Sesa Niswas Kabita || Last Breath poet || ଶେଷ ନିଶ୍ବାସ…

Spread the love

Sesa Niswas Kabita || Last Breath poet || ଶେଷ ନିଶ୍ବାସ… written by  Sweta Rupa

Sesa Niswas Kabita  Last Breath poet

ଶେଷ ନିଶ୍ବାସ…
ସଞ୍ଜ ଗଡିଗଲାଣି…
ଗଛର ଫାଙ୍କରୁ ଅନ୍ଧାର କ୍ରମଶଃ ମାଡି ଆସିଲାଣି…
ଧିରେ ଧିରେ ଆଉ କିଛି ଦିଶୁନାହି..
ଆକାଶକୁ ଚାହିଁଲା ବେଳକୁ ତାରାଟିଏ ଚିକ୍ ଚିକ୍ କରୁଛି…
ଆଖିରେ ପଲକ ପଡୁନାହି..
ତାରା ଧିରେ ଧିରେ ଭିଡ ଜମେଇ ସାରିଲେଣି…
ଚନ୍ଦ୍ର ନିଜର ଆସନ ଗ୍ରହଣ କଲାଣି…
ନିଜ ଲୋଭମୟ ରୂପରେ ସନ୍ତୁଶ୍ଟ କଲାଣି…
ମୁ ଆବାକ୍ ହୋଇ ସେମିତି ଚାହିଁ ରହିଛି…
କେହି ଜଣେ ଡାକୁଛି ମତେ…
ସତେ ଯେମିତି କିଛି ସ୍ପର୍ଶ କଲା ମୋ ଦେହରେ…
କିଛି ସ୍ବର ସବ୍ଦ ନାହି…
ଖୁବ୍ ଦୀର୍ଘ ନିଶ୍ବାସ ନେଲା ପରେ…କେବଳ ପାଟିରୁ ଦୁଇ ଥର ବାହାରିଲା..
ମାଁ…ମାଁ….ର ସବ୍ଦ…
ଚାରିଆଡେ ନିର୍ଜନତା…ନିସଙ୍ଗତା…ଆଉ ନିସବ୍ଦତା…..
ଟଳି ପଡିଲି ସେଇଠି…
ଥିଲା ମୋର ଶେଷ ନିଶ୍ବାସ………………….


No comments.

Leave a Reply