Posted August 29, 2013 by eOdishaOrg Parivaar in Sahitya
 
 

stories of Jadumani || Jadumani Rahasya ||-ରାଜଗୁରୁଙ୍କୁ ଆମ୍ବୁଲ ମଗା

~: ରାଜଗୁରୁଙ୍କୁ ଆମ୍ବୁଲ ମଗା :~

stories of Jadumani

stories of Jadumani

ଉପସ୍ଥାପନା :- ସୁନିଲ ପଣ୍ଡା

ଯଦୁମଣିଙ୍କୁ ସୋରିଷବଟା ମାଛ ଝୋଳ ବହୁତ ଭଲ ଲାଗେ | ମାତ୍ର ସୋରିଷ ଝୋଳରେ ଆମ୍ବୁଲ ଦି’ଖଣ୍ଡ ପଦିଲେ ତା’ର ସ୍ବାଦ ବହୁତ ବଢିଯାଏ | ସେ ବର୍ଷ ଆମ୍ବ ଭଲ ନ ଫଳିବାରୁ ଘରେ ଘରେ ଅମ୍ବୁଲ ରଖି ପାରିନଥାନ୍ତି | କେବଳ ଘରୁଆମାନେ ଯାହାକିଛି ବଣାରେ ସାଇତି ରଖିଥାନ୍ତି |

ଯଦୁମଣିଙ୍କୁ ଦିନେ ତାଙ୍କ ପତ୍ନି ଅଞ୍ଜନା ଡାକି କହିଲେ - ହଇହୋ, ଘରେ ଆମ୍ବୁଲ ଖଣ୍ଡେ ନାହିଁ… କେଉଁଠୁ ଆଣନ୍ତ ନାହିଁ ! ମାଛଝୋଳ ସାକର କେମିତି ହେବ ?

କବିଙ୍କ ମନରେ କଥାଟା ଥାଏ | ରାଜଗୁରୁଙ୍କ ଚୌପାଢୀରେ ପହଞ୍ଚି କବି ଗାଇଲେ-

“ ଅଚ୍ୟୁତି ଖଣ୍ଡା ଚ୍ୟୁତ ହୋଇଥିବ,

ଆନନ୍ଦ ମୂଳକ ଦି’ଖଣ୍ଡ ମିଳିବ |”

ଏକଥା ଶୁଣି ରାଜଗୁରୁ ହସିଲେ | ସଙ୍ଗେ ସଙ୍ଗେ ଦୁଇଟି ଆମ୍ବୁଲ ବଣା ଯଦୁମଣିଙ୍କ ଘରକୁ ପଠାଇ ଦେବା ନିମନ୍ତେ ଚାକରକୁ ଆଦେଶ ଦେଲେ | ଯଦୁମଣି ସେଠାରୁ ରାଜ ନଅର ଆଡକୁ ମୁହାଁଇଲେ | ସେଠାରେ ବସିଥିବା ଲୋକମାନେ କିଛି ବୁଝି ପାରିଲେ ନାହିଁ | ରହସ୍ୟ କଣ ଜାଣିବା ପାଇଁ ଚାହିଁଲେ |

ଲୋକେ ପଚାରିଲେ ଗୋସାଇଁ ମହାପ୍ରଭୁ, ଯଦୁମଣି କ’ଣ କହିଲେ କି ?

ରାଜଗୁରୁ ହସିହସି ବୁଝାଇ ଦେଲେ- ଏଇ କଥା ବୁଝି ପାରିଲ ନାହିଁ | ଅଚ୍ୟୁତ ଅର୍ଥ ବିଷ୍ଞୁ, ତାଙ୍କର ଖଣ୍ଡା ହେଉଛି ନନ୍ଦକ | ‘ଆନନ୍ଦ ମୂଳକ’ ରୁ ଚନ୍ଦନ ଚ୍ୟୁତ ହୋଇଲେ ରହିଲା ଆମୂଳ | ଆମୂଳ ଅର୍ଥ ଆମ୍ବୁଲ, ଅର୍ଥାତ୍ ସେ ଆମ୍ବୁଲ ଦୁଇ ଖଣ୍ଡ ମାଗୁଥିଲେ |

ସମସ୍ତେ ଏକଥା ଶୁଣି ହୋ ହୋ ହୋଇ ହସିଲେ | ‘ଏମନ୍ତ କଥା’ ଆମ୍ବୁଲ ଦିଖଣ୍ଡ ପାଇଁ ଏତେ ପାଣ୍ଡିତ୍ୟ | ଧନ୍ୟ ଧନ୍ୟ ଯଦୁମଣି |

~~~ooooo~~~


eOdishaOrg Team

 
eOdishaOrg Team
eOdisha.Org has emerged as a global platform for Odia language, literature with the vision to take Odia language, literature, culture, recipe, travels and tourism for the Odias worldwide and to promote all hidden beauty of odia n odisha to the beautiful world.