Spread the love

Manabasa Pratham Guru Baara Puja – Laxmi Puja – Odisha Puja and Osha
Manabasa Gurubar is a festival of Goddess Lakshmi which celebrated by odia women in every thursday(gurubar) of month Manabasa(November-December) and Margasir is the ninth month in Odia calendar. It is believed that Goddess Lakshmi will never visit if a house is dirty so In this festival Odia women wake up very early in the morning and clean the house with broom-sticks.

“ନମସ୍ତେ କମଳା ମା’ଗୋ ଅତି ଦୟାବତୀ ।
ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି ।।
ତୋର ଦୟାବଳେ ମା’ଗୋ ଦରିଦ୍ର ଜନର ।
ହୁଅଇ ଅଚଳବିତ୍ତ ଜିଣଇ କୁବେର ।।”

କବି ବଳରାମ ଦାସଙ୍କ ରଚିତ ‘ଲକ୍ଷ୍ମୀ ପୁରାଣ’ ଓଡ଼ିଶାର ଘରେ ଘରେ ପରିଚିତ । ଲକ୍ଷ୍ମୀଙ୍କର ବରପ୍ରାପ୍ତ ହୋଇ ଶ୍ରୀୟା ଚଣ୍ଡାଳୁଣୀର କୁଡ଼ିଆ ଅଜସ୍ର ଧନସମ୍ପଦରେ ପରିପୂର୍ଣ୍ଣ ଚନ୍ଦନ ଉଆସରେ ପରିଣତ ହେବା ସହ ପୁତ୍ରହୀନା ଶ୍ରୀୟା ପଞ୍ଚପୁତ୍ରର ଜନନୀ ହେବା ଏବଂ ଲକ୍ଷ୍ମୀଛଡ଼ା କଳଙ୍କ ବୋହି ଜଗନ୍ନାଥ ଓ ବଳଭଦ୍ର ଦୁଇଭାଇ ଶ୍ରୀମନ୍ଦିରରୁ ବିତାଡ଼ିତ ହୋଇ ଅନେକ କଷ୍ଟ ଭୋଗିବା କଥା ସମସ୍ତେ ଜାଣନ୍ତି । ବର୍ଷର ପ୍ରତ୍ୟେକ ଗୁରୁବାର ଲକ୍ଷ୍ମୀଙ୍କର ବାର ହେଲେ ମଧ୍ୟ ଚାରି ପବିତ୍ର ମାସ ମଧ୍ୟରୁ ମାର୍ଗଶୀର ମାସର ଗୁରୁବାର ଗୁଡ଼ିକର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ଏହି ଦିନଗୁଡ଼ିକରେ ଧନିଗରିବ, ଉଚ୍ଚନୀଚ ସମସ୍ତେ ଧାନମାଣ ବସାଇ ଅନ୍ନଦାତ୍ରୀ, ଧନସମ୍ପଦର ଦେବୀ ମା’ ଲକ୍ଷ୍ମୀଙ୍କର ପୂଜା କରନ୍ତି ଓ ଲକ୍ଷ୍ନୀ ପୁରାଣ ପାଠ କରନ୍ତି ।

manabasa gurubara puja eodisha.org website odisha puja

The door steps of every room and veranda are decorated with chita or Jhoti by Odia women which is made by fine rice and water paste.Special pujas are offered to Lakshmi and Oriya scripture Mahalakshmi Purana is read also.A bamboo pot(Mana) used to measure paddy is filled with freshly harvested paddy and is kept in the puja area. On this festival there is a custom to read the “Mahalaxmi Puran” which is written by Poet Balaram Das while performing the Manabasa Gurubar Puja.So Manabasa Gurubar Festival is one of a religious festival of Odisha.

In this Puja fruits,Pitha(cake) made by mostley made by rice, khichdi, rice kheer offer to Goddess in this festival. In 3rd Thursday Manda Pitha offer as Prasad and in last Thursday.

Send wishes Odia eGreetings Margasira Masa Gurubara Laxmi Puja wishes.

≈ ମାଣବସା ଗୁରୁବାର ≈

“ନମସ୍ତେ କମଳା ମା’ଗୋ ଅତି ଦୟାବତୀ ।
ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି ।।
ତୋର ଦୟାବଳେ ମା’ଗୋ ଦରିଦ୍ର ଜନର ।
ହୁଅଇ ଅଚଳବିତ୍ତ ଜିଣଇ କୁବେର ।।”

