Kuha Ta BaaPaa-କୁହ ତ ବାପା …??? One Odia Mini Story #Odisha #Odia #Story #ଓଡିଆ #ଗଳ୍ପ

Spread the love

Kuha Ta BaaPaa-କୁହ ତ ବାପା …??? One Odia Mini Story #Odisha #Odia #Story #ଓଡିଆ #ଗଳ୍ପ-ମ =ଦେବେନ୍ଦ୍ର ପ୍ରସଦ ବଳ  ଗ୍ରାମ =ପୁରୁଣିଆ , ଆନନ୍ଦପୁର , କେନ୍ଦୁଝର 

ଟାଇଁ ଟାଇଁ  ଖରା …ପ୍ରବଳ ଗୁଳି ଗୁଳି ସାଂଗକୁ ଅସହୟ ଗରମ …ଗଳା ସୁଖି ଯାଉଛି … ତଥାପି ରଘୁଆ କାମ କରୁଛି …….ଜଲ୍ ଦି ଜଲ୍ ଦି କାମ ସାରି ଘରକୁ ଫେରିବ ….ମାଇପ ଭଗବତୀ କୁ ନେଇ ଯିବ ଭୋଟ୍ ଦେବାକୁ ….ନ ଦେଲେ ଯେ ଅସୁବିଧା ହେଇଯିବ ….ନେତା ର  ଗୁଣ୍ଡା ମାନଂକ ପାଖରୁ ଯେ ଟଂକା ନେଇଛି ….ଝିଅ ଚୁମକି ର ମଥା ଛୁଇଁ ଶପଥ ନେଇଛି  ….ଭୋଟ୍ ଦେବ ତ ସେଇ ପଶୁ , ନର ରାକ୍ଷଷ କୁ ଦେବ ….ଧଳା ପୋଷାକ ପିନ୍ଧି ନେତା ବୋଲାଉ ଥିବା ସେଇ ମଣିଷ ଟା ଯେ କେତେ କୁକର୍ମ ରେ ବୁଡି ରହିଛି , ତାହା ସମସ୍ତଂକୁ ଜଣା ….ରଘୁଆ ବି ଜାଣିଛି …ହେଲେ ନିରୁପାୟ …ପଇସା ନେଇଛି …ଝିଅ ମଥା ଛୁଇଁଛି …ତାକୁ ହିଁ ଭୋଟ୍ ଦେବ ….ନ ହେଲେ ତାର ଗୁଣ୍ଡା ମାନେ ତା ମାଇପ ଆଉ ତା ଝିଅ ର କି ହାଲ୍ କରିବେ , ତାହା ସମସ୍ତ କୁ ଜଣା ….ଗତଥର ଭୋଟ୍ ବେଳେ ବେନୁଆ ର ଯେ କି ହାଲ୍ କରିଥିଲେ ସେ କଥା ଭାବି ଭାବି ରଘୁଆ ର ଲୋମ ଶିତେଇ ଉଠୁଥାଏ …..ଏମିତି ଭାବି ଭାବି ରଘୁଆ ଯାଇ ଘରେ ପହଂଚିଲା ….
କୁହ ତ ବାପା


ରଘୁଆ = ଆଲୋ ଚୁମକି ମା …ଶୁଣୁଛୁ …ଆଲୋ ଜଲଦି ବାହାରେ …ଭୋଟ୍ ଦେବାକୁ ଜିବା …. ଭଗବତୀ = ହଁ ମ …ଶୁଭୁଛି …ଝିଅ ଟା କୁ ସକାଳୁ ଜ୍ବର ହେଇଛି ହେ ଚୁମକି ବାପା …ସକାଳ ପହରୁ ତୁଣ୍ଡ କୁ ପାଣି ମୁନ୍ଦେ ବି ନେଇନି …ମୁଁ ଜିବିନି ..ତୁମେ ଯା ଭୋଟ୍ ଦେଇକି ଆସିବ …ହଁ ଆସିଲା ବେଳକୁ କାହାକୁ ପଚାରି ଦି ଟା ବଟିକା ଆଣିବ …ଝୁଅ ଟା ମୋର ଜରରେ ଥରୁଛି …. ତୁମେ ଯା ରଘୁଆ= ସେମିତି କେମିତି ହେବ ଲୋ ଚୁମକି ମା…ଆମେ ପରା ଦୁଇଟା ଭୋଟ୍ ପାଇଁ ଟଂକା ଆଣିଛନ୍ତି….


ଭଗବତୀ = ହଁ ଜାଣିଛି …ହେଲେ କଣ କରିବା …ଯା ତାକୁ ମୋ ଭାଗ ପଇସା ଯେତକ ଫେରେଇ ଦେବ ରଘୁଆ = ଆଲୋ ନା’ଲୋ ସେମିତି ହେବନି ଚୁମକି ମା…ଗତ ଥର ଦେଖିନୁ କି ବେନୁଆ ର କି ହାଲ୍
କଲେ …ତୁ ବାହାରି ଲୁ …ଜଲଦି ବାହାରି ଲୁ …ଭୋଟ୍ କାମଟା ସାରିଦେଇ ଆସିବା ….. ଭଗବତୀ = ଓ ହୋ …ହଉ ହଉ …ରୁହ …ଯଦି ଆମେ ଯିବା …ଚୁମକି କୁ ସଂଗ ରେ ନେଇ ଯିବା….

