Punyara Nadi Teere – Odia Old Song , Lyrics Video #Odia #Song #KhokaBhai

Spread the love

Punyara Nadi Teere – Odia Old Song , Lyrics Video #Odia #Song #KhokaBhai

Punyara Nadi Teere

Punyara Nadi Teere….. -ପୂଣ୍ୟର ନଦୀ ତୀରେ

Akshaya Mohanty sings ‘Punyara Nadi Teere…..'(1978)….Odia Song
Music : Akshaya Mohanty

~: ପୂଣ୍ୟର ନଦୀ ତୀ’ରେ…~ ଗୀତିକାର: ଶିବବ୍ରତ ଦାସ :~

 ~~~~~~~~~~~~~~~~~~~~~~~~~~~~~

ପୂଣ୍ୟର ନଦୀ ତୀ’ରେ, ପାପର ତରୁ ଡାଳେ
ବସା ବାନ୍ଧି ରହେ ପକ୍ଷୀତିଏ ତୁମେ ଜାଣିଛକି ତାର ନାମ ?
କିଏ କହେ ତାକୁ ଛଳନା ପୁଣି କିଏ କହେ ତାକୁ ପ୍ରେମ……
ପୂଣ୍ୟର ନଦୀ ତୀ’ରେ……

ନଦୀ ରେ ନିତି ସେ ଦେହ ଧୁଏ ହେଲେ ନଦୀ ଜଳ ଛୁଏଁ ନାହିଁ,
ତରୁ ଡାଳେ ବସି ଗୀତ ଗାଏ ହେଲେ ତରୁ ଫଳ ଖାଏ ନାହିଁ |
ସ୍ବପ୍ନର ଗ୍ରାମ ଶେଷେ ସତ୍ୟର ମଶାଣିରେ,

ଅନାମିକା ଏକ ଇତିହାସ ତାର ଆରମ୍ଭ ହିଁ ଅନ୍ତିମ |
ପୂଣ୍ୟର ନଦୀ ତୀ’ରେ……

ଅଖୋଜା ଅଲୋଡା ଚିରଦିନ ହେଲେ ଅତିଥି ସେ ସବୁ ଘରେ,
ନିଆଁରେ ଖେଳେ ସେ ନିଆଁରେ ପହଁରେ ଦିହ ତା ଜଳେନା ତିଳେ ‌
ସ୍ବ୍ ର୍ଗର ଶରଶୀରେ ନର୍କର ଶତଦଳେ,
ଅବୁଝା ଅଳିର ସନ୍ଧ୍ୟାବେଳାରେ ବସିବାର ପରିଣାମ |
କିଏ କହେ ତାକୁ ଛଳନା ପୁଣି କିଏ କହେ ତାକୁ ପ୍ରେମ……
ପୂଣ୍ୟର ନଦୀ ତୀ’ରେ……

~~ooooooo~~


Comments are closed.