ଲୋକପ୍ରିୟ ୭ଟି କବିତା – ଲେଖକ ଭୀମ ଭୋଇ – Top 7 Songs of Santha Kabi #BhimaBhoi #Odisha

Spread the love

ଲୋକପ୍ରିୟ ୭ଟି କବିତା – ଲେଖକ ଭୀମ ଭୋଇ – Top 7 Songs of Santha Kabi #BhimaBhoi 

Bhima_Bhoi_memorial,_Khaliapali_temple

Kabita – 1

ମୋ ଜୀବନ ପଛେ ନର୍କେ ପଡ଼ିଥାଉ by  ସନ୍ଥକବି ଭୀମ ଭୋଇ

 ବଖାଣି ମହିମା ଧୁନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ୤
ଦାସପଣେ କିଣି ଅର୍ଦ୍ଧବାଟେ ଆଣି କିମ୍ପା ଏତେ ସରି କଲେ ୥୧୥
ନାହିଁ ମୋ ଭରସା ଉଡ଼ୁଛି ସହସା କି ବୁଦ୍ଧି କରିବି କହ୤
ଜଗତ ସମ୍ଭାଳି ଭଗତଙ୍କୁ ପାଳି ତୁମ୍ଭ ଭାରା ତୁମ୍ଭେ ବହ ୥୨୥
ଭଗତଙ୍କ ଦୁଃଖ ନିରନ୍ତର ଦେଖ ଲାଗିଲାଟି ପଦାରବିନ୍ଦେ୤
ବାନ୍ଧିଥା ଯୋଗାଡ଼ି ଆଗପଛ କରି ବହିଥାଅ ନିଜ କାନ୍ଧେ ୥୩୥
ସମ୍ପତ୍ତି ବିପତ୍ତି ମୁକତି ଦୁର୍ଗତି ଭିଆଣ କରିଛ ଯୋଡ଼ି୤
ପାପ ଦୁଃଖଭାର କେ ତୁମ୍ଭ ବହିବ ପାଦତଳେ ଥାଉ ପଡ଼ି ୥୪୥
ବିଜେ କରିଅଛ କିମ୍ପା ନବୁଝୁଛ ପଳାଇ ପଶିବି କାହିଁ୤
ଅରଜି ପାପଭାରା କରିବି ପସରା ପାଦତଳେ ଦେବି ଥୋଇ ୥୫୥
ଶରଣ ବାଞ୍ଛିତ କାନ୍ଦି କାନ୍ଦି ଭକ୍ତ ଗଡ଼ିଗଲେଣି ସକଳ୤
ଦୋଷ ଅପରାଧ କ୍ଷମା କରି ଗୁରୁ ଜାଗ୍ରତରେ ପ୍ରତିପାଳ ୥୬୥
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ୤
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ୥୭୥
ଜଣାଉଛି ମୁଁ ଯେ ଭକ୍ତି ଭାବରଞ୍ଜେ ଆହେ ଅଣିମା ଅନନ୍ତ୤
ତିନି ବ୍ରହ୍ମାଣ୍ଡରେ ଯେତେ ଜୀବଛନ୍ତି ସମସ୍ତେ ତୁମ୍ଭ ଭଗତ ୥୮୥
ନବଲକ୍ଷ ତାରା ସୁରାଟ ବିରାଟ ଧ୍ରୁବଲୋକ ଆଦି ଯେତେ୤
