ଆସନ୍ତା କାଲି (ଜାନୁଆରୀ ୮)ଉତ୍କଳଘଣ୍ଟ ଆଶୁକବି ଯଦୁମଣି ମହାପାତ୍ରଙ୍କ ଜନ୍ମ ଜୟନ୍ତୀ।

Spread the love

ଆସନ୍ତା କାଲି (ଜାନୁଆରୀ ୮)ଉତ୍କଳଘଣ୍ଟ ଆଶୁକବି ଯଦୁମଣି ମହାପାତ୍ରଙ୍କ ଜନ୍ମ ଜୟନ୍ତୀ।

ଇଟା ଆଉ ମାଟିର କବି
ଅହରହ ଚାଲିଛି ଜନ୍ମମୃତ୍ୟୁର ଲୀଳା। କାଳାନ୍ତରରେ ଏଭଳି ଜଣେ ଜଣେ ଯୋଗଜନ୍ମା ଜନ୍ମ ନେଇଛନ୍ତି ଯିଏ ନିଜର କର୍ମ ଓ କଳାରେ ଜାତିସ୍ମର ହୋଇ କାଳକାଳକୁ ଅମର ହୋଇ ରହିଛନ୍ତି, ଯାହାଙ୍କୁ ବ୍ରହ୍ମାଣ୍ଡ ମସ୍ତକ ହୋଇ ପ୍ରଣିପାତ କରୁଛି। ସେମାନେ ନିଜର ସ୍ୱାର୍ଥ ପାଇଁ ନୁହେଁ, ଦେଶ, ଜାତି ଏବଂ ସୃଷ୍ଟିର ସ୍ୱାର୍ଥପାଇଁ କାମ କରିଛନ୍ତି। ଏମାନଙ୍କ ମଧ୍ୟରେ କବିକୂଳ ଶିରୋମଣି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର ଅନ୍ୟତମ ।
ବାସ୍ତବରେ ସେ ଥିଲେ ଉତ୍କଳର ଘଣ୍ଟ। ଏଥିସହିତ ସାରା ଉତ୍କଳର ଇଟା ଆଉ ମାଟିର କବି ସେ। ଘଣ୍ଟ ଯେମିତି ଆମକୁ ଆମର ଦୈନିକ ଜୀବନ ଚଳଣିରେ ଆମକୁ ସତର୍କ କରେଇ ଦିଏ, ଯଦୁମଣି ମହାପାତ୍ର ମଧ୍ୟ ଠିକ୍ ସେହିଭଳି ନିଜର ସମାଲୋଚନାମୂଳକ କବିତା ମାଧ୍ୟମରେ ଓଡ଼ିଆ ଜାତିକୁ ସଚେତନ କରେଇ ଦେଇଯାଇଛନ୍ତି । ଯାହାଙ୍କର ଏହି ଘଣ୍ଟ ସଦୃଶ କବିତାରେ ପ୍ରବଳ ପ୍ରତାପୀ ରାଜାଙ୍କର ସିଂହାସନ ବି ଦୋହଲି ଯାଇଥିଲା । ସେମାନେ ତାଙ୍କୁ ସାମନା କରିବାକୁ ସାହସ ଜୁଟାଇ ପାରୁନଥିଲେ।
ପୂର୍ବ ପରମ୍ପରାକୁ ଭାଙ୍ଗି ନୟାଗଡ଼ ରାଜା ବିନାୟକ ସିଂହ ମାନ୍ଧାତା ତାଙ୍କୁ ରାଜ ଉପଦେଷ୍ଟା , ବ୍ୟକ୍ତିଗତ ବନ୍ଧୁ ଭାବେ ଆପଣେଇ ନେଇଥିଲେ । ଯାହାକି ଯଦୁମଣିଙ୍କ ଅପୂର୍ବ ପ୍ରତିଭାର ପରିଚୟ ଦିଏ । ଗୁଣ ଚିହ୍ନେ ଗୁଣିଆ ନ୍ୟାୟରେ ରାଜାମାନେ ଯଦୁମଣିଙ୍କ ସହ ବନ୍ଧୁତା ସ୍ଥାପନ କରିବାକୁ ଯେମିତି ବ୍ୟାକୁଳିତ ହେଉଥିଲେ ।

ଆସନ୍ତା କାଲି (ଜାନୁଆରୀ ୮)ଉତ୍କଳଘଣ୍ଟ ଆଶୁକବି ଯଦୁମଣି ମହାପାତ୍ରଙ୍କ ଜନ୍ମ ଜୟନ୍ତୀ।
ଆସନ୍ତା କାଲି (ଜାନୁଆରୀ ୮)ଉତ୍କଳଘଣ୍ଟ ଆଶୁକବି ଯଦୁମଣି ମହାପାତ୍ରଙ୍କ ଜନ୍ମ ଜୟନ୍ତୀ।

