Spread the love

Manabasa Guru Baara Puja – Odia Laxmi Puja , Mahalaxmi Purana #LaxmiPuja #Manabasa #HinduCulture #IndianCulture ,Odisha Puja and Osha by – ଦୀପକ

Manabasa Gurubar is a festival of Goddess Lakshmi which celebrated by odia women in every thursday(gurubar) of month Manabasa(November-December) and Margasir is the ninth month in Odia calendar. It is believed that Goddess Lakshmi will never visit if a house is dirty so In this festival Odia women wake up very early in the morning and clean the house with broom-sticks.

Manabasa Guru Baara Puja – Odia Laxmi Puja , Mahalaxmi Purana #LaxmiPuja #Manabasa #HinduCulture #IndianCulture eOdisha.org puja n festival

କବି ବଳରାମ ଦାସଙ୍କ

ରଚିତ ‘ଲକ୍ଷ୍ମୀ ପୁରାଣ’ ଓଡ଼ିଶାର ଘରେ ଘରେ ପରିଚିତ । ଲକ୍ଷ୍ମୀଙ୍କର ବରପ୍ରାପ୍ତ ହୋଇ ଶ୍ରୀୟା ଚଣ୍ଡାଳୁଣୀର କୁଡ଼ିଆ ଅଜସ୍ର ଧନସମ୍ପଦରେ ପରିପୂର୍ଣ୍ଣ ଚନ୍ଦନ ଉଆସରେ ପରିଣତ ହେବା ସହ ପୁତ୍ରହୀନା ଶ୍ରୀୟା ପଞ୍ଚପୁତ୍ରର ଜନନୀ ହେବା ଏବଂ ଲକ୍ଷ୍ମୀଛଡ଼ା କଳଙ୍କ ବୋହି ଜଗନ୍ନାଥ ଓ ବଳଭଦ୍ର ଦୁଇଭାଇ ଶ୍ରୀମନ୍ଦିରରୁ ବିତାଡ଼ିତ ହୋଇ ଅନେକ କଷ୍ଟ ଭୋଗିବା କଥା ସମସ୍ତେ ଜାଣନ୍ତି । ବର୍ଷର ପ୍ରତ୍ୟେକ ଗୁରୁବାର ଲକ୍ଷ୍ମୀଙ୍କର ବାର ହେଲେ ମଧ୍ୟ ଚାରି ପବିତ୍ର ମାସ ମଧ୍ୟରୁ ମାର୍ଗଶୀର ମାସର ଗୁରୁବାର ଗୁଡ଼ିକର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ଏହି ଦିନଗୁଡ଼ିକରେ ଧନିଗରିବ, ଉଚ୍ଚନୀଚ ସମସ୍ତେ ଧାନମାଣ ବସାଇ ଅନ୍ନଦାତ୍ରୀ, ଧନସମ୍ପଦର ଦେବୀ ମା’ ଲକ୍ଷ୍ମୀଙ୍କର ପୂଜା କରନ୍ତି ଓ ଲକ୍ଷ୍ନୀ ପୁରାଣ ପାଠ କରନ୍ତି ।

≈ ‘ଲକ୍ଷ୍ମୀ ପୁରାଣ’ରୁ କିଞ୍ଚିତ୍ ≈

“ଗୁରୁବାରେ ଯେଉଁ ନାରୀ ପିନ୍ଧେ ଶୁକ୍ଳ ଲୁଗା,
ଐଶ୍ୱର୍ଯ୍ୟ ସମ୍ପଦ ପାଏ ହୁଅଇ ସୁଭାଗା ।
ଗୁରୁବାରେ ଯେଉଁ ନାରୀ ପିଲାଙ୍କୁ ମାରଇ,
କିବା ପାକ ହାଣ୍ଡି ଧୋଇ କଳା ନ ଛାଡ଼ଇ ।
ସନ୍ଧ୍ୟା ଗଡ଼ିଗଲେ ଯେ ଦିଅଇ ସନ୍ଧ୍ୟାବତୀ,
ଧନପୁତ୍ର ହାନି ହୁଏ ସଦା ବହୁ କ୍ଷତି ।
ଗୁରୁବାରେ ଯେଉଁ ନାରୀ ପୋଡ଼ା ଦ୍ରବ୍ୟ ଖାଏ,
ଶୋଇବା ଶଯ୍ୟାକୁ ବଙ୍କା କରିଣ ବିଛାଏ ।
ଶାଶୁ, ଶ୍ୱଶୁରଙ୍କୁ ନ ମାନଇ ଯେ ରମଣୀ,
ଉଲଗ୍ନ ହୋଇ ଶୟନ କରଇ ଯେ ପ୍ରାଣୀ ।”