କବି ବଳରାମ ଦାସଙ୍କ ରଚିତ ‘ଲକ୍ଷ୍ମୀ ପୁରାଣ’ ଓଡ଼ିଶାର ଘରେ ଘରେ ପରିଚିତ । ଲକ୍ଷ୍ମୀଙ୍କର ବରପ୍ରାପ୍ତ ହୋଇ ଶ୍ରୀୟା ଚଣ୍ଡାଳୁଣୀର କୁଡ଼ିଆ ଅଜସ୍ର ଧନସମ୍ପଦରେ ପରିପୂର୍ଣ୍ଣ ଚନ୍ଦନ ଉଆସରେ ପରିଣତ ହେବା ସହ ପୁତ୍ରହୀନା ଶ୍ରୀୟା ପଞ୍ଚପୁତ୍ରର ଜନନୀ ହେବା ଏବଂ ଲକ୍ଷ୍ମୀଛଡ଼ା କଳଙ୍କ ବୋହି ଜଗନ୍ନାଥ ଓ ବଳଭଦ୍ର ଦୁଇଭାଇ ଶ୍ରୀମନ୍ଦିରରୁ ବିତାଡ଼ିତ ହୋଇ ଅନେକ କଷ୍ଟ ଭୋଗିବା କଥା ସମସ୍ତେ ଜାଣନ୍ତି । ବର୍ଷର ପ୍ରତ୍ୟେକ ଗୁରୁବାର ଲକ୍ଷ୍ମୀଙ୍କର ବାର ହେଲେ ମଧ୍ୟ ଚାରି ପବିତ୍ର ମାସ ମଧ୍ୟରୁ ମାର୍ଗଶୀର ମାସର ଗୁରୁବାର ଗୁଡ଼ିକର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ଏହି ଦିନଗୁଡ଼ିକରେ ଧନିଗରିବ, ଉଚ୍ଚନୀଚ ସମସ୍ତେ ଧାନମାଣ ବସାଇ ଅନ୍ନଦାତ୍ରୀ, ଧନସମ୍ପଦର ଦେବୀ ମା’ ଲକ୍ଷ୍ମୀଙ୍କର ପୂଜା କରନ୍ତି ଓ ଲକ୍ଷ୍ନୀ ପୁରାଣ ପାଠ କରନ୍ତି ।

ପ୍ରତ୍ୟେକ ଓଡ଼ିଆଣୀ ଏହାକୁ ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହିତ ପାଳନ କରନ୍ତି । ପୂଜାର ପୂର୍ବଦିନ ଘରଦ୍ୱାର ପରିଷ୍କାର ପରିଚ୍ଛନ୍ନ କରାହୁଏ, ଗୋବରରେ ଲିପା ହୁଏ, ଅରୁଆ ଚାଉଳ ବାଟି ଲକ୍ଷ୍ମୀପାଦ, ପଦ୍ମଫୁଲ, ଧାନକେଣ୍ଡା, ହାତୀ ଇତ୍ୟାଦିର ଝୋଟି ଦିଆ ହୁଏ । ଗୁରୁବାର ଦିନ ନାରୀମାନେ ଶୁଦ୍ଧପୂତା ସହକାରେ ଲକ୍ଷ୍ମୀଙ୍କ ପ୍ରତିମା ରୂପେ ଧାନମପା ମାଣରେ ଶୁକ୍ଳଧାନ ରଖି ଫଳମୂଳ, ଅରୁଆ ଚାଉଳ, ଦୂବପତ୍ର, ଧୂପଦୀପ ନୈବେଦ୍ୟ ଦେଇ ମା’ ଙ୍କର ପୂଜା ଆରାଧନା କରନ୍ତି । ଶଙ୍ଖ, ହୁଳହୁଳି, ଲକ୍ଷ୍ମୀ ପୁରାଣ ପାଠ ସହିତ ଖିରି, ଖେଚୁଡ଼ି, ପିଠାପଣାର ଭୋଗରେ ଘର ପବିତ୍ର ଓ ଆନନ୍ଦମୟ ହୋଇଉଠେ ।

ଅନ୍ୟ ପର୍ବପର୍ବାଣି ପରି ମାଣବସା ଗୁରୁବାରରେ ମଧ୍ୟ ସ୍ୱାସ୍ଥ୍ୟ ଓ ସାମାଜିକ ବିଜ୍ଞାନର ତଥ୍ୟ ରହିଛି । ପରିଷ୍କାର ପରିଚ୍ଛନ୍ନ ରହିବା, ପ୍ରତ୍ୟେକ ଜିନିଷ ଯଥାସ୍ଥାନରେ ରଖି ଘର ସଜାଡ଼ିବା, ପ୍ରଭାତରୁ ଶଯ୍ୟାତ୍ୟାଗ କରିବା, କର୍ମ ଚଞ୍ଚଳ ହେବା, ଗୃହରେ ଶାନ୍ତିଶୃଙ୍ଖଳା ଓ ସ୍ନେହଶ୍ରଦ୍ଧା ବଜାୟ ରଖିବା, ଉଚ୍ଚନୀଚ ଭେଦଭାବ ନ ରଖିବା ଇତ୍ୟାଦି ନୀତିଶିକ୍ଷା ଏଥିରୁ ମିଳେ । ଘରଦ୍ୱାର ଗୋବରରେ ଲେପିବା ଫଳରେ ଗୃହର ପବିତ୍ରତା ବୃଦ୍ଧି ପାଇବା ସହିତ ବହୁ ଅନିଷ୍ଟକାରୀ ଜୀବାଣୁ ନଷ୍ଟ ହୁଅନ୍ତି ।

ପରିଷ୍କାର ପରିଚ୍ଛନ୍ନତାର ଅନ୍ୟ ନାମ ସୌନ୍ଦର୍ଯ୍ୟ । ଏହି ସୌନ୍ଦର୍ଯ୍ୟ ଓ ନିର୍ମଳତା ହିଁ ଲକ୍ଷ୍ମୀ । ଲକ୍ଷ୍ମୀ ପୁରାଣଟି ଏକାଧାରରେ ପତିବ୍ରତା, ଅତିଥି ସେବା, କୂଳାଚାର, ଲୋକାଚାର, ଜାତିଭେଦ, ସଂସାରନୀତି, ସ୍ୱାସ୍ଥ୍ୟନୀତିର ଏକ ଅପୂର୍ବ ସମାହାର ।

– ଦୀପକ

By