୟ ଅସମୟରେ ଯଦୁମଣିଙ୍କୁ ଧାର ଉଧାର ଦେଲେ |

ନିକିତି ତଉଲ ସାନ ବଡ କୁ
ଭାରୀ ହୁଏ ଯିଏ ରହେ ତଳକୁ

~~~~~OOOOO~~~~~

Comments

comments

Tweet

eOdishaOrg Team
eOdisha.Org has emerged as a global platform for Odia language, literature with the vision to take Odia language, literature, culture, recipe, travels and tourism for the Odias worldwide and to promote all hidden beauty of odia n odisha to the beautiful world.

Trackbacks/Pingbacks

  1. stories of Jadumani || Jadumani Rahasya - ଦେଖି ମଳ ହଳଦିଆ | eOdisha.OrgeOdisha.Org - August 27, 2013

    […] stories of Jadumani || Jadumani Rahasya - ଦେଖି ମଳ ହଳଦିଆ […]

Leave a Reply