ସମସ୍ତେ ତୁମ୍ଭ ପାଦତଳେ ଆଶ୍ରିତ ଠୁଳ ଶୂନ୍ୟ ପରିଯନ୍ତେ ୥୯୥
ଠୁଳ ଶୂନ୍ୟଠାରୁ ତହିଁ ଉପରକୁ ଦେଖିଲଇଁ ନାହିଁ କିଛି୤
ଅବିକାର ବ୍ରହ୍ମ ଅନାମ ଅରୂପ ସିନ୍ଧୁ ପ୍ରାୟ ପୂରିଅଛି ୥୧୦୥
କିବା ଦୁଷ୍ଟ ସନ୍ଥ ସେବକ ସାମନ୍ତ କୀଟ ପତଙ୍ଗରେ ପୂରି୤
ତୁମ୍ଭେ ପୂରିଅଛ କାହିଁ ଊଣା ନାହିଁ ସର୍ବଘଟେ ସମସରି ୥୧୧୥
ମେଦିନୀ ପାଷାଣ କାଠ ତରୁ ତୃଣ ନିର୍ଜୀବରେ ଯେହୁ ଗଚ୍ଛି୤
ମୁଁ ଯେ ଜାଣୁଅଛି ମନର ଭିତରେ ଶବ୍ଦବ୍ରହ୍ମ ହେଲେ ଅଛି ୥୧୨୥
ମୁଁ ଯେ ମୂର୍ଖ କବି ଭେଦ ମାର୍ଗେ ଜଗି ତୁମ୍ଭ କରୁଣା ମାତର୤
ସମାନରେ ଦେଖି ସତ୍ୟ ଧର୍ମ ସାକ୍ଷୀ କରି ନପାରେ ଅନ୍ତର ୥୧୩୥
ତ୍ରିପୁର ଜଗତେ ଜୀବଛନ୍ତି ଯେତେ ଅଛି ନାମ କଳା ଚିହ୍ନ୤
ସମସ୍ତେ ସଙ୍ଖୁଳି ଏକ ଆତ୍ମା ବୋଲି ନକରି ହୋ ଆନ ଭିନ୍ନ ୥୧୪୥
କାଠର ଭିତରେ ସୁଢ଼ଳ ଧାତୁରେ ଜଳ ପୂରିଥାଇ ଯେତେ୤
ପ୍ରାଣୀଙ୍କ ଅଙ୍ଗରେ ଜୀବକର୍ମ ରୂପ ଫୁଟି ଦିଶୁଥାଇ ସତେ ୥୧୫୥
ଦୋଷକୃତ ହାନି ଲାଭ ଧରା ମରା ଗାଳି ଦ୍ବନ୍ଦ୍ବ ହୁଅନ୍ତି ଯହିଁ୤
ରୁମ ଚର୍ମ ଭେଦି କାଟେ ଜୀବନକୁ କାତର ମୁଁ ହେଉଥାଇ ୥୧୬୥
ଅଗ୍ନି ଚୁଲା ପରେ ତାରଣ ଭାଣ୍ଡରେ ଯେସନେ ଫୁଟଇ ଅନ୍ନ୤
ତେସନ ପରାଏ ହୃଦେ ଡେଉଁଥାଇ ପଞ୍ଚଭୂତ ଆଜ୍ଞାମାନ ୥୧୭୥
ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ ମାଉଁସ ଜାଣଇ୤
ତେଣୁକରି ସିନା ପ୍ରାଣୀଙ୍କ ବିକଳ ସହି ନ ପାରିବି ମୁହିଁ ୥୧୮୥
ଏକା ଖଡ଼ଗରେ ଦଶ ପାଞ୍ଚ ମୁଣ୍ଡ ଛିଡ଼ଇ ଭାରତ ଯୁଦ୍ଧେ୤
ଆରେକ ଅଙ୍ଗକୁ ପାଦେ ପ୍ରହାରିଲେ ଏ ଅଙ୍ଗକୁ ମୋର ବାଧେ ୥୧୯୥
ଆତ୍ମା ଭଗତିରେ ଦୋଷାଦୋଷ ହେଲେ ବଜ୍ର ପଡୁ ମୋ ମୁଣ୍ଡକୁ
କହେ ଭୀମ ଭୋଇ ବ୍ରହ୍ମଶାପ ଦେଇ ଜାଳି ଦିଅ ମୋ ପିଣ୍ଡକୁ ୥୨୦୥
Kabita – 2

