ଉତ୍କଳ ଘଣ୍ଟ କବି ଯଦୁମଣି ମହାପାତ୍ର #Nayagarh
ଉତ୍କଳ ଘଣ୍ଟ କବି ଯଦୁମଣି ମହାପାତ୍ର। #Nayagarh
କୌଣସି ସମ୍ଭ୍ରାନ୍ତ ପରିବାର ରେ ଜନ୍ମ ହୋଇନଥିଲେ ମଧ୍ୟ ନିଜର ଅଧ୍ୟବସାୟ ଓ ପ୍ରବଳ ଜ୍ଞାନ ପିପାସୁ ପାଇଁ ତାଙ୍କ କାବ୍ୟ, କବିତା, ଚିତ୍ର କଳା ଦିଗରେ କାଳ କାଳ କୁ ଅଜୟ , ଅମର କରି ଦେଇଛି। ହାସ୍ୟ ରସ ପୂର୍ଣ କବିତା ମାଧ୍ୟମରେ ତତ୍କାଳୀନ ସମୟ ରେ ରାଜା ଙ୍କ ଦୋଷ ଦୁର୍ବଳତା କୁ ସେ ଭାରି ନିଖୁଣ ଭାବରେ ବର୍ଣନା କରୁଥିଲେ।
ଆଶ୍ଚର୍ଯ୍ୟ ର ବିଷୟ ଯେଉଁ ସମୟରେ କଥା କଥା ରେ ସାମାନ୍ୟ ଦୋଷ ତ୍ରୁଟି ପାଇଁ ରାଜା ମୁଣ୍ଡ କାଟ ପାଇଁ ଆଦେଶ ଦେଉଥିଲେ ; ସେଇ ସମୟରେ ସେ ରାଜା ଙ୍କ ଆଗରେ ମୁଣ୍ଡ ଟେକି ଆଶୁ କବିତା ମଧ୍ୟମରେ ଜବାବ ଦେଉଥିଲେ। ତାଙ୍କ ତୀକ୍ଷ୍ଣ ବୁଦ୍ଧିମତା, ନିର୍ଭୀକତା ପାଇଁ ସେ ନୟାଗଡ ରାଜା ବିନୟ ସିଂହ ମାନଧାତା ଙ୍କ ରାଜ ଉପଦେଷ୍ଟା ବା ବ୍ୟକ୍ତିଗତ ବନ୍ଧୁ ଥିଲେ ଏବଂ ରାଜା ଙ୍କ ହାସ୍ୟ ରସିକ କବି ଥିଲେ। ଏଥି ସହିତ ଖଣ୍ଡପଡା, ରଣପୁର ଓ ଦଶପଲ୍ଲା ରାଜା ଙ୍କ ନିମନ୍ତ୍ରଣ ପାଇ ସାହିତ୍ୟ ଚର୍ଚ୍ଚା ନିମନ୍ତେ ସେ ଦରବାର କୁ ଯାଉଥିଲେ।

ଆଜିକୁ ପ୍ରାୟ ୨୦୦ ବର୍ଷ ପୂର୍ବେ ଯେବେ ରାଜା ଙ୍କ ମୁଖନିସୃତ କଥା ହିଁ ଥିଲା ଆଇନ, ସେ ସମୟରେ ଯଦୁମଣି ରାଜା ଙ୍କୁ ବ୍ୟଙ୍ଗ ଜରିଆ ରେ ମୁହେଁ ମୁହେଁ ସମାଲୋଚନା କରିବାକୁ ଭୟ କରୁନଥିଲେ। ରାଜା ମଧ୍ୟ ଯଦୁମଣି ଙ୍କ ପରାମର୍ଶ ଲୋଡ଼ିବା ସହ ତାଙ୍କୁ ଖାତିର କରୁଥିଲେ। ସେ ପ୍ରଭୁ ରାମଚନ୍ଦ୍ର ଙ୍କୁ ନେଇ କାବ୍ୟ ରଚନା କରିଥିଲେ “ରାଘବ ବିଳାସ” ଓ କୃଷ୍ଣ ଙ୍କୁ ନେଇ “ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର” ଯାହା ଓଡ଼ିଆ ସାହିତ୍ୟ ଜଗତ କୁ ତାଙ୍କର ସର୍ବ ଶ୍ରେଷ୍ଠ କୃତି।
ରଣପୁର ରାଜା ଙ୍କୁ ଦେଖାଇ ଗାଇଥିଲେ,”ଅନ୍ଧ ଦେଶ କୁ ଗଲି ଦର୍ପଣ ବିକି, କନ୍ଧ ହାତରେ ଦେଲି ଗୋଦାନ ଟେକି। ଜଡ଼ା-ମଧୁରେ ଖଡା କଲି ରନ୍ଧନ , କାମୁଡ଼ା ଘୋଡା ମୁଁଖେ ଦେଲି ଚୁମ୍ବନ।ହେ ରାଜା କି କଲ,ବିଷ୍ଣୁ ପ୍ରତିମାକୁ ତଳେ ଥୋଇଲ? “
ଦଶପଲ୍ଲା ରାଜା ଙ୍କୁ କଟାକ୍ଷ କରି ଆବୃତି କରି ଥିଲେ , ” କୁଞ୍ଜବନେ ଜଗନ୍ନାଥ ନହେବ ଗୋସାଇଁ, ରଥ ବୋଲି ଭଣ୍ଡି ନେବ ଶଗଡେ ବସାଇ। ଭୋଗ ବୋଲି ଖଞ୍ଜି ଦେବେ କଡିକିଆ ମୁଆଁ, ଧୂପ ବୋଲି ମାଡ଼ି ଦେବେ ନିଆଁ ଖୁଣ୍ଟା ଧୂଆଁ।”
ଖଣ୍ଡପଡା ରାଜା ଙ୍କୁ ଦେଇଥିଲେ ଜବାବ, “ନିକିତି ତଉଲ ସାନ ବଡକୁ, ଭାରି ହୁଏ ଯେହୁ ସିଏ ରହେ ତଳକୁ”।
ଆଜି ସେ ମହାନ ଆତ୍ମାଙ୍କ ପାଇଁ କେବଳ ଯେ ନୟାଗଡ ମାଟି ଗର୍ବିତ ତାହା ନୁହେଁ,ଓଡ଼ିଶା ମାଟି ମଧ୍ୟ ଗର୍ବିତ।
© ତଥ୍ୟ ଉପସ୍ଥାପକ:- ଦତ୍ତାତ୍ରେୟ ପଣ୍ଡା
eodishaorg #Nayagada #nayagarh #jadumani