ଜୀବନ ସାଥୀ – ରଚନା ଶ୍ରୀମତି ସଂଯୁକ୍ତା ମହାପାତ୍ର #OdiaLekha #Kabita
Spread the love
ଜୀବନ ସାଥୀ – ରଚନା ଶ୍ରୀମତି ସଂଯୁକ୍ତା ମହାପାତ୍ର #OdiaLekha #Kabita
ରଚନା- ଶ୍ରୀମତୀ ସଂଯୁକ୍ତା ମହାପାତ୍ର
ତୁମଠୁ ଆରମ୍ଭ ସଂସାର ମୋହର
ତୁମେ ସାଥେ ଥିଲେ ଦୁଃଖର ଶେଷ,
ତୁମ କୁ ପାଇ ମୁଁ ପାଇ ଅଛି ସବୁ
ମନେ ନାହିଁ କିଛି ଅବଶୋଷ ।
କେବେ ଯଦି କିଛି ଭୂଲ କରି ଦିଏ
କହି ଦେବ ମୋତେ ସତ କରି,
ରାଗ ରଖିବନି ମନରେ ତୁମର
ସଜାଡି ନେବି ମୁଁ ଉଜୁଡା ଡୋରି ।
ଜୀବନର ଏଇ ଚଲା ପଥେ ସାଥୀ
ଯେବେ ପାଦ ମୋର ଥକି ଯିବ
ଆଉଜାଇ ନେବ ଛାତିରେ ତୁମର
ମଥାରେ ମୋ ପ୍ରିତି ପରଶ ଦେବ ।
ତୁମେ ମୋର ପ୍ରିୟ ମୁଁ ପ୍ରିୟତମା
ତୁମ ସଙ୍ଗେ ପଥ ଚାଲୁ ଥିବି,
ତୁମ ହୃଦୟର ରାଜ ଉଆସରେ
ତୁମରି ମନ ରାଣି ଶାଜି ଥିବି ।
ମାଗିବନି କେବେ ସରଗର ଚାନ୍ଦ
ଅବା ସୁନା ରୂପା ହୀରା ମୋତି,
ଲିଭି ଯାଉ ମୋର ଜୀବନର ଦୀପ
ହସି ଖୁସି ତୁମ କୋଳରେ ସାଥୀ ।
* ପଟିଆ, ଭୂବନେଶ୍ୱର *
*****×****