ଭଜନ – ‘ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ’ –  କବି – ଭୀମ ଭୋଇ – ଗାୟକ – ଅକ୍ଷୟ ମହାନ୍ତି

ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ
ଭାଗ୍ୟ ଥିଲେ ଧର ଧର
ଖଣ୍ଡିବ କାଳ ବିପତ୍ତି ପରମାଦ ହେ
ଭାଗ୍ୟ ଥିଲେ ଧର ଧର ।୧।

କରିଅଛ ଯେବେ ଦୋଷ ଜଣାଅ ଶ୍ରୀଗୁରୁ ପାଶ
ଛେଦି ହୋଇବ ଉଶ୍ୱାସ ଅପରାଧ ହେ ।
ଭାଗ୍ୟ ଥିଲେ ଧର ଧର ।୨।

ପାପ ପୋଡିବ ବ୍ରହ୍ମରେ ନାମ ଅଲେଖ ଧର୍ମରେ
ଭଜ ସାତ୍ତ୍ୱିକ କର୍ମରେ ନିରିବେଦ ହେ ।
ଭାଗ୍ୟ ଥିଲେ ଧର ଧର ।୩।

ସତ୍ୟ ଅଟେ ଏ ଦୁଆର ମନେ ଅପ୍ରତେ ନକର
ପଶ୍ଚାତେ ହେବ ଅସାର ପରମାଦ ହେ ।
ଭାଗ୍ୟ ଥିଲେ ଧର ଧର ।୪।

ଓମ୍କାର ପରମ ପଦୁଁ ପିଅ ମକରନ୍ଦ ମଧୁ
କହେ ଭୀମ ଅରକ୍ଷିତ ଅତି ସ୍ୱାଦ ହେ ।
ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ
ଭାଗ୍ୟ ଥିଲେ ଧର ଧର ।୫।

Kavita – 3  

ସନ୍ଥ କବି ଭୀମ ଭୋଇ ଭଜନ – ସମର୍ପି ଦେଲି ପାଇଲ ସର୍ବ

ସମର୍ପି ଦେଲି ପାଇଲ ସର୍ବ
ବୁଝ ନ ବୁଝ ସ୍ୱାମୀ ଗୁରୁଦେବ
ସମର୍ପି ଦେଲି ପାଇଲ ସର୍ବ ।୧।

ଚିନ୍ତା ଅର୍ଥ ବାଡି ବୃତ୍ତିି ସ୍ୱଭାବ
କର୍ମ ଧର୍ମ ସତ୍ୟ ସୁକୃତ ମାର୍ଗ
ପିଣ୍ଡ ପ୍ରାଣ ବାନା ପାଣି ଯେ ଭୋଗ
ଲଲାଟ ପଟେ ଯାହା ଲେଖା ଯୋଗ
ସମର୍ପି ଦେଲି ପାଇଲ ସର୍ବ ।୨।

ସଦା ଅପରାଧୀ ଅଟଇ ଜୀବ
ନାମ ଭଜିବାକୁ ନାହିଁ ମୋ ଭାଗ୍ୟ
ଭସୁଅଛି ମୁଁ ଜଳ ଭବାର୍ଣବ
ଗୁରୁ ପାଦବିନ୍ଦ ଅଟଇ ନାବ ।
ସମର୍ପି ଦେଲି ପାଇଲ ସର୍ବ ।୩।

ସ୍ଥିତି ବସ୍ତୁ ଯାହା ଦେଇଛ ଠାବ
ଧନ ଦାରା ସୁତ ସଂସାର ଭାବ
ଆୟ ଅଳଙ୍କାର ଶୋଭା ସୁଲଭ
ଦାନ ଦେଲି ନିଅ ଗୁରୁଦେବ ।
ସମର୍ପି ଦେଲି ପାଇଲ ସର୍ବ ।୪।

ଗୁରୁ ସ୍ୱାମୀ ଯେବେ କୃପା ନୋହିବ
ଏଠାରୁ ସର୍ବ ବିଭୂତି ସରିବ
ଜଗତରେ ଅପଖ୍ୟାତି ଶୁଭିବ
ଭଣେ ଭୀମ ଭୋଇ ବାନା ବୁଡିବ
ସମର୍ପି ଦେଲି ପାଇଲ ସର୍ବ
ସମର୍ପି ଦେଲି ପାଇଲ ସର୍ବ ।୫।

Also Check Michha Maya Bhara -Top 5 Mana bhara Odia Songs Of Guru Arjun Charan Samal
Kabita – 4

Tata Mata Karuchhanti Rodana – Singer  Akhshay Mohanty
ତାତ ମାତ କରୁଛନ୍ତି ରୋଦନ 

ତାତ ମାତ କରୁଛନ୍ତି ରୋଦନ
ଚଉଦିଗେ ଘେରି ପଚାରି ପଚାରି
ଚଉଦିଗେ ଘେରି ପଚାରି ପଚାରି
କାହିଁ ଗଲେ ଏକ ନନ୍ଦନ । ୧।

ପିତା ବିଜାମୃତ ତୋଳି ନଦେଇ,
ମାତା ପ୍ରସବିଲେ ଦୁଃଖ ନପାଇ
ଗର୍ଭୁ ନପଡନ୍ତେ ଗଲେ କେଉଁ ପଥେ
ବୁଦ୍ଧି ନଶିଖୁଣୁ ହେଲେ ସିଆଣ ।୨।

ଜନ୍ମ ଦିନୁ କ୍ଷୁଧା ତୃଷା ନଥାଇ
ଉଦର ପୁରିଛି କିଛି ନ ଖାଇ
ତଇଳ କୁଙ୍କୁମ ଅଙ୍ଗେ ନ ଲାଗଇ
ଦେହ ଦିଶେ ଯେସନେକ ସୁବର୍ଣ ।୩।

