ଶାରୋଳ ଚଣ୍ଡି – ଶ୍ରୀ ପଞ୍ଚମୀ ବିଶେଷ

Spread the love

ଜଗତ ମାତାଙ୍କ ତ୍ରିଗୁଣମୟୀ ସ୍ବରୂପ- ମହାକାଳୀ,ମହାଲକ୍ଷ୍ମୀ ଓ ମହାସରସ୍ୱତୀ ଙ୍କୁ ନେଇ ଗଠିତ l ଦଶ ମହାବିଦ୍ୟା ଅନ୍ତର୍ଗତ ଦେବୀ ମାତଙ୍ଗୀ ଏକା ଧାରାରେ ବିଦ୍ୟା ପ୍ରଦାୟିନୀ,ବାକ୍ୟଦେବୀ, ଭାଷା ଭାରତୀ ତଥା ତାନ୍ତ୍ରିକ ସରସ୍ୱତୀ ରୂପେ ବିଶ୍ବ ବନ୍ଦନିୟା l

ଭାରତବର୍ଷ ରେ ବାକ୍ ଦେବୀ ପୀଠ ର ଦୃଷ୍ଟାନ୍ତ ଅତ୍ୟନ୍ତ ବିରଳ ହେଲେ ହେଁ ଉତ୍କଳ ପ୍ରଦେଶସ୍ଥ ଝଙ୍କଡ ବାସିନୀ ମାଆ ଶାରଳାଙ୍କ ଧାମ ସ୍ୱତନ୍ତ୍ରତା ବହନ କରେ l ଏହି ପୀଠରେ ମାତା ଅଷ୍ଟଭୁଜା, ଚତୁର୍ଭୂଜା  ତଥା ଦ୍ୱିଭୁଜା ବେଶ ମଣ୍ଡି ସିଂହାସନ ଉପରେ ତିନୋଟି ପ୍ରତିମାରେ ପୂଜା ପାଉଛନ୍ତି l

ଜଗତ ମାତାଙ୍କ ତ୍ରିଗୁଣମୟୀ ସ୍ବରୂପ- ମହାକାଳୀ,ମହାଲକ୍ଷ୍ମୀ ଓ ମହାସରସ୍ୱତୀ ଙ୍କୁ ନେଇ ଗଠିତ l ଦଶ ମହାବିଦ୍ୟା ଅନ୍ତର୍ଗତ ଦେବୀ ମାତଙ୍ଗୀ ଏକା ଧାରାରେ ବିଦ୍ୟା ପ୍ରଦାୟିନୀ,ବାକ୍ୟଦେବୀ, ଭାଷା ଭାରତୀ ତଥା ତାନ୍ତ୍ରିକ ସରସ୍ୱତୀ ରୂପେ ବିଶ୍ବ ବନ୍ଦନିୟା l

ସାରା ପୃଥିବୀ ର କ୍ଷତ୍ରୀୟ ବଧ ପାପ ମୋଚନ ନିମନ୍ତେ ପର୍ଶୁରାମ ସମସ୍ତ ପୁଣ୍ୟତୀର୍ଥ ସମୂହ ରେ ସ୍ନାନ କରୁଥିବା ସମୟରେ ଏକଦା ନଦୀ ଚନ୍ଦ୍ରଭାଗା କୂଳରେ ପହଞ୍ଚିଗଲେ ଆଉ ଏକ ବଟବୃକ୍ଷ ରେ ନିଜ ଧନୁ କୁ ଭରା ଦେଇ ସ୍ନାନ କରିବାକୁ ଗଲେ l ସ୍ନାନ ସାରି ଆସି ଦେଖିଲେ ଯେ ସେ ସ୍ଥାନର ଭୂମି ଅକ୍ଷୁର୍ଣ୍ଣ ରହିଛି,ଆଶ୍ଚର୍ଯ୍ୟ ଚକିତ ହେଇଗଲେ ପର୍ଶୁରାମ l କୌତୁହଳ ପରବଶ ହୋଇ ନିଜ ଶର ମୁନରେ ସେ ଭୂମି କୁ ବିଦାରଣ କଲାପରେ ଦେବୀଙ୍କ ଶକ୍ତି ସ୍ବରୂପା ମୂର୍ତ୍ତୀ ର ଦର୍ଶନ ପାଇଲେ ଆଉ ପ୍ରତିଷ୍ଠା କଲେ ଝଙ୍କଡ ଶକ୍ତିପୀଠ l

