ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ସେବା ସପ୍ତାହରେ, ରୁବେଲାଲ ଙ୍କ ବାଲୁକା କଳା #ଆଠମଲ୍ଲିକ
ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 70 ତମ ଜନ୍ମ ଦିବସ ଅବସରରେ ଜାତୀୟ ସ୍ତରୀୟ ବାଲୁକାଶିଳ୍ପୀ ରୁବେଲାଲ୍ ପ୍ରଧାନ ଆଠମଲ୍ଲିକ ବ୍ଲକ ଆନନ୍ଦପୁର ଠାରେ ଆକର୍ଷଣୀୟ ବାଲୁକା କଳା ମାଧ୍ୟମରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ନରେନ୍ଦ୍ର ମୋଦୀଙ୍କ ପ୍ରତି ଭଲପାଇବା ପାଇଁ ବାଲୁକାଶିଳ୍ପୀଙ୍କୁ ଧନ୍ୟବାଦ ଜଣାଇବା ସହ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ଆଠମଲ୍ଲିକ ବିଧାନସଭା ଭାଜପା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆନନ୍ଦପୁର ପ୍ରାଥମିକ ବିଦ୍ୟାଳୟ, ଠାକୁରଗଡ଼ ଠାରେ ଆୟୋଜିତ ହୋଇଥିଲା।
ମୋଦୀଙ୍କ କାର୍ଯ୍ୟଶୈଳୀରେ ଆକୃଷ୍ଟ ହୋଇ ତାଙ୍କୁ ନିଆରା ଢଙ୍ଗରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ ଜାତୀୟ ସ୍ତରୀୟ ବାଲୁକାଶିଳ୍ପୀ ରୁବେଲାଲ୍ ପ୍ରଧାନ ।
ଅତି ନିଖୁଣ ଭାବରେ ବିଦ୍ୟାଳୟ ପରିସରରେ ତିଆରି କରିଥିବା ମୋଦୀଙ୍କ ପ୍ରତିମୂର୍ତ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। 5 ଫୁଟ ଉଚ୍ଚ ଓ 12 ଫୁଟ ପ୍ରସ୍ଥ ର କଳାକୃତି କରିବାପାଇଁ ତାଙ୍କୁ 5 ଘଣ୍ଟା ଲାଗିଥିବା ପ୍ରକାଶ କରିଛନ୍ତି।
ଅଂଚଳବାସୀ ଏହାକୁ ବେଶ୍ ଉପଭୋଗ କରିଥିଲା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉଚ୍ଚ ପ୍ରସଂଶା କରିଥିଲେ। କୋଭିଡ଼ ନିୟମକୁ କଡାକଡି ପାଳନ କରି ସମସ୍ତ କାର୍ଯ୍ୟକ୍ରମ କରାଯାଇଥିବା ଜଣା ଯାଇଛି।