….ତା ପରେ ତିନି ଜଣ ବାହାରି ପଡିଲେ ଭୋଟ୍ ଦେବାକୁ …ବାଟରେ ଯାଉ ଯାଉ ଚୁମକି ପଚାରିଲା

ଚୁମକି = ବାପା ଏଇଥର ଭୋଟ୍ କାହାକୁ ଦେବ ????…

ରଘୁଆ = ଆଲୋ ମା ….ସେଦିନ ରାତିରେ ଯେଉଁମାନେ ଆସି ଆମକୁ ପଇସା ଦେଇ କି ଯାଇଥିଲେ ..ତାଂକୁ ଦେବା …ଆଉ କାହାକୁ !!!

ଚୁମକି =ନାଇଁ ବାପା …ତାଂକୁ ଭୋଟ୍ ଦିଅନି …..ତୁମେତ ଜାଣିଛ ସେମାନେ ଭଲ ଲୋକ  ନୁହନ୍ତି …ତଥାପି ତାଂକୁ କାହିଁକି ଭୋଟ୍ ଦେଉଛ  …ବାପା ଆମ ଦେଶ କଥା ଟିକେ ଭାବ

….ସେମାନେ ଆମ ଦେଶ କୁ ଲୂଟ୍ କରୁଛନ୍ତି …ଆମକୁ ତିନି ଶହ , ଚାରି ଶହ ଟଂକା ଦେଇ  ସେମାନେ ଶହ ଶହ , ହଜାର୍ ହଜାର୍ କୋଟି ଟଂକା ଲୂଟି ନେଉଛନ୍ତି …ବାପା ପ୍ଲିଜ୍ ମୋ ରାଣ ସେଇ ଲୋକ ଟାକୁ ଭୋଟ୍ ଦିଅନି …ମାତ୍ର ଥର ଟେ ପାଇଁ ଆମ ଦେଶ କଥା ଭାବ  ବାପା   …


ରଘୁଆ= ହଁ ତୁ ସତ କହୁଛୁ ଲୋ ମା…ହେଲେ ମା ,ଆମେ ଯଦି ତାଂକ ଟଂକା ଫେରେଇ ଦେବା ଆଉ ତାଂକୁ ଭୋଟ୍ ଦେବାନି …ତାହେଲେ ସେ ଆମ ର କଣ କରିବେ ଜାଣିଛୁ ଟି …ସେମାନେ ତୋତେ ହଇରାଣ
କରିବେ …ତୋତେ ଇସୁକୁଲ କୁ ଛାଡିବେନି ….ମୋର କଣ ଅଛି …ମା’ଲୋ ..ମୋତେ ଖାଲି ତୋର ଚିନ୍ତା …ତୋର ଯଦି କିଛି ହେଇଯାଏ ତାହେଲେ !!!!!!!…


ଚୁମକି= ମୋ କଥା ଚିନ୍ତା କରନି ବାପା …ତୁମକୁ ଯାହା ଭଲ ଲାଗୁଛି ସେଇଆ କର …ନିଜ ବିବେକ ର ଅନୁମୋଦନ ରେ ଭୋଟ୍ ଦିଅ …. କୁହ ତ ବାପା ..ତୁମ ପାଇଁ ତୁମ ଝିଅ ଚୁମକି ର ଦାୟ ..ନା
ଏ ଦେଶ ରେ ବାସ କରୁଥିବା କୋଟି କୋଟି ଜନତା ର ଦାୟ …… 

Debendra Prasad Bal……….ରଘୁଆ ର ମୁଣ୍ଡ କିଛି କାମ କରୁ ନ ଥାଏ ….ଟଂକା କୁ ଦେଖିବ ନା ହୃଦୟ କଥା ଶୁଣିବ ..ଗୁଣ୍ଡା ମାନଂକ ଡରରେ ଭୋଟ୍ ଦେବ ନା ..ବିବେକନୁମୋଦିତ ଭୋଟ୍ ଦେବ ….ବାଃ କେଡେ ବଡ କଥାଟେ ନକହିଲା ଚୁମକି …ଆଖିରୁ ଦୁଇ ଧାର ଲୁହ ବହି ଆସିଲା …ମନେ ମନେ ସ୍ଥିର କଲା ଯାହା ହେଉ ପଛକେ ସେଇ ପଶୁ, ମଣିଷ ମରା ଟା କୁ ଭୋଟ୍ ଦେବନି ….ତା ମୁଁହ ରେ ଫିଂଗି ଆସିବ ଆଣିଥିବା ଟଂକା କୁ ….ଯାହା ବି ହେଉ ଏ ଥର ଡରିବନି ….ଏଥର ଠିକ୍ ଲୋକ କୁ ଭୋଟ୍ ଦେବ ….

ସତରେ ଝିଅ ଚୁମକି ଆଜି ତାର ଆଖି ଖୋଲି ଦେଇଛି …କେଡେ ବଡ କଥା ଟେ ନକହିଲା ଚୁମକି ….ବୁଥ୍ କୁ ଯାଉ ଯାଉ ରଘୁଆ ମନେ ପକଉ ଥାଏ ଚୁମୁକି ର ସେଇ କଥା ପଦକ “କୁହ ତ
ବାପା …ତୁମ ଝିଅ ଚୁମକି ର ଦାୟ ..ନା ଏ ଦେଶ ରେ ବାସ କରୁଥିବା କୋଟି କୋଟି ଜନତା ର ଦାୟ  “……..ଆଉ ସେତେବେଳେ ତାର ମନେପଡି ଯାଉ ଥାଏ ଧର୍ମପଦ ର ସେଇ କଥା ଟି ” ବାପା , ତୁମ
ପାଇଁ ତୁମ ପୁଅ ଧରମା ର ଦାୟ ନା ବାରଶହ ବଢେଇ ର ଦାୟ “………….. 

 


No comments.

Leave a Reply