ଦୁଇଟୋପା ଲୁହ -A Beautiful poem by Raja Ardhendu shekhar Mohanty #OdiaPost #Odisha #UtkalaDibasa

Spread the love

ଦୁଇଟୋପା ଲୁହ -A Beautiful poem by Raja Ardhendu shekhar Mohanty #OdiaPost #Odisha #UtkalaDibasa


ଦୁଇଟୋପା ଲୁହ ମୋର ଆଖିରୁ ଝରି, କାଳିଆ ତୋ ପାଦଧୁଏ ଦରିଆ ପରି .
ଜଗତ ପାଇଁ ବୋଲାଉ ତୁହି ଜଗନ୍ନାଥ, ତେବେ କି ଲାଭ ପାଉ ମୋ ହୃଦୟ ଚିରି .

ନିଜକୁ ମୁଁ ସଜାଇଲି ତୋ ଛଡା ତୁଳସୀ, ଦୀପ ହୋଇ ଜଳିଲି ମୁଁ ତୋ କଡ଼କୁ ବସି .
ଦୁଃଖ ଯେତେ ସବୁ ମୋର ତୋ କର୍ଣ କୁଣ୍ଡଲ, ମୋ ଆଶା ଝୁଲେ ତୋ ଶିରେ ଚନ୍ଦ୍ରିକାର ଚୁଳ .
ହୋଇ ମହାପ୍ରଭୂ ଦୁଃଖ କେତେ ଦେବୁ, କେବେ ତୁ ଶୁଣିବୁ ଅନାଥ ଗୁହାରି .

ଖାଲି ଅବଢ଼ା କୁଡୁଆ ପରି ମୁଁ ଗଡ଼ିଲି, ଶଂଖ ନାଦ ଠାରୁ ଉଚ୍ଚେ ତୋତେ ମୁଁ ଦକିଲି .
ତୋ ଦଧି ନଉତି ପରି ଭୋଗୁଛି କଷଣ, ସହୁଛି ବରଷା ଖରା ଛାଡ଼ିଯାଏ ପ୍ରାଣ .
ଜନମ ତୁ ଦେଲୁ, ଯଦିରେ କାଲିଆ, ଜୀଇଁବି କେମିତି ଆହେ ଦୁଃଖ ହାରୀ .

A beautiful poem by Raja Ardhendu shekhar Mohanty( Oriya writer)

Comments are closed.