ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ପାଖେ ମଧ୍ୟ ଜନ୍ମାଷ୍ଟମୀ ପାଳନ ହୁଏ ଜାଣନ୍ତି କି?

Spread the love

ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ପାଖେ ମଧ୍ୟ ଜନ୍ମାଷ୍ଟମୀ ପାଳନ ହୁଏ ଜାଣନ୍ତି କି?

ଶ୍ରେଷ୍ଠ ଶୈବକ୍ଷେତ୍ର ରୂପେ ପରିଚିତ ହୋଇଥିଲେ ମଧ୍ୟ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ବଡ଼ ଦେଉଳରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ସମସ୍ତ ବିଧି ବିଧାନ ସହ ଅନୁଷ୍ଠିତ ହୋଇଥାଏ। ଯେହେତୁ ଲିଙ୍ଗରାଜ ହରିହର ସ୍ୱରୂପରେ ଉପାସିତ ହୁଅନ୍ତି ଏହାସହ ଶ୍ରୀ ଅନନ୍ତବାସୁଦେବ ଏହି କ୍ଷେତ୍ରର କ୍ଷେତ୍ରପାଳ ଅଟନ୍ତି ତେଣୁ ଜନ୍ମାଷ୍ଟମୀ ଉତ୍ସବ ପାଳନରେ କିଛି ଅସୀମାଚୀନ ମନେ ହୁଏନାହିଁ।

ଏହି ଯାତ ପାଈଁ ତିନିଜଣ ସେବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଜଣେ ସେବାୟତ ଉଗ୍ରେସେନ ଭୂମିକା ଗ୍ରହଣ କରନ୍ତି, ଜଣେ ବସୁଦେବ ଭୂମିକାରେ ଆଉ ଜଣେ ନାରଦଙ୍କ ଭୂମିକା ଗ୍ରହଣ କରିଥାନ୍ତି। ଏହି ସମୟରେ ଶୈବ କୈଳାସ କୃଷ୍ଣଙ୍କ ପାଈଁ ମଥୁରା ଓ ଗୋପପୁର ପାଲଟିଯାଏ। ଅଷ୍ଟମୀ ନିଶାର ରାତି ସହ ଯମୁନା ନଦୀ ଓ ସାତ ମେଘ ସହିତେ ବସୁଦେବଙ୍କ ଶ୍ରୀକୃଷ୍ଣଙ୍କୁ ମୁଣ୍ଡରେ ଧରି ନଦୀ ପାରି ହେବାର ଦୃଶ୍ୟ ସେହି କୃଷ୍ଣଜନ୍ମ ସ୍ମୃତିକୁ ମନେ ପକାଇଦିଏ। ବୃଷଭ ଗରୁଡ଼ ସ୍ତମ୍ଭ ପାର୍ଶ୍ୱରେ ଥିବା ମଣ୍ଡପରେ ଶ୍ରୀଗୋପାଳଙ୍କ ନାଭି ଛେଦନ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ। ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହେଲାପରେ ଶ୍ରୀକୃଷ୍ଣଙ୍କ ବିଗ୍ରହ ଦକ୍ଷିଣୀ ଘରକୁ ବିଜେକରନ୍ତି ଓ ଏହାପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ହୋଇ ବଡ଼ସିଂହାର ନୀତି ହୋଇଥାଏ।

ଏହି ଜନ୍ମାଷ୍ଟମୀ ଉତ୍ସବ କେବଳ ବଡ଼ ଦେଉଳରେ ପାଳନ ହୁଏ ତାହା ନୁହେଁ ଏହା ସହ ଅନ୍ୟାନ୍ୟ ମଠ ମନ୍ଦିର ମାନଙ୍କରେ ମଧ୍ୟ ସମ୍ପୂର୍ଣ ଭକ୍ତିଭାବର ସହ ଅନୁଷ୍ଠିତ ହୋଇଥାଏ।Photo Credit- Mr.Oldtownia

src – Shree Lingaraja 

No comments.

Leave a Reply