ଯଦୁମଣି ମହାପାତ୍ର କେବେହେଲେ ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇ ନଥିଲେ । ନିଜର ଶାଣିତ କଲମ ମୁନରେ କବିତାର କଟାକ୍ଷ ବାଣ ମାରୁଥିଲେ । ଯାହାକି ସମାଜ ଉପଯୋଗୀ ଥିଲା । ରାଜା ହୁଅନ୍ତୁ କି ପ୍ରଜା ସମସ୍ତଙ୍କୁ ସେ ସଚେତନ କରାଉଥିଲେ । ସତେ ଯେମିତି ସେ ଥିଲେ ଜଣେ ଜାଗ୍ରତ ପ୍ରହରୀ । ମାଟି ମାଆର ଜଣେ ଦକ୍ଷ ସନ୍ତାନ । ଯିଏକି ନିଜର କାୟ-ମନ-ବାକ୍ୟରେ ନିଜ ମାଟି , ସମାଜ ଓ ଦେଶ ପାଇଁ ଥିଲେ ପୂର୍ଣ୍ଣ ସମର୍ପିତ । ଯେଉଁଠି ଅନ୍ୟାୟ ଅନୀତିର କେବେ ସ୍ଥାନ ନଥିଲା ।

ଏମିତି ଅନେକ ଉଦାହରଣ ଦେଖିବାକୁ ମିଳେ । ଯାହାକି କୌଣସି ରାଜାଙ୍କୁ ଯଦୁମଣି ଡରୁ ନଥିଲେ । ରାଜାଙ୍କର କିଛି ଭୁଲ୍‌ ଦେଖିଲେ ତୀବ୍ର ସମାଲୋଚନା କରୁଥିଲେ । ଅନ୍ଧ ଦେଶକୁ ଗଲି ଦର୍ପଣ ବିକି , କନ୍ଧ ହାତରେ ଦେଲି ଗୋଧନ ଟେକି ….ପ୍ରସଙ୍ଗଟି ଏହାର ବଡ଼ ଉଦାହରଣ।

ଉତ୍କଳ ଘଣ୍ଟ କବି ଯଦୁମଣି ମହାପାତ୍ର । ୧୭୮୧ ମସିହା ଜାନୁଆରୀ ୮ ତାରିଖରେ ପିତା ମୁକୁନ୍ଦ ମହାପାତ୍ର ଓ ମା’ ଶୋଭାଦେଈଙ୍କ କୋଳକୁ ଆସିଥିଲେ। ସାରା ପରିବାରରେ ଖୁସିର ମାହୋଲ ଖେଳି ଯାଇଥିଲା । ଯଦୁମଣି ମହାପାତ୍ରଙ୍କ ଜନ୍ମବୃତ୍ତାନ୍ତ ବଡ଼ ରହସ୍ୟପୂର୍ଣ୍ଣ ଥିଲା । ତାଙ୍କର ଦାୟାଦମାନେ କୁହନ୍ତି ମୁକୁନ୍ଦ ମହାପାତ୍ର ଓ ଶୋଭାଦେଈଙ୍କର କୌଣସି ସନ୍ତାନ ସନ୍ତତି ହେଉନଥିଲେ । ତାଙ୍କ ଜେଜେ ମା’ ପ୍ରଭୁ ଯଦୁକୃଷ୍ଣଙ୍କୁ ଆରାଧନା କରି ତାଙ୍କ ପୁତ୍ର ଓ ବୋହୂକୁ ସନ୍ତାନ ପ୍ରାପ୍ତି ହେଉ ବୋଲି ପ୍ରାର୍ଥନା କରୁଥିଲେ। ଶୋଭାଦେଈ ଦିନେ ସକାଳୁ ସକାଳୁ ଯଦୁକୃଷ୍ଣ ମନ୍ଦିର ପାଖରେ ଥିବା ପୋଖରୀକୁ ସଖୀଙ୍କ ସହ ଗାଧୋଇବାକୁ ଯାଇଥିଲେ। ଗାଧୋଇ ସାରି ଫେରିବା ବେଳକୁ ପାହାଚରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଯଦୁକୃଷ୍ଣ ପ୍ରାଙ୍ଗଣରେ ଜନ୍ମିତ ହୋଇଥିବାରୁ ଶୋଭାଦେଈଙ୍କ ଶାଶୂ ପିଲାଟିର ନାଁ ଯଦୁମଣି ରଖିଥିଲେ।

କବି ଯଦୁମଣି ମହାପାତ୍ର ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରି ଥିଲେ। ସେ ନିଜର ଅଧ୍ୟବସାୟ, ପ୍ରଚଣ୍ଡ ଜ୍ଞାନ ବଳରେ କାବ୍ୟ, କବିତା ଓ ଚିତ୍ରକଳା ଦିଗରେ ଅପୂର୍ବ ସଫଳତା ଅର୍ଜନ କରିଥିଲେ। ଯାହାକି ତାଙ୍କୁ ଯୁଗ ଯୁଗ ପାଇଁ ଅମର କରି ରଖିବ ।

