Spread the love

ବିଜେଡ଼ି ଟିକେଟ କୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଏକ ସିକ୍ରେଟ ବାର୍ତ୍ତାଳାପର ଅଡିଓ ହ୍ବାଟସଆପ୍ ରେ ଘୁରିବୁଲୁଛି । କେଉଁ କେଉଁ ବିଜେଡି ବିଧାୟକ ମାନଙ୍କ ଟିକଟ ଏଥର ନବୀନ ବାବୁ କାଟୁଛନ୍ତି ଏହି ଅଡିଓରେ ଜଣେ ଆଉ ଜଣଙ୍କ ଏତେ ଦୃଢ଼ତାର ସହ କହୁଛି ଯେମିତି କି ଏହା ସତରେ ତୃତୀୟ ମହଲା ଟେବୁଲରୁ ହିଁ ଫୋନରେ କାହାକୁ ଲିକ୍ କରାଯାଉଛି ।

ଏଥିରେ ପାଖାପାଖି ୨୦ ଜିଲାରୁ କାହା କାହା ଟିକଟ କଟୁଛି ସେମାନଙ୍କ ନା କୁହାଯାଇଛି । ଏହାର ସତ୍ୟାସତ୍ୟ କେତେ ଜଣା ନଥିଲେ ମଧ୍ୟ ଏହି ଅଡିଓ ବହୁ ନେତାଙ୍କ ମନରେ ଛନକା ପୁରେଇ ଦେଲାଣି । ଶୁଣାଯାଉଛି ଏହିପରି ତିନୋଟି ଅଡିଓ ହ୍ବାଟସଆପ୍ ରେ ଘୁରିବୁଲୁଛି । ଗୋଟାକରେ ୨୦ ଟା ଜିଲ୍ଲାରେ କାହାର କାହାର ଟିକଟ କଟୁଛି, ୨ୟ ଟିରେ ଆଉ ୧୦ ଜିଲ୍ଲାରେ କାହାର କାହାର ଟିକଟ କଟୁଛି ଏବଂ ୩ୟ ଟିରେ କାହାକୁ କାହାକୁ ନୁଆ ଟିକଟ ମିଳୁଛି ତାହାର ତାଲିକା ରହିଛି ।