ଅନୁମାନ କରୁଛନ୍ତି ସଂସାରେ
ବୁଦ୍ଧି ନାହିଁ ଅବିବେକ ବିଚାରେ
ଭଣେ ଭୀମଭୋଇ କାନ୍ଦ କାନ୍ଦ ହୋଇ
ନ ଚାହିଁ ପୁତ୍ରର ବଦନ ।୪।

Kabita – 5

ରୂପରେଖ ନାହିଁ ହେ ଶୂନ୍ୟଦେହୀ  – ଲେଖକ ଭୀମ ଭୋଇ

ରୂପରେଖ ନାହିଁ ହେ ଶୂନ୍ୟଦେହୀ
ଅଛ ଉଦେ ହୋଇ
ରୂପରେଖ ନାହିଁ ହେ ଶୂନ୍ୟଦେହୀ
ଅଛ ଉଦେ ହୋଇ ।୧।

ବରଷୁଛି ଜଳ ନ ଥାଇ ପବନ
ଅଣଚାଶ ବାୟୁ ବହେ ଘନଘନ
ବଢୁଅଛି ଜଳ ନାହିଁ ନଦୀକୂଳ
ଉଲକାପାଦଧାରା ବହି
ହେ ଶୂନ୍ୟଦେହୀ ଅଛ ଉଦେ ହୋଇ । ୨।

ଜକଜକ ଓଦା ଶୁଖିଲା ହୋଇଛି
କବାଟ ନଥିରୁ ନେତ୍ରରେ ଦିଶୁଛି
ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ
ଉଦେ ଅସ୍ତ ନାହିଁ ତହିଁ
ହେ ଶୂନ୍ୟଦେହୀ ଅଛ ଉଦେ ହୋଇ। ୩।

ଛାଇ ପଡି ଅଛି ନାହିଁ ବୃକ୍ଷମୂଳ
ପୁଷ୍ପକଢି ନାହିଁ ଫଳିଅଛି ଫଳ
ଫୁଟିଛି ପତର ଡେମ୍ଫ ନାହିଁ ତାର
ଅସାଧନା ମାର୍ଗେ ପାଇ
ହେ ଶୂନ୍ୟଦେହୀ ଅଛ ଉଦେ ହୋଇ। ୪।

 Ruparekha Nahin He – Singer  Raghunath Panigrahi

Kavita – 6

ଦେଖ ମୁଁ ଯାଉଛି ସରି ଲେଖକ/କବି: ଭୀମ ଭୋଇ

ଦେଖ ମୁଁ ଯାଉଛି ସରି

 ଦେଖ ମୁଁ ଯାଉଛି ସରି କ୍ଷୀରୋଦ ସିନ୍ଧୁ ବେହାରୀ
ଏକ ପାଦ ବିନ୍ଦ ଧ୍ୟାୟୀ ଜୀବନ୍ତେ ଅଛି ନ ମରି ।୧।

ଏଡେ ବଡ ପ୍ରଭୁ ଥାଇ ନିରେଖ ହେଉଛି ମୁହିଁ
ଚାତକ ପରାଏ ଚାହିଁ ଶ୍ରୀଗୁରୁଙ୍କୁ ଅନୁସରି ।୨।

ସମୁଦ୍ର ପରାଏ ଆଶା ମନରେ କରି ଭରସା
ଫେଡ଼ ମୋ ଅଖିଳ ଦଶା ଅନ୍ତର୍ଗତେ ଦୟା କରି । ୩।

ଗଳାରେ ବାନ୍ଧି ବନ୍ଧନ ଦନ୍ତରେ ଧରି ତିରଣ
ପାଦେ ପଶୁଛି ଶରଣ ବେନି ହସ୍ତ ଯୋଡି କରି ।୪।

ଶ୍ରୀଗୁରୁ ଯେମନ୍ତେ ସତ ରଖିବ ମାନମହତ୍ତ୍ୱ
ଭଣେ ଭୀମ ଅରକ୍ଷିତ ନିଶ୍ଚୟେ ମୁଁ ଯିବି ତରି। ୫।

Dekha Mu Jauchhi Sari – Singer Sikander Alam

Kabita – 7 

Odia Bhajan…’Kapila Bolina Gaai Se….'(1983)
Singer : Dibakara Mohanty
Lyrics : Santha Kabi Bhima Bhoi
Composer : Sribatsa Pattnaik


Comments are closed.