He Faguna Tume Gala Pare ~|| ହେ ଫଗୁଣ ତୁମେ ଗଲା ପରେ ପରେ….. ||~ Odia Film Song Lyrics

Spread the love

He Faguna Tume Gala Pare ~|| ହେ ଫଗୁଣ ତୁମେ ଗଲା ପରେ ପରେ….. ||~ Odia Film Song Lyrics  ~: ହେ ଫଗୁଣ ତୁମେ ଗଲା ପରେ ପରେ….. :~  ~: ଗୀତିକାର: ଅକ୍ଷୟ ମହାନ୍ତି :~
~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~

ହେ ଫଗୁଣ ତୁମେ ଗଲା ପରେ ପରେ,
ଅନେକ ଯାତନା ଏଠି…; ଅନେକ ଯାତନା ଏଠି |
ଲୁହରେ ଲେଖୁଛି କବିତା ଆଜି ମୁଁ,
ଲହୁରେ ଲେଖୁଛି ଚିଠି…; ଲହୁରେ ଲେଖୁଛି ଚିଠି |

ତୁମ ପରେ ପରେ ଏଇ ବଗିଚାରେ,
ଲାଗିଗଲା ନିଆଁ ଦିନେ…; ଲାଗିଗଲା ନିଆଁ ଦିନେ |
ଅନେକ ଗୋଲାପ ପିଆସୀ ଆତ୍ମା,
କାନ୍ଦ ଯେ ଶୁଭୁଛି ବନେ…; କାନ୍ଦ ଯେ ଶୁଭୁଛି ବନେ |
ପାଉଁଶ ତଳୁ ମୁଁ ଆଜି ବି ଖୋଜୁଛି,
ତୁମରି ଗୋଲାପି ଚିଠି…; ତୁମରି ଗୋଲାପି ଚିଠି |

କାହାକୁ ଦେବି ମୁଁ ଦୋଷ ବା ଆଜି କୁହ,
ଛାଡି ଚାଲି ଗଲା ବୋଲି…; ଛାଡି ଚାଲି ଗଲା ବୋଲି |
ନିଜ ବୟସକୁ ନେହୁରା କରି ମୁଁ,
ଧରି ରଖି କି ପାରିଲି…; ଧରି ରଖି କି ପାରିଲି |
ସାରା ଏ ରଜନୀ କାନ୍ଦୁଚି ଆଜି ମୁଁ,
ନିଜେ ପଢି ନିଜ ଚିଠି…; ନିଜେ ପଢି ନିଜ ଚିଠି |

ହେ ଫଗୁଣ ତୁମେ ଗଲା ପରେ ପରେ,
ଅନେକ ଯାତନା ଏଠି…; ଅନେକ ଯାତନା ଏଠି |

~~~ooooo~~~


No comments.

Leave a Reply