Keri Keri Suna Duba … Odia Bhajan Lyrics .. by namita agrawal – କେରି କେରି ସୁନା ଦୁବ….. ~: କଣ୍ଠ: ଅନୁରାଧା ପୌଡ୍ଵାଲ୍ :~

Spread the love

|| କେରି କେରି ସୁନା ଦୁବ….. ||

Keri Keri Suna Duba … Odia Bhajan Lyrics .. by namita agrawal – କେରି କେରି ସୁନା ଦୁବ….. ~: କଣ୍ଠ: ଅନୁରାଧା ପୌଡ୍ଵାଲ୍ :~

କେରି କେରି ସୁନା ଦୁବ…..  ~: କଣ୍ଠ: ଅନୁରାଧା ପୌଡ୍ଵାଲ୍ :~

——————————————————————

jai jagannath,Keri Keri Suna Duba ... Odia Bhajan Lyrics .. by namita agrawal - କେରି କେରି ସୁନା ଦୁବ..... ~ କଣ୍ଠ ଅନୁରାଧା ପୌଡ୍ଵାଲ୍ ~କେରି କେରି ସୁନାଦୁବ ଲୋ ସଜନୀ,

କେରି କେରି ସୁନାଦୁବ;

କେରି କେରି ସୁନାଦୁବ ଲୋ ସଜନୀ,

କେରି କେରି ସୁନାଦୁବ |

ଶ୍ରୀଜଗନ୍ନାଥଙ୍କୁ ସୁମରଣା କଲେ, ଶ୍ରୀଜଗନ୍ନାଥଙ୍କୁ ସୁମରଣା କଲେ;

ସବୁ ଅନୁକୁଳ ହୁଏ ଶୁଭ |

କେରି କେରି ସୁନାଦୁବ ଲୋ ସଜନୀ,

କେରି କେରି ସୁନାଦୁବ |

 

ବଡ ଅନୁଭବୀ ଠାକୁର ସିଏ ଲୋ..

କଥା ପଚାରିଲେ ଉତ୍ତର ଦିଏ ଲୋ..

ତା ମହିମା କଥା ଜାଣେ ତ ଜଗତ;

ସେ ଲାଗି ପରା ସେ ଜଗତର ନାଥ |

ଦେଖି ଦେଖି ବଢେ ଲୋଭ ଲୋ ସଜନୀ,

ଦେଖି ଦେଖି ବଢେ ଲୋଭ |

କଳା ଶ୍ରୀମୁଖ ମୋ ଆଖିର ପଲକ, କଳା ଶ୍ରୀମୁଖ ମୋ ଆଖିର ପଲକ,

ତା’ପରି କିଏ ସେ ଆଉ ହେବ |

କେରି କେରି ସୁନାଦୁବ ଲୋ ସଜନୀ,

କେରି କେରି ସୁନାଦୁବ |

 

ନୀଳାଚଳ ଧାମେ ଦେଉଳ ତାର ଲୋ..

ଭକତଙ୍କୁ ଟାଣେ ତାହାରି ଡୋର ଲୋ..

ଆପଦେ ବିପଦେ ହୁଏ ସେ ସାହା ତ;

ରତନ ବେଦୀରୁ ବଢାଇ ତା ହାତ |

ଡାକି ଡାକି ବୁଝେ ଦୁଃଖ ଲୋ ସଜନୀ,

ଡାକି ଡାକି ବୁଝେ ଦୁଃଖ |

ଭାବ ବିନୋଦିଆ ଠାକୁର ସିଏ ଲୋ, ଭାବ ବିନୋଦିଆ ଠାକୁର ସିଏ ଲୋ,

ଭକତଠି ତାର ବଡ ଭାବ |

 

କେରି କେରି ସୁନାଦୁବ ଲୋ ସଜନୀ,

କେରି କେରି ସୁନାଦୁବ;

କେରି କେରି ସୁନାଦୁବ ଲୋ ସଜନୀ,

କେରି କେରି ସୁନାଦୁବ |

 ~~~ooooo~~~


No comments.

Leave a Reply