ରାଗ ଅନୁରାଗ – କବି ଶ୍ରୀମତୀ ସଂଯୁକ୍ତା ମହାପାତ୍ର #OdiaLekha
Spread the love
କବି ଶ୍ରୀମତୀ ସଂଯୁକ୍ତା ମହାପାତ୍ର
ଏମିତି ଅବୁଝା ପ୍ରିୟତମ ତୁମେ
କେମିତି କହିବି ବୁଝାଇ,
ଋଷି ଗଲ ତୁମେ କଥା ପଦକ ରେ
ଏମିତି ବା କଣ ଦେଲି କହି ।
କଥା କଥାକ ରେ ରାଗ ଋଷା ପୁଣି
କେତେ କେତେ ମାନ ଅଭିମାନ,
ଟିକିଏ ସରାଗେ ସବୁ ଭୁଲି ଯାଏ
ତୁମେ ପରା ମୋର ପରାଣ ଧନ ।
ଏଇତ ପ୍ରେମରେ ରାଗ ଅନୁରାଗ
ତୁମ ଋଷା ମୋତେ ଭଲ ଲାଗେ,
ଋଷି ଗଲେ ତୁମେ ବୁଝାଇ ଦେବାକୁ
ସେଥି ପାଇଁ ମନେ ପ୍ରେମ ଜାଗେ ।
***×***