ଉତ୍କଳୀୟ ପରମ୍ପରାରେ ପବିତ୍ର ମାସ ମାର୍ଗଶୀରର ଗୁରୁବାର ଦିନ ଧନ ଓ ଅନ୍ନଦାତ୍ରୀ ମାଆ ଲକ୍ଷ୍ମୀଙ୍କର ପୂଜା ସହିତ ଲକ୍ଷ୍ମୀ ପୁରାଣ ପାଠ କରିବାର ବିଧି ରହିଛି । କେବଳ ଯେ ଧନସମ୍ପଦ ଓ ସୁଖସମୃଦ୍ଧି ପାଇଁ ମାଆଙ୍କର ପୂଜା ଅତ୍ୟନ୍ତ ନିଷ୍ଠା ସହକାରେ କରାଯାଏ, ତାହା ନୁହେଁ; ଏଥିରୁ ପ୍ରତିପାଦିତ ହୁଏ – ନାରୀ ଶକ୍ତି କିଛି କମ୍ ନୁହେଁ, ସେ ଚାହିଁଲେ ପୁରୁଷକୁ ପରାସ୍ତ କରିପାରେ । ନାରୀ କେବଳ ମମତାମୟୀ ନୁହେଁ, ଶକ୍ତିସ୍ୱରୂପିଣୀ ମଧ୍ୟ । ଏହି ପୂଜାବିଧିରୁ ଅନେକ ନୀତିଶିକ୍ଷା ମଧ୍ୟ ମିଳେ । ଯେପରି କି ନାରୀମାନଙ୍କର କର୍ତ୍ତବ୍ୟ, ଆଚାର, ବିଚାର ସମ୍ପର୍କରେ ଲକ୍ଷ୍ମୀ ପୁରାଣରେ ଉପରୋକ୍ତ ପ୍ରକାରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।

ଏଥିରେ କବି ବଳରାମ ଦାସ ଜାତି-ଅଜାତି, ଛୁଆଁ-ଅଛୁଆଁ ଭେଦଭାବ ବିରୋଧରେ ମଧ୍ୟ ଉଲ୍ଲେଖ କରିଛନ୍ତି । ବଡ଼ ଦେଉଳରେ ଛୁଆଁ-ଅଛୁଆଁ ରହିବ ନାହିଁ ବୋଲି ମାତା ଲକ୍ଷ୍ମୀଙ୍କ ଦ୍ୱାରା ସ୍ୱୟଂ ଜଗନ୍ନାଥଙ୍କଠାରୁ ଏହି ସତ୍ୟ କରାଇ ନେଇଛନ୍ତି ।

“ଚଣ୍ଡାଳୁ ବ୍ରାହ୍ମଣ ଯାଏ ଖୁଆଖୋଇ ହେବେ,
ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ ।
ହାଡ଼ିର ହସ୍ତୁ ବ୍ରାହ୍ମଣେ ଛଡ଼ାଇ ଖାଇବେ,
ବ୍ରାହ୍ମଣେ ଖାଇଣ ହସ୍ତ ମୁଣ୍ଡରେ ପୋଛିବେ ।”

ଧନ୍ୟ ମାଆ ଲକ୍ଷ୍ମୀ, ତୋର ଜୟ ହେଉ !

By

One thought on “Manabasa Guru Baara Puja – Odia Laxmi Puja , Mahalaxmi Purana #LaxmiPuja #Manabasa #HinduCulture #IndianCulture”

Comments are closed.