mini-banner-gif

stories of Jadumani || Jadumani Rahasya ||-ରାଜଗୁରୁଙ୍କୁ ଆମ୍ବୁଲ ମଗା

Spread the love

~: ରାଜଗୁରୁଙ୍କୁ ଆମ୍ବୁଲ ମଗା :~

 jadumani

ଯଦୁମଣିଙ୍କୁ ସୋରିଷବଟା ମାଛ ଝୋଳ ବହୁତ ଭଲ ଲାଗେ | ମାତ୍ର ସୋରିଷ ଝୋଳରେ ଆମ୍ବୁଲ ଦି’ଖଣ୍ଡ ପଦିଲେ ତା’ର ସ୍ବାଦ ବହୁତ ବଢିଯାଏ | ସେ ବର୍ଷ ଆମ୍ବ ଭଲ ନ ଫଳିବାରୁ ଘରେ ଘରେ ଅମ୍ବୁଲ ରଖି ପାରିନଥାନ୍ତି | କେବଳ ଘରୁଆମାନେ ଯାହାକିଛି ବଣାରେ ସାଇତି ରଖିଥାନ୍ତି |

ଯଦୁମଣିଙ୍କୁ ଦିନେ ତାଙ୍କ ପତ୍ନି ଅଞ୍ଜନା ଡାକି କହିଲେ – ହଇହୋ, ଘରେ ଆମ୍ବୁଲ ଖଣ୍ଡେ ନାହିଁ… କେଉଁଠୁ ଆଣନ୍ତ ନାହିଁ ! ମାଛଝୋଳ ସାକର କେମିତି ହେବ ?

କବିଙ୍କ ମନରେ କଥାଟା ଥାଏ | ରାଜଗୁରୁଙ୍କ ଚୌପାଢୀରେ ପହଞ୍ଚି କବି ଗାଇଲେ-

“ ଅଚ୍ୟୁତି ଖଣ୍ଡା ଚ୍ୟୁତ ହୋଇଥିବ,

ଆନନ୍ଦ ମୂଳକ ଦି’ଖଣ୍ଡ ମିଳିବ |”

ଏକଥା ଶୁଣି ରାଜଗୁରୁ ହସିଲେ | ସଙ୍ଗେ ସଙ୍ଗେ ଦୁଇଟି ଆମ୍ବୁଲ ବଣା ଯଦୁମଣିଙ୍କ ଘରକୁ ପଠାଇ ଦେବା ନିମନ୍ତେ ଚାକରକୁ ଆଦେଶ ଦେଲେ | ଯଦୁମଣି ସେଠାରୁ ରାଜ ନଅର ଆଡକୁ ମୁହାଁଇଲେ | ସେଠାରେ ବସିଥିବା ଲୋକମାନେ କିଛି ବୁଝି ପାରିଲେ ନାହିଁ | ରହସ୍ୟ କଣ ଜାଣିବା ପାଇଁ ଚାହିଁଲେ |

ଲୋକେ ପଚାରିଲେ ଗୋସାଇଁ ମହାପ୍ରଭୁ, ଯଦୁମଣି କ’ଣ କହିଲେ କି ?

ରାଜଗୁରୁ ହସିହସି ବୁଝାଇ ଦେଲେ- ଏଇ କଥା ବୁଝି ପାରିଲ ନାହିଁ | ଅଚ୍ୟୁତ ଅର୍ଥ ବିଷ୍ଞୁ, ତାଙ୍କର ଖଣ୍ଡା ହେଉଛି ନନ୍ଦକ | ‘ଆନନ୍ଦ ମୂଳକ’  ରୁ ଚନ୍ଦନ ଚ୍ୟୁତ ହୋଇଲେ ରହିଲା ଆମୂଳ | ଆମୂଳ ଅର୍ଥ ଆମ୍ବୁଲ, ଅର୍ଥାତ୍ ସେ ଆମ୍ବୁଲ ଦୁଇ ଖଣ୍ଡ ମାଗୁଥିଲେ |

ସମସ୍ତେ ଏକଥା ଶୁଣି ହୋ ହୋ ହୋଇ ହସିଲେ | ‘ଏମନ୍ତ କଥା’ ଆମ୍ବୁଲ ଦିଖଣ୍ଡ ପାଇଁ ଏତେ ପାଣ୍ଡିତ୍ୟ | ଧନ୍ୟ ଧନ୍ୟ ଯଦୁମଣି |

~~~ooooo~~~