ଚକା ଚକା ଭଉଁରୀ – କରୋନା

Spread the love

ଚକା ଚକା ଭଉଁରୀ

ଚକା ଚକା ଭଉଁରୀ,
ନଯିବି ଘରୁ ମୁଁ ବାହାରି ।
ବାହାରିଲେ ମାମୁଁ ମାରିବେ,
କ୍ୱାରେଣ୍ଟାଇନ ରେ ନେଇ ରଖିବେ ।
ଖାଇ ପିଇ ଘରେ ଶୋଇବି,
ସୁନା ପିଲା ମୁହିଁ ହୋଇବି ।
କରନ୍ତି ସେ ପରା ଆକଟ,
କରିବାକୁ ଭିଡ଼ ଜମାଟ ।
ମାନିଲେ କଥା ଟି ତାଙ୍କର,
ରହିବା ବିପଦୁ ଦୂରର ।
ମହାମାରୀ ରୋଗ କରୋନା,
ଖୋଜୁଛି କେତେ ଯେ ବାହାନା ।
ଲଢ଼ିବାରେ ଦେଶ ଲାଗିଛି,
ଲକ ଡାଉନ ଡାକ ଦେଇଛି ।
ସାମ୍ବାଦିକ ,ପୋଲିସ ,ଡାକ୍ତର,
ଯୁଦ୍ଧ କରୁଛନ୍ତି ପ୍ରଖର ।
ଆହୁରି ସେବାରେ ଅଛନ୍ତି,
କରୋନା ସହିତ ଲଢନ୍ତି ।
କଥାଟି ଯାହାକୁ ରୁଚିବ ,
ସୁନା ପିଲା ସିଏ ହୋଇବ

lekha – Sachidananda Sahoo


Proud Odia

No comments.

Leave a Reply