ବାଲି ଖୋଳୁଖୋଳୁ ଉଭାହେଲେ ମହାଦେବ ! – ବୈତରଣୀ ନଦୀ ମଝିରୁ ବାହାରିଲା ଭିନ୍ନ ଧରଣର ଶିବଲିଙ୍ଗ

Spread the love

ବାଲି ଖୋଳୁଖୋଳୁ ଉଭାହେଲେ ମହାଦେବ !
ଯାଜପୁର ଜିଲ୍ଲା ଦଶରଥପୁର ତହସିଲ୍ ଅଞ୍ଚଳରେ ବୈତରଣୀ ନଦୀ କୂଳରେ ଥିବା ସିଦ୍ଧେଶ୍ଵର ଘାଟ ସନ୍ନିକଟ ନଦୀ ମଧ୍ୟରୁ ଜେସିବି ମେସିନ୍ ସାହାଯ୍ୟରେ ବାଲି ଉତ୍ତୋଳନ କରୁଥିବା ସମୟରେ ନଦିଗର୍ଭରୁ ପ୍ରାୟ ତିନି ଫୁଟ୍ ଉଚ୍ଚତାର ଏକ ପ୍ରାଚୀନ ଶିବଲିଙ୍ଗ ପ୍ରକାଶ ପାଇଛି ! ମେସିନର ବକେଟ୍ ମାଡ଼ରେ ସେହି ଲିଙ୍ଗର କିଛି ଅଂଶ ଭାଙ୍ଗି ଯାଇଛି ବୋଲି କୁହାଯାଉଛି ! କେବଳ ସେତିକି ନୁହେଁ ଦୁଇଟି ଭଗ୍ନ ଅମୁହାଁ ମନ୍ଦିର ମଧ୍ୟ ସେଠାରେ ପୋତି ହୋଇ ରହିଥିବା ଦେଖିବାକୁ ମିଳିଛି !

ବାଲି ଖୋଳୁଖୋଳୁ ଉଭାହେଲେ ମହାଦେବ ! - ବୈତରଣୀ ନଦୀ ମଝିରୁ ବାହାରିଲା ଭିନ୍ନ ଧରଣର ଶିବଲିଙ୍ଗ
ବାଲି ଖୋଳୁଖୋଳୁ ଉଭାହେଲେ ମହାଦେବ ! – ବୈତରଣୀ ନଦୀ ମଝିରୁ ବାହାରିଲା ଭିନ୍ନ ଧରଣର ଶିବଲିଙ୍ଗ

ଏହି ଖବର ପ୍ରଚାରିତ ହେବା ପରେ ସିଦ୍ଧେଶ୍ଵର ମହାଦେବ ମନ୍ଦିର ପୂଜକ ମାନେ ସେଠାରେ ସେହି ଲିଙ୍ଗକୁ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଥିବା ବେଳେ ତାହାକୁ ଦେଖିବାକୁ ଯାଜପୁର ସମେତ ପଡୋଶୀ ଭଦ୍ରକ ଜିଲ୍ଲାର ଶ୍ରଦ୍ଧାଳୁ ମାନେ ସେଠାରେ ଭିଡ଼ ଲଗାଇଥିବା ଦେଖାଯାଇଛି ! ସେଠାରେ ପୂର୍ବରୁ କୌଣସି ଏକ ମହାଦେବ ମନ୍ଦିର ରହିଥିଲା ଏବଂ ଧୀରେ ଧୀରେ ତାହା ନଦୀ ଗର୍ଭରେ ବିଲୀନ ହୋଇ ଯାଇଥିବା ଏଥିରୁ ଅନୁମାନ କରାଯାଉଛି ! ତେଣୁ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ତୁରନ୍ତ ଏହି ସ୍ଥାନକୁ ନିଜ ଅଧିନକୁ ନେଇ ସେହି ସ୍ଥାନର ଉତଖନନ ପୂର୍ବକ ସେ ମନ୍ଦିର ସମ୍ପର୍କରେ ଜନସାଧରଣଙ୍କୁ ଅବଗତ କରାଇବା ସହ ଆବିଷ୍କୃତ ଲିଙ୍ଗ ଓ ମନ୍ଦିରର ସୁରକ୍ଷା ପାଇଁ ଏବେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ! ଜିଲ୍ଲା ପ୍ରଶାସନ ମଧ୍ୟ ସେହି ଲିଙ୍ଗ ଓ ମନ୍ଦିରର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇ ପଡ଼ିଛି !

ବୈତରଣୀ ନଦୀ ମଝିରୁ ବାହାରିଲା ଭିନ୍ନ ଧରଣର ଶିବଲିଙ୍ଗ। ବାଜିଲାଣି ବାଜା, ହେଲାଣି ପୂଜା… ସ୍ଥାନୀୟ ଲୋକଙ୍କର ଛୁଟୁଛି ସୁଅ #Jajpur #BaitaraniRiver #Shiblinga

src Udayanath Sahoo

#eodishaorg #eodishaorg_jajpur


Proud Odia

No comments.

Leave a Reply