ଓଡ଼ିଆ ପୁଅର ଇଣ୍ଡିଆ ବୁକ ଅଫ ରେକର୍ଡ ଯାତ୍ରା
Spread the love
ପାଞ୍ଚ ବର୍ଷ ବୟସରେ କୁନିପୁଅ ଆଦିତ୍ୟ ମାତ୍ର ୩ ମିନିଟ ୩୭ ସେକେଣ୍ଡରେ ୨୪୧ଟି ଜାତୀୟ ଓ ଅନ୍ତର୍ଜାତୀୟ ଗାଡିର ଲୋଗୋ ଚିନ୍ହି “ଇଣ୍ଡିଆ ବୁକ ଅଫ ରେକର୍ଡ”ରେ ନିଜ ନାଁ ଏଣ୍ଟ୍ରି କରି ପାରିଛନ୍ତି।
ଏହି ଗୌରବ ହାସଲ କରିବାରେ ଭାରତର ସର୍ବ କନିଷ୍ଠ ଭାବେ ପୁରସ୍କୃତ ହେଇଛନ୍ତି ଆଦିତ୍ୟ। ସକାଳର ସୂର୍ଯ୍ୟ ଅନ୍ଧାରକୁ ହଟେଇ ଆଲୋକିତ କରିବା ପରି, ଏ କରୋନା ବିପତ୍ତି ସମୟରେ ଗୋଟିଏ ସକାରାତ୍ମକ ଖୁସି ଖବର ଆଣିଦେଇଥିବା ଆଦିତ୍ୟ ହେଉଛନ୍ତି ଶ୍ରୀ ରାଜେନ୍ଦ୍ର କୁମାର (ପ୍ରୀତିପୁର, ଯାଜପୁର) ଏବଂ ଶ୍ରୀଯୁକ୍ତ ତ୍ରିଲୋଚନ (ଜାମୁଡ଼ିହା, କେନ୍ଦୁଝର)ଙ୍କ ନାତି। ଗାଡି ଡିଜାଇନ କରିବାକୁ ଇଚ୍ଛା ରଖୁଥିବା ଆଦିତ୍ୟ ଭବିଷ୍ୟତରେ ଓଡ଼ିଶାର ନାଁ ସାରା ବିଶ୍ୱରେ ଗୌରବନିତ କରନ୍ତୁ ବୋଲି ଆମର ଶୁଭକାମନା।