ନାରୀ ଆଉ ପୁରୁଷ ର ପାର୍ଥକ୍ୟ ଆମେ ସୃଷ୍ଟି କରିଛୁ, ଭଗବାନ ନୁହେଁ: ଦେବଯାନୀ ମହାନ୍ତି #OdiaLekha

Spread the love

ନାରୀ ଆଉ ପୁରୁଷ, ଇଶ୍ୱରନକର ଦୁଇଟି କୃତି. ଜନ୍ମବେଳେ କେବଳ ଲିଂଗ ଛାଡିଦେଲେ କଣ ପାର୍ଥକ୍ୟ ଥାଏ ଦୁଇଟି ଶରୀରରେ?

କଣ ଝିଅ ଟିଏ ଅଲଗା ସ୍ବରରେ କାନ୍ଦେ? କଣ ଝିଅ ଟିଏ ଦୁଧ ବଦଳରେ ପାଣି ପିଇ ଖୁସି ହେଇଯାଏ? କଣ ଝିଅ ଟିଏ oxygen ବଦଳରେ carbon dioxide ଆଘ୍ରାଣ କରେ?

ନାରୀ ଆଉ ପୁରୁଷ ର ପାର୍ଥକ୍ୟ ଆମେ ସୃଷ୍ଟି  କରିଛୁ, ଭଗବାନ ନୁହେଁ.

ଛୋଟବେଳୁ ଝିଅ ମାନଂକୁ ବାହାଘରର ସ୍ବପ୍ନ ଦିଆଯାଏ, ଯେମିତି ବାହାଘର ସେମାଙ୍କର ଜୀବନର ସବୁଠୁ ବଡ ଲକ୍ଷ ଏବଂ ସମାଧାନ. ଅଶିକ୍ଷିତ ମାନଂକୁ ଛାଡି ଦିଅନ୍ତୁ, ଆଜିର ଏକବିଂଶ ଶତାବ୍ଦୀରେ ଅନେକ ନାରୀ ଉତ୍କୃଷ୍ଟ ଶିକ୍ଷାଗତ ତାଲିମ ପଇସାରି, ଭଲ number ରଖି ମଧ୍ୟ ଚାକିରୀ କରିବାକୁ, ରୋଜଗାରକ୍ଷମ ହେବାକୁ ମନ ବଳନ୍ତାଇ ନଥାନ୍ତି. କାହିଁକି?

Awarded AARYA by Mr Kailash Satyarthi, Nobel Peace Prize winner 2014 for my pious contributions to women empowerment through literature on International women’s week 2017

ଛୋଟବେଳୁ ଆମେ ଝିଅ ମାନଂକୁ ଶିଖାଉ, ତୁମେମାନେ ଦୁର୍ବଳ. ତୁମପାଇଁ  ଘର ହଉଚି ଦୁନିଆର ସବୁଠାରୁ ସୁରକ୍ଷିତ ସ୍ତନ ଆଉ ରାସ୍ତା ଘାଟ ବିପଦ, ଆଉ ସେମାନେ ସେସବୁକୁ ସତ ବୋଲି ଧରି ବସନ୍ତି. ଦିଲ୍ଲୀରେ ନିର୍ଭୟା ଭଳି ଅନେକ ଦୁଃସମ୍ବାଦ ପ୍ରତିଦିନ ଖବରକାଗଜ ର ପ୍ରଥମ ପୃଷ୍ଠାରେ ପଢି ପଢି ଝିଅମାନେ ରାସ୍ତାରେ ଏକା ଯିବାକୁ ଡରନ୍ତି ଏବଂ ସବୁବେଳେ ସହାୟତା ଲୋଡ଼ା କରନ୍ତି. ତେବେ ସତରେ କଣ ଘର ନାରୀ କୁ ପ୍ରକୃତ ଆଶ୍ରୟ ଏବଂ ସୁରକ୍ଷା ପ୍ରଦାନ କରେ? ଆସନ୍ତୁ ଦେଖିବା.

WHO(world health organization) ର ରିପୋର୍ଟ ଅନୁସାରେ ପ୍ରତ୍ୟେକ ୩ଟି  ମହିଳା ଭିତରୁ ଜଣେ ନିଜ ସ୍ଵାମୀ କିମ୍ବା ପ୍ରେମିକ ଠାରୁ ଯୌନ ନିର୍ଯାତନା କିମ୍ବା ଘରୋଇ ହିଂସା ର  ଶିକାର ହେଇଥାନ୍ତି. ଏହି ସଂଖ୍ୟା ନିର୍ଭୟା ଭଳିଆ ରାସ୍ତାଘାଟରେ ଘଟୁଥିବା ନାରୀ ଅପବାଦ ଏବଂ ହିଂସା ଠାରୁ ହାଃଜ଼ାରେ ଗୁଣରୁ ଅଧିକ. ଏହି ଘରୋଇ ହିଂସା ଜନିତ  ଶୋଷଣର ନିର୍ଯାତିତ ମହିଳାମାନଂକ ଭିତରୁ ଅଧିକାଂଶ ଅଧା ପାଠୁଆ ଏବଂ ରୋଜଗାର କରିବାକୁ ଅକ୍ଷମ. କିନ୍ତୁ ଏତିକି ସତ୍ୟତା ବୁଝୁ ବୁଝୁ ଝିଅ ଟିଏ ସମାଜ ର ଏହି ନାରୀ ପୁରୁଷ ଉଚ୍ଚ ନୀଚ୍ଚ ଭେଦଭାବ ର ଶିକାର ହେଇ ସରିଥାଏ.