ଓଡ଼ିଆ ମହାଭାରତ ରେ ଶୁଦ୍ରମୁନି ସାରଳା ଦାସ ମାତାଙ୍କୁ “ଶାରୋଳ ଚଣ୍ଡି” ବୋଲି ସମ୍ବୋଧନ କରିଛନ୍ତି ଏବଂ ଝଙ୍କଡ କୁ ମାତା ସତୀଙ୍କ ଜିହ୍ୱାପୀଠ ର ଆଖ୍ୟା ଦେଇଛନ୍ତି l ଦେବୀଙ୍କ କୃପା ଲଭି ଶୁଦ୍ର ଜାତିରେ ଜନ୍ମ ହୋଇ ମଧ୍ୟ ଆଦିକବି ରଚନା କରିଥିଲେ ଚଣ୍ଡି ପୁରାଣ,ଯାହା ଅଦ୍ୟାବଧି ଝଙ୍କଡ ପୀଠରେ ନିତିଦିନ ପାଠ କରାଯାଏ l ଏହି ପୀଠରେ ବୈଷ୍ଣବ ଓ ଶାକ୍ତ ମତବାଦ ର ମଧୁର ସମନ୍ୱୟ ଦେଖିବାକୁ ମିଳେ ଯାହାର ପ୍ରତିଫଳନ ହେଉଛି ଦେବୀଙ୍କ ପୂଜାରେ ଉଭୟ ବେଲପତ୍ର-ତୁଳସୀ ର ବ୍ୟବହାର ଏବଂ ବୈଶାଖ ମାସରେ ଚନ୍ଦନ ଯାତ ତଥା ଚାପଖେଳ l

ମାଆଙ୍କ ପହିଲି ବିଜେ ସ୍ଥାନ ଝଙ୍କଡ ନିକଟସ୍ଥ ହରିପୁର ଗ୍ରାମରେ ‘ନଣ୍ଡା ଦେଉଳ’ ଭାବେ ଦଣ୍ଡାୟମାନ ଯାହା କଳାପାହାଡ ଆକ୍ରମଣର କରାଳ ଇତିହାସ ର ମୁକସାକ୍ଷୀ l ଚୈତ୍ର ମାସରେ ମାଆଙ୍କ ଭୁବନ ବିଖ୍ୟାତ ଝାମୁ ପର୍ବ ସାରା ରାଜ୍ୟରେ ପ୍ରସିଦ୍ଧ l ଚୈତ୍ର ସଂକ୍ରାନ୍ତି ଠାରୁ ମହାବିଷୁବ ପଣା ସଂକ୍ରାନ୍ତି ଯାଏଁ ମାଆଙ୍କ ରାଉଳ ପାଟୁଆ ମୁଣ୍ଡରେ ଦଶ ଘଟ ମୁଣ୍ଡେଇ ଗାଆଁ କୁ ଗାଆଁ ବୁଲନ୍ତି ଆଉ ଘୁଙ୍ଗୁର ଛନ୍ଦେ ଦେବୀଙ୍କ ମାହାତ୍ମ୍ୟ,ମାତୃ ଉପାସନା ର ପ୍ରାଚୀନତା ଏବଂ ନାରୀ କୁ ସମ୍ମାନ ଦେବାର ଶିକ୍ଷା ଗୀତି ଆକାରରେ ବୋଲନ୍ତି l

ତେବେ ଶର ମୁନରେ ଆବିଷ୍କୃତା ବୋଲି ‘ଶାରଳା’, ସାର ବସ୍ତୁ ବା ବିଦ୍ୟାଦାତ୍ରୀ ବୋଲି ‘ସାରଦା’, ଶାରୋଳ ଗ୍ରାମ ର ଅଧିଷ୍ଠାତ୍ରୀ ବୋଲି ‘ଶାରଳା’ ତଥା ଶରତ କାଳରେ ଷୋଡ଼ଶ ଉପଚାର ରେ ପୂଜନୀୟା ବୋଲି ‘ଶାରଦା’ ବୋଲି ଉଭୟ ବନାନ ଯୁକ୍ତ ଉଚ୍ଚାରଣ ମାଆଙ୍କ ନାମକୁ ସୂଚାଇବା ପାଇଁ ଗ୍ରହଣ ଯୋଗ୍ୟ ହୋଇଥାଏ .

Article by Dr Prateek kumar pahi – You Can share your Article !! How ?


Proud Odia

No comments.

Leave a Reply