ଶ୍ରୀମନ୍ଦିର ର ବରିଷ୍ଠ ଦାଇତାପତି ସେବାୟତ ତଥା ମା ସୁଭଦ୍ରା ଙ୍କ ବାଡ଼ଗ୍ରାହୀ ସେବକ ଶ୍ରୀ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ପରଲୋକ
Spread the love
ଶ୍ରୀମନ୍ଦିର ର ବରିଷ୍ଠ ଦାଇତାପତି ସେବାୟତ ତଥା ମା ସୁଭଦ୍ରା ଙ୍କ ବାଡ଼ଗ୍ରାହୀ ସେବକ ଶ୍ରୀ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ବିୟୋଗରେ ମୁଁ ଗଭୀର ଦୁଃଖିତ ଓ ମର୍ମାହତ l

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ l ନିକଟରେ ହାଇଟେକ୍ ରୁ କରୋନା ଚିକିତ୍ସା ହୋଇ ପୁରୀ ଫେରିଥିଲେ ଓ ଚିକିତ୍ସା ଉପରାନ୍ତେ ସାତ ଦିନିଆ ସଙ୍ଗରୋଧରେ ଥିଲେ!
ପ୍ରେମାନନ୍ଦ ଦାସମହାପାତ୍ର ଥିଲେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଏବଂ ଦଇତାପତି ନିଯୋଗର ସମ୍ପାଦକ ଥିଲେ।
କାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ଅଣାଯିବା ସତ୍ତ୍ବେ ଆଜି ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଛି।