Kahin Kehi Semananku Manisha Boli Bhabanti Nahin(କାହିଁ କେହି ସେମାନଙ୍କୁ ମଣିଷ ବୋଲି ଭାବନ୍ତି ନାହିଁ)-Written by SwetaRupa
Kahin Kehi Semananku Manisha Boli Bhabanti Nahin(କାହିଁ କେହି ସେମାନଙ୍କୁ ମଣିଷ ବୋଲି ଭାବନ୍ତି ନାହିଁ)
ଉପସ୍ଥାପନା:ଶ୍ବେତରୂପା
ବାଟ ବଣା ଆଜି ଯାଇଛୁ ତୁ ହୋଇ
କିଏ ସେ ହାତ ଧରି ତୋର ବାଟକୁ ଆଣିବ..
ସମାଜର ଦ୍ରୂଷ୍ଟିକୋଣ କୁ ବଦଳେଇ..
କିଏ ସେ ନେବ ତତେ ଆପଣେଇ..
ଏଇ ସମାଜର କିଛି ବଡ ବଡ ଲୋକ …
ଆସୁଥିଲେ ତୋ ପାଖକୁ ସବୁଦିନ…
ମନ ଭରିକରୁଥିଲେ ତତେ ଉପଭୋଗ..
ଆଉ ତୁ କରୁଥିଲୁ ଦେହ ତ୍ୟାଗ..
ଝୁଣି ଝୁଣି ଖିନ୍ ଭିନ୍ କରିଦିଅନ୍ତି ତତେ କେବେ କେବେ..
କିଛି ବି କହିଲେ ଚାପୁଡା ପକାନ୍ତି ତତେ…
ବେଶ୍ୟାବ୍ରୂତି କରୁଛି ବୋଲି ଛି ଛି କରନ୍ତି ସ୍ତ୍ରୀ ଙ୍କ ଆଗରେ..
ହେଲେ ଲୁଚି ଲୁଚି ଆସନ୍ତି ମଧ୍ୟ ରାତ୍ରିରେ…
କେହି ହେଲେ ଜଣେ ଦିଅନ୍ତିନି ସମ୍ନାନ…
ସମସ୍ତଙ୍କ ଆଖିରେ ତୁମେ ହୁଅ ହିନମାନ…
ଯୌବନ ର ସବୁ ମାଦକତା ଆଜି ଆଉ ନାହିଁ..
ପାଖକୁ ବୁ ପୁରାନ୍ତିନି ଆଜି ତତେ କେହି…
କି ଦୋଷ କରିଛୁ ତୁ ଯେ ଆଜି…
ଆହାଃ ପଦେ ବି କହନ୍ତିନି କେହି…
ବେଶ୍ୟା ବୋଲି କରାଇ ପରିଚୟ…
କାହା ଘରେ କାମ ବି ମିଳେ ନାହିଁ..
କେଉଁ ପରିସ୍ତିତି ରେ ଯେ ଆସିଥିଲ ତମେ ଏହି କାମ କରିବାକୁ..
କେହିବି ବୁଝିବେ ନାହି ସତରେ ତୁମକୁ..
ବେଶ୍ୟାର କଣ ମନ ନାହିଁ…
କଣ ହ୍ରୁଦୟ ନାହିଁ…
କାହିଁ କେହି ସେମାନଙ୍କୁ ମଣିଷ ବୋଲି ଭାବନ୍ତି ନାହିଁ..
Trackbacks/Pingbacks
[…] […]