ବସନ୍ତ ପଞ୍ଚମୀ ରେ ରଥକାଠ ଅନୁକୂଳ
Spread the love
ଆସନ୍ତା ଆଷାଢ଼ ମାସ ଶୁକ୍ଳ ଦ୍ଵିତୀୟା ରେ ମହାପ୍ରଭୁଙ୍କ ରଥଯାତ୍ରା। ଏଥି ଲାଗି ପ୍ରସ୍ତୁତ ହେବ ତିନି ରଥ। ତେଣୁ ଆଜି ବସନ୍ତ ପଞ୍ଚମୀ ରେ ରଥକାଠ ଅନୁକୂଳ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରଥଖଳା ଠାରେ ଆଜି ସନ୍ଧ୍ୟା ରେ ରଥକାଠ ଅନୁକୂଳ ପୂଜା ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥିଲା।

ନୟାଗଡ଼ ରୁ ଆସିଥିବା ୩ଖଣ୍ଡ ୧୨ଫୁଟିଆ କାଠଗଣ୍ଡି ଉକ୍ତ ସ୍ଥାନରେ ଅନୁକୁଳ ପୂଜା ହୋଇଥିଲା।ଏହି ଅବସର ରେ ରାଜଗୁରୁ ପୂଜାର୍ଚ୍ଚନା କରିଥିଲେ।ରଥ ସଂହିତା ଅନୁଯାୟୀ ତିନି ଠାକୁରଙ୍କ ରଥ ନିର୍ମାଣ ଲାଗି ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ।ଅକ୍ଷୟ ତୃତୀୟା ଅବସର ରେ ଏହି ରଥ ନିର୍ମାଣ କାର୍ଯ୍ୟ ଅନୁକୁଳ ହେବ।
#ରଥଯାତ୍ରା୨୦୨୧ ଆଜି ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ପୂଜା ପରମ୍ପରା ମୁତାବକ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ସୁଚାରୁ ରୁପେ ସମ୍ପନ୍ନ ହୋଇଛି । ଜୟ ଜଗନ୍ନାଥ