Spread the love

ଆଜି ଅସ୍ୱାଭାବିକ ଭାବରେ ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ପଡ଼ିଛି। ଦୁଇ ସହରକୁ କୁହୁଡ଼ି ପୂରା ଢାଙ୍କି ରଖିଛି। ପାଣି ବୁନ୍ଦା ପଡ଼ୁଛି। ବାଇକ୍‌ରେ ଯାତ୍ରା କଲେ ଶରୀର ଓଦା ହୋଇଯାଉଛି।

ଗତକାଲି ମଧ୍ଯ ରାଜଧାନୀରେ କୁହୁଡ଼ି ପଡ଼ିଥିଲା। କିନ୍ତୁ ଏତେ ଘନ ନଥିଲା। ଆଜି ଘନ କୁହୁଡ଼ି ପଡ଼ିଛି। ୩୦ ମିଟରର ଦୂରରୁ ବି ଦେଖିବା କଷ୍ଟକର ହୋଇପଡ଼ିଛି। କଟକରେ ବି ସମାନ ଅବସ୍ଥା ସୃଷ୍ଟି ହୋଇଛି। ଏହି ଘନ କୁହୁଡ଼ି ପାଇଁ ଅନେକ ଦୁର୍ଘଟଣା ଘଟିବାର ଖବର ମଧ୍ଯ ଆସିଛି।