ଯଦୁମଣିଙ୍କ ବାପା ମୁକୁନ୍ଦ ମହାପାତ୍ର ସେ ସମୟର ଜଣେ ଜଣାଶୁଣା ଚିତ୍ରଶିଳ୍ପୀ ଥିଲେ। ବର୍ତ୍ତମାନ ନୟାଗଡ଼ ସହରରେ ଥିବା ଗୋପୀନାଥ ମନ୍ଦିର ଥିଲା ଯଦୁମଣିଙ୍କ ପିତାଙ୍କର କଳାକୃର୍ତ୍ତି। ଏହି ମନ୍ଦିର ନିର୍ମାଣ କରିବାକୁ ଯଦୁମଣିଙ୍କ ପିତା ପରିବାର ସହ ନୟାଗଡ଼ ଚାଲି ଆସିଥିଲେ। ତାଙ୍କ କାର୍ଯ୍ୟଶୈଳୀରେ ଖୁସି ହୋଇ , ରାଜା ମୁକୁନ୍ଦ ମହାପାତ୍ରଙ୍କୁ ନୟାଗଡ଼ର ପୁରୁଣା ସହର ରାଜନଅର ନିକଟରେ ରହିବାକୁ ଜାଗା ଦେଇଥିଲେ। ପରବର୍ତ୍ତୀ କାଳରେ ଇଟାମାଟି ଗାଁରେ ଯାଇ ଯଦୁମଣିଙ୍କ ପରିବାର ରହିଥିଲେ।

୧୮୦୧ ମସିହାରେ ଯଦୁମଣି ମହାପାତ୍ର , ଖଞ୍ଜନା ଦେବୀଙ୍କୁ ବିବାହ କରିଥିଲେ। ୧୮୧୪ ମସିହାରେ ସେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ। ଏହାର ୫ବର୍ଷ ପରେ ଜନ୍ମ ହୋଇଥିଲା ଏକ ପୁତ୍ର ସନ୍ତାନ । ଯାହାଙ୍କର ନାଁ ଥିଲା କପିଧ୍ବଜ ।

ଯଦୁମଣିଙ୍କ ଝିଅ ରମା ଖଣ୍ଡପଡ଼ାର ନରସିଂହ ଗୁଣିନ୍ଦ୍ରଙ୍କୁ ବିବାହ କରିଥିଲେ। ମାତ୍ର ୫ ବର୍ଷ ବୟସରେ ଯଦୁମଣିଙ୍କ ଏକମାତ୍ର ପୁଅ କପିଧ୍ବଜ ଖେଳୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ସେତିକି ବେଳେ ଉଡିଯାଇଥିଲା ତାଙ୍କର ପ୍ରାଣବାୟୁ । ଏହା ଯଦୁମଣିଙ୍କ ଜୀବନରେ ଦାରୁଣ ଦୁଃଖ ଦେଇଥିଲା ।
ପରେ ଯଦୁମଣି ତାଙ୍କ ଝିଅର ପୁଅ ତାଳଧ୍ବଜଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲୋ।

୧୮୬୬ ମସିହା ଜୁଲାଇ ୨ ତାରିଖରେ ଏହି ଉତ୍କଳ ଘଣ୍ଟଙ୍କର ଜୀବନ ଦୀପ ଲିଭି ଯାଇଥିଲା । ସବୁଦିନ ପାଇଁ ସେ ଏହି ଇହ ଧାନ ଛାଡ଼ି ଚାଲିଯାଇଥିଲେ । ହେଲେ ତାଙ୍କର ଏହି କାଳଜୟୀ କୃତ୍ତି ସବୁଦିନ ରହିଯାଇଛି । ଯାହା ଆଜି ବି ଏ ମଣିଷ ସମାଜକୁ ଶିକ୍ଷାର ମଶାଲ ସାଜିଛି । କେବଳ ବ୍ୟଙ୍ଗ କବିତା, କୌତୁହଳପୂର୍ଣ୍ଣ କଥା, ଚିତ୍ରରେ ଯଦୁମଣିଙ୍କ ପ୍ରତିଭା ସୀମିତ ନଥିଲା। ପ୍ରଭୁ ରାମଚନ୍ଦ୍ରଙ୍କୁ ନେଇ ସେ ଏକ କାବ୍ୟ ‘ରାଘବ ବିଳାସ’ ଓ କୃଷ୍ଣଙ୍କୁ ନେଇ ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ ରଚନା କରିଥିଲେ। ଯାହାକି ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କର ସର୍ବଶ୍ରେଷ୍ଠ କୃତି। ଏବେ ବି ପାଲାକାରଙ୍କ ଉପସ୍ଥାପନାରେ ବଞ୍ଚିରହିଛି ଯଦୁମଣିଙ୍କ କୃତି।


Proud Odia

No comments.

Leave a Reply