Matrubhumi – ମାତୃଭୂମି – Written by Gangadhar Meher ସ୍ବଭାବ କବି ଗଙ୍ଗାଧର ମେହେର Jan 05,2015 - by 0 Spread the love Matrubhumi – Written by Gangadhar Meher ମାତୃଭୂମି ସ୍ବଭାବ କବି ଗଙ୍ଗାଧର ମେହେର ଯେ କାଳେ ବାଳକ ବୁଲି ଯାଇପାରେ ପଡ଼ୋଶିମାନଙ୍କ ଘର, ସେ କାଳେ ଜାଣଇ ଅନ୍ୟ ଘରସବୁ ତା’ ସଙ୍ଗୀ ବାଳକଙ୍କର । ପରେ ଯେତେବେଳେ ଆପଣା ପଡ଼ାରୁ ଅନ୍ୟ ପଡ଼ା ବୁଲିଯାଏ, ସେହି ସମୟରେ ପଡ଼ୋଶୀ ପଡ଼ାକୁ ଆପଣାର ମଣିଥାଏ । ଅନ୍ୟ ଗ୍ରାମେ ପୁଣି ଯାଏ ଯେବେ ନିଜ ଗ୍ରାମରୁ ହୋଇ ବାହାର, ସେ କାଳେ ଜାଣଇ ନିଜ ଘର ଯହିଁ ସେ ଗ୍ରାମ ଅଟେ ତାହାର । ଆପଣା ଗ୍ରାମର ନଦୀ ପୁଷ୍କରଣୀ ବଗିଚା ଆଦି ସକଳ, ଆପଣାର ବୋଲି କହେ; ପୁଣି ସେହି ସବୁକୁ ମଣଇ ଭଲ । ବଡ଼ ହୋଇ ଯେବେ କରି ଯାଇପାରେ ଅନ୍ୟ ରାଜ୍ୟେ ବିଚ଼ରଣ, ବଖାଣଇ ତହିଁ ନିଜ ରାଜା, ରାଜ୍ୟ ଲୋକଙ୍କର ଶ୍ରେଷ୍ଠପଣ । ହାତୀ ଘୋଡ଼ାଠରୁ ଛେଳି ମେଣ୍ଢାଯାଏ ସବୁ ତା ରାଜ୍ୟର ଭଲ, ସକଳ ସୁଖର ଆକାର ତାହାରି ରାଜ୍ୟଟି ଅଟେ କେବଳ । Related No related posts. Tags: Matrubhumi, Written by Gangadhar Meher, ଗଙ୍ଗାଧର ମେହେର, ମାତୃଭୂମି, ସ୍ବଭାବ କବି ଗଙ୍ଗାଧର ମେହେର Tweet No comments. Leave a Reply Click here to cancel reply. Type your comment here… Submit Comment