stories of Jadumani || Jadumani Rahasya – ଦେଖି ମଳ ହଳଦିଆ
~: ଦେଖି ମଳ ହଳଦିଆ :~stories of Jadumani || Jadumani Rahasya – ଦେଖି ମଳ ହଳଦିଆ
ଉପସ୍ଥାପନା :- ସୁନିଲ ପଣ୍ଡା
~~~~~~~~~~~~~~~~~~~~~~~~~~~~~~~~~~~~~~~~~
କବି ଯଦୁମଣିଙ୍କର ଗାଁ ଭିଟାମାଟିରେ ଜଣେ ତେଲି ମହାଜନ ଥାଏ | ସେ ଭାରି କୃପଣ | ପେଟକୁ ଖାଏ ନାହିଁ | କେବଳ ମାଣ୍ଡିଆ ଜାଉ ଓ ଲୁଣ ଲଙ୍କାରେ ତା’ର ଦିନ ଯାଏ | ତା’ର ସ୍ତ୍ରୀ କୁ ମଧ୍ଯ ଅବିଶ୍ବାସ | କାଳେ ତାକୁ ଲୁଚାଇ ସେ ଭଲ ମନ୍ଦ ଖାଉଥିବ | ତେଣୁ ସ୍ତ୍ରୀ ଖାଇବାକୁ ମଧ୍ଯ ଜଗି ବସିଥାଏ |
ସେ ତେଲି ମହାଜନ କାରବାର କରେ | ବେଶୀ ସୁଧ ନିଏ | ବିଚରା ଯଦୁମଣି ବଡ ହଇରାଣ ହେଉଥାନ୍ତି | ଦୁର୍ଭିଖ୍ୟ ଯୋଗୁ ଫସଲ ନଥାଏ | ଯଦୁମଣି ତେଲି ମହାଜନକୁ ଘୃଣା କରୁଥିଲେ ହେଁ – ଅଭାବେ ସ୍ବଭାବ ନଷ୍ଟ ଭଳି କିଛି ତଙ୍କା ଉଧାର ପାଇଁ ତା’ ଦୁଆରକୁ ଗଲେ | ମହାଜନ ତ ଉଧାର ଦେଲା ନାହିଁ… ଓଲଟି ଗାଳିଦେଲା |
ଯଦୁମଣି ରାଗିଗଲେ | ହେଲେ ସେ ବା ମହାଜନଙ୍କୁ ଇତର ଲୋକ ପରି କ’ଣ ଗଳି କରିବେ | ପଦେ ଗୀତ ଲେଖି ସାହିର ବଗୁଲିଆ ଟୋକାଙ୍କୁ ଶିଖାଇ ଦେଲେ –
“ଘଣାରେ ଶାବଳ ଦିଆ
ଯାତି ଗୀତି ବଳଦିଆ,
ଭାରିଯାକୁ ବୋଲେ ଘରୁ ତୁ ବାହାରି ଯା,
ଦେଖି ମଳ ହଳଦିଆ |”
ନିକିତି ତଉଲ ସାନ ବଡ କୁ
ଭାରୀ ହୁଏ ଯିଏ ରହେ ତଳକୁ
ପିଲାଏ ମହାଜନ ଯିବା ଆସିବା ବାଟରେ ଏ ଗୀତ ଗାଇଲେ | ମହାଜନ ଲଜ୍ଜିତ ହେଲେ ଆଉ ଜାଣିଲେ ଏ କାମ ନିଶ୍ଚୟ ଯଦୁମଣିର | ସେଦିନ ଯଦୁମଣିଙ୍କ ନିକଟକୁ ଯାଇ ଖ୍ଯମା ମାଗିଲେ | ସେହିଦିନଠାରୁ ସେ ତାଙ୍କ ସହିତ ବନ୍ଧୁ ବାନ୍ଧିଲେ | ସମୟ ଅସମୟରେ ଯଦୁମଣିଙ୍କୁ ଧାର ଉଧାର ଦେଲେ |
~~~~~OOOOO~~~~~