ମୁଁ ଶ୍ରୀମନ୍ଦିର କହୁଛି – ଉପସ୍ଥାପନା ଶରଣାବିନ୍ଦ ଓଝା

Spread the love

ମୁଁ ଶ୍ରୀମନ୍ଦିର କହୁଛି – ଉପସ୍ଥାପନା ଶରଣାବିନ୍ଦ ଓଝା

ମୁଁ ଶ୍ରୀମନ୍ଦିର।
ମୁଁ ଦେଖିଛି ଏ ଜାତିର ଗାରିମାମୟ ଉତ୍ଥାନ।
ମୁଁ ଦେଖିଚି କେମିତି ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ପାଇଁ ଏ ଜାତି ସମର୍ପି ଦେଇଥିଲା ନିଜର ବୟସ ,ବିଶ୍ୱାସ ଆଉ ଆୟୁଷ ମାନ।
ନିଜେ ଚାକୁଣ୍ଡା ପତ୍ରରେ ଭୋକ ମାରି କ୍ଷୀରି- ପୁରୀ ଖୁଆଇଥିଲା ତା ମହାପ୍ରଭୁଙ୍କୁ।ନିଜେ ଲୁହ ପିଇ ଗୋଟେ କାଠଖଣ୍ଡ ପାଇଁ ବାଢି ଦେଉଥିଲା ଟଙ୍କତୋରାଣି।
କେମିତି ମୋ ମାଟିର ଗଜପତିସବୁ ମୋର ସୁରକ୍ଷା ପାଇଁ ନିଜକୁ ଠେଲି ଦେଇଥିଲେ ନଅ ନର୍କର ଦୁଃଖକୁ।ନା ନା ନର୍କ ନୁହଁ, ପୁତି ଗଂଧମୟ ପାତାଳକୁ।
ଶ୍ରୀଛାମୁରେ ପ୍ରାର୍ଥନା କରି କହୁଥିଲେ- ଛାମୁହେ! ପଛେ ଭାଙ୍ଗିଯାଉ ମୋ ଶ୍ରୀନଅର।

ମୁଁ ଶ୍ରୀମନ୍ଦିର କହୁଛି - Upastapana Saranarabinda Ojha
ମୁଁ ଶ୍ରୀମନ୍ଦିର କହୁଛି – Upastapana Saranarabinda Ojha


ଧ୍ୱସ୍ତ ହେଉ ମୋ ପ୍ରଶସ୍ଥ ବାରବାଟୀ।
ମୋଗଲ-ମରାଠା ଆଉ ଆଫ୍ଗାନିଙ୍କ ତୋପରେ ପଛେ ଉଜୁଡି ଯାଉ ଏ ଚଣ୍ଡାଳ ସେବକ ଗଜପତିର ଛାତି।
କିନ୍ତୁ ବଂଚିରୁହ ତମେ।
ବଂଚିରହୁ ଏ ଓଡ଼ିଆ ଜାତି।
କାହା ବାଡ଼ିରେ ପହିଲି ନଡିଆଟିଏ ଫଳିଲେ ସେ ଗରୁଡ଼ ପଛରେ ଥାଇ ସମର୍ପି ଦେଉଥାଉ ତୁମକୁ।ମୋ ବଡ଼ପୁଅ ପଛେ ନଖାଇଲେ ନାହିଁ ହେ ମଣିମା,ମୋ ବାଡିର ପହିଲି ନଡ଼ିଆ ତୁମେ ଖାଅ ।
କାହା ବାହାପୁଆଣିରେ ପହିଲି ବନ୍ଧୁ ହେଇ ଏ ଜାତିର ପହିଲି ଗୁଆ ତମେ ନିଅ।
ସବୁ ଓଡ଼ିଆ ପିଲାଙ୍କ ଏକୋଇଶିଆରେ ଠିଆ ହେଇଥାଅ ସତ୍ୟନାରାୟଣ ହେଇ।
ଏକାଦଶାହ ରେ ବାଣ୍ଟୁଥାଅ ତୁମ ମହାପ୍ରସାଦ।
ମୁକ୍ତି ପାଇଁ କୋଉ ଗଙ୍ଗା କି ଗୟା ନୁହଁ, ତୁମ ବାଇଶି ପାହାଚରେ ଗଡେଇ ଦେଉଥାଅ ଆମ ପୂର୍ବସୁରୀଙ୍କୁ।ଆମ ବୋପା ଅଜା ଚଉଦ ପୁରୁଷଙ୍କୁ।
ଓଃ କି ଅସମ୍ଭବ ପ୍ରିତୀ ଏ ଜାତିର! ଗୋଟେ କାଠଗଡ଼ ପାଇଁ।
ଦେଖିଚି।
ସବୁ ମୁଁ ଦେଖିଚି।
ଏବେ ମୁଁ କହିବି।ଏ ପଥର ଦେଉଳ କହିବା ଆରମ୍ଭ କରିବ ତା ଅତୀତର କଥା।
ଦେଖିବାକୁ ଭୁଲିବେନି।
ଖୁବଶୀଘ୍ର …
ରଙ୍ଗଭରା ତରଙ୍ଗର ପରଦାରେ।

ଶ୍ରୀମନ୍ଦିର


Proud Odia

No comments.

Leave a Reply