ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କରିବେ 23 ଜଣ ଓଡ଼ିଆ
ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ ଡେୟାର ଡେଭିଲ୍ସ ଦ୍ୱାରା ଆୟୋଜିତ ଏକ ପର୍ବତ ଆରୋହଣ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୩ ଜଣ ପ୍ରତିଭା ଦୟାରା ବୁଗୀୟାଲ ଆରୋହଣ କରିବା ପାଈଁ ଆସନ୍ତା ୨୦ ତାରିଖରୁ ଯାତ୍ରା ଆରମ୍ଭ କରିବେ ।

କଳାହାଣ୍ଡିରୁ ଡ଼. ସତ୍ୟପିର ପଧାନ, ନୃସିଂହ ଚରଣ ପଣ୍ଡା, ସ୍ୱରାଜ କୁମାର ରାଉତ, ସୁନ୍ଦର ସାହୁ, କ୍ରିଷ୍ଣା ଭଣ୍ଡାରଘରିଆ, ରେସବ କୁମାର ପାଣିଗ୍ରାହୀ, ସୌମ୍ୟ ରଞ୍ଜନ ରାଉତ, ଠାକୁର ସେନାପତି, ଜ୍ୟୋତିଷ କୁମାର ବାଗ, ଯୋଗେଶ୍ୱର ନାଏକ, ବି.ଜେ ରାଜେଶ ଭୋଇ, ମୁରାରି ସାହୁ, ନୂଆପଡ଼ାରୁ ସଚିନ୍ ବେହେରା, ହିତେଶ୍ କୁମାର ମେହେର, ମଳୟ କୁମାର ମେହେର , ବଲାଙ୍ଗୀରରୁ ଅମନ୍ ଛତ୍ରୀଆ, ଘନ ସତନାମୀ, ନିଳକମଲ ସାହୁ, ଡକ୍ଟର୍ ଛବିଲାଲ ମେହେର କନ୍ଧମାଳରୁ ସିଦ୍ଧାର୍ଥ କେଶରୀ ପ୍ରଧାନ, ନବରଙ୍ଗପୁରରୁ ପ୍ରଦୀପ କୁମାର ସିହ୍ନା , ରାଉରକେଲାରୁ ବୈଦ୍ୟନାଥ ନାରାୟଣ ସିହ୍ନା , ଜଗତସିଂହପୁରରୁ ସାଗର କୁମାର ମଲ୍ଲିକ ପ୍ରମୁଖ ଟିମ ରେ ସାମିଲ ଅଛନ୍ତି।
କଳିଙ୍ଗ ଡେୟାର ଡେଭିଲ୍ସ ଦ୍ୱାରା କରୋନା ମହାମାରୀ ବ୍ୟାପିବା ପୂର୍ବରୁ ସଚେତନତା ନିମନ୍ତେ ଏକ ସାଇକେଲ୍ ଶୋଭାଯାତ୍ରାର ଆୟୋଜନ କରା ଯାଇଥିଲା ଏବଂ ବର୍ତ୍ତମାନ କରୋନା ଯୋଦ୍ଧା ମାନଙ୍କୁ ସମର୍ପିତ କରିବା ଉଦ୍ଧେଶ୍ୟରେ ଉତ୍ତରାଖଣ୍ଡ ସ୍ଥିତ ହିମାଳୟର ୧୩,୦୦୦ ଫୁଟ ଉଚ୍ଚତା ରେ ଜାତୀୟ ପତାକା ଉଡେଇ ନୂତନ ବର୍ଷ ରେ ନୂତନ ଅଧ୍ୟାୟ ରଚିବେ ବୋଲି କଳିଙ୍ଗ ଡେୟାର୍ ଡେଭିଲ୍ସ୍ ର ସଭାପତି ଡ଼. ସତ୍ୟପିର ପଧାନ ସୂଚନା ଦେଇଛନ୍ତି ।