Spread the love

Odia Bhagabata Geeta Katha – Odia Sadhubani Daily Update

ଉପସ୍ଥାପନା: ଦୀପକ

The Bhagavad Gita (Sanskrit: श्रीमद् भगवद् गीता, Śrīmad bhagavad gītā) (Sanskrit: [ˈbʱəɡəʋəd̪ ɡiːˈt̪aː] ( listen)), The Song of the Bhagavan, often referred to as simply the Gita, is a 700-verse scripture that is part of the Hindu epic Mahabharata. This scripture contains a conversation between Pandava prince Arjuna and his guide Lord Krishna on a variety of theological and philosophical issues.

।। ଓଁ ଶ୍ରୀ ପରମାତ୍ମନେ ନମଃ ।।

କୌଣସି କର୍ମରେ, କର୍ମଫଳରେ, ସ୍ଥାନ, କାଳ, ଘଟଣା, ପରିସ୍ଥିତି, ଅନ୍ତଃକରଣ, ବହିଃକରଣ ଆଦି ପ୍ରାକୃତ ବସ୍ତୁରେ ତୁମର ଆସକ୍ତି ନ ହେଲେ ତୁମେ ନିର୍ଲିପ୍ତ ହୋଇ କର୍ମ କରି ପାରିବ । ଯଦି ତୁମେ କର୍ମ ବା ଫଳ କୌଣସିଟିରେ ଜଡ଼ିତ ହେବ, ତେବେ ନିର୍ଲିପ୍ତ ହୋଇପାରିବ ନାହିଁ ଏବଂ ସେହି କର୍ମ ମୁକ୍ତିଦାୟକ ହେବ ନାହିଁ ।
odia eodishaorg daily bhagabat gita update
କର୍ମ ପୂର୍ଣ୍ଣ ହେଉ ବା ଅପୂର୍ଣ୍ଣ ରହୁ, ସାଂସାରିକ ଦୃଷ୍ଟିରୁ ତାହାର ଫଳ ଅନୁକୂଳ ବା ପ୍ରତିକୂଳ ହେଉ, ସେହି କର୍ମ କଲେ ଆଦର-ନିରାଦର ଓ ପ୍ରଶଂସା-ନିନ୍ଦା ଯାହା ମିଳୁ, ଅନ୍ତଃକରଣ ଶୁଦ୍ଧ ହେଉ ଅଥବା ନ ହେଉ ଇତ୍ୟାଦି ଯେତେ ସିଦ୍ଧି ଓ ଅସିଦ୍ଧି ଅଛି, ସବୁଥିରେ ସମ ରହିବା ଉଚିତ ।
କେବଳ କର୍ତ୍ତବ୍ୟ-କର୍ମ କରିବାକୁ ହେବ; କର୍ମ ପୂରା ହେଉ ବା ନ ହେଉ, ଫଳ ପ୍ରାପ୍ତି ହେଉ ବା ନ ହେଉ, ନିଜର ମୁକ୍ତି ହେଉ ବା ନ ହେଉ – ସେଥିପ୍ରତି କର୍ମଯୋଗୀ ସମତା ଅର୍ଥାତ ନିଷ୍କାମଭାବ ରଖିବା ଉଚିତ ।

ସିଦ୍ଧି ଅସିଦ୍ଧିରେ ସମ ହେବା ପରେ, ସେହି ସମତାରେ ନିରନ୍ତର ଅଟଳ ସ୍ଥିତ ରହିବା ହିଁ ‘ଯୋଗସ୍ଥ’ ହେବା । ଯୋଗସ୍ଥ ହୋଇ ଅର୍ଥାତ ସମତାରେ ସର୍ବଦା ସ୍ଥିତ ହୋଇ କର୍ତ୍ତବ୍ୟ-କର୍ମ କରିବା ଉଚିତ । ସମତା ହିଁ ‘ଯୋଗ’, ଅର୍ଥାତ ସମତା ହେଉଛି ପରମାତ୍ମାଙ୍କର ସ୍ୱରୂପ । ସେହି ସମତା ଅନ୍ତଃକରଣରେ ନିରନ୍ତର ରହିବା ଉଚିତ ।

By admin

Proud Odia