ଥରେ ଭାବନ୍ତୁ, ଯାଉ କାମ ଆମ ମାନଂକ ଭିତରୁ କିଛି ମହିଳା କରି ପାରୁଛନ୍ତି, ଯଦି କିଛି ଝିଅ ମହାକାଶ କୁ ଯାଇ ପାରୁଛନ୍ତି, ଯୁଧ୍ୟ କରି ପାରୁଛନ୍ତି, police ହେଇ ପାରୁଛନ୍ତି, ଅନ୍ୟମାନେ କାହିଁକି ନୁହେଁ? ଏହା କେବଳ ଗୋଟିଏ  ଭୟଙ୍କର ଚିନ୍ତାଧାରା ର ଫଳ,

ବାହାଘର ଏବଂ ମାତୃତ୍ୟୁ ନାରୀ ପାଇଁ ଶ୍ରେଷ୍ଠ ଲାକ୍ଷ ଆଉ ରୋଜଗାର କରିବା ଜରୁରୀ ନୁହେଁ

ଏହା ଲେଖିବା ମାନେ ନୁହେଁ କି ବାହାଘର ଅନୁଚିତ, କିନ୍ତୁ ନାରୀର ଆର୍ଥିକ ସ୍ୱାବଲମ୍ବନ ପୂର୍ବରୁ ବିବାହ ଗୋଟେ ବହୁତ ବଡ ଭୟଙ୍କର ଚିନ୍ତାଧାରା. ଏହି ଚିନ୍ତାଧାରା ପାଇଁ ଆଜି ଯୌତୁକ ନିର୍ଯାତନା, କନ୍ୟା ଭୃଣ ହତ୍ୟା, କନ୍ୟା ଶିଶୁ ବର୍ଜନ ଏବଂ ଆହୁରି ବହୁତ ପ୍ରକାରର ନାରୀ ଶୋଷଣର କାରଣ ହେଇଚି. ଆଜି କେବଳ ମୂର୍ଖ ନୁହେଁ ପାଠ ପଢିଥିବା ବାପା ମା ମାନେ ମଧ୍ୟ କନ୍ୟା ଶିଶୁ ଚାହୁଁନାହାନ୍ତି. ଆଜି ଆମ ଦେଶ ରେ ଲିଙ୍ଗ ନିରୂପଣ ଆଉ ଅନ୍ୟାୟ ଭାବରେ କନ୍ୟା ଭୃଣ ହତ୍ୟା ଏକ ହଜାରେ କୋଟି ରୁ ଅଧିକ ବଡ ବ୍ୟବସାୟ

                                   Balanced scale with a man and woman

ବହୁଦିନ ରୁ ଇଚ୍ଛା ଥିଲା ମୋ ଦେଶ ମୋ ମାଟି ପାଇଁ କିଛି କରିବି. ଏହି ଇଚ୍ଛା ମୋତେ କିଛି ବର୍ଷ ତଳେ ଇଂଲଣ୍ଡ ର ନାଗରୀକତ୍ୟା ଛାଡି ଦେଶ ମା ପାଖକୁ ଫେରି ଆସିବାକୁ ବାଧ୍ୟ କରିଥିଲା. ମୋର ବହୁ ଚର୍ଚିତ ପ୍ରଥମ ଉପନ୍ୟାସ “The Curse of Damini” ମଧ୍ୟ ମୁ ଏହି ଇଚ୍ଛା କୁ ପରିପୂର୍ଣ କରିବାକୁ ଲେଖିଥିଲି. ଆଜି ମୋ ଇଚ୍ଛା, ମୋର ସ୍ବପ୍ନ ସାକାର କରିବାକୁ ମୁ ପ୍ରଥମ ଉଦ୍ୟମ କରିବାକୁ ଯାଉଛି.

ମୋର ନିଯୁକ୍ତି କର୍ତା NIIT group ର CSR NIIT Foundation ଦ୍ୱାରା ଏବଂ ଶ୍ରୀମତୀ ରୋଯାଲିନ ପାଟଶାଣୀ ମିଶ୍ର ଦ୍ୱାରା ସ୍ଥାପିତ Parichaya Foundation ସହାୟତାରେ ଆମେ ଭୁବନେଶ୍ୱରର ସବୁଠାରୁ ବଡ ବସ୍ତି ଶାଳିଆ ସହି ରୁ ୧୨ class ପଢିଥିବା ୧୨ ଟି ଝିଅଂକୁ ୩ ରୁ ୪ ମାସ Information Technology ପ୍ରଶିକ୍ଷଣ ଦେଇ ରୋଜଗାରକ୍ଷମ କରିବାକୁ ଚେଷ୍ଟା କରୁଛୁ. ପ୍ରଶିକ୍ଷଣ ସାରିବା ପରେ NIIT ଆୟୋଜିତ ବିଭିନ୍ନ job fair ଦ୍ୱାରା ସେମାଙ୍କୁ ନିଯୁକ୍ତି ପ୍ରଦାନ କରିବା ର ପ୍ରୟାସ କରିବୁ. NIIT Foundation ରୁ ତାଲିମ ପ୍ରାପ୍ତ ପିଲାମାନେ ମାସକୁ ୬୦୦୦ – ୮୦୦୦ ବେତନ ର ଚାକିରୀ ପାଇ ପାରନ୍ତି.

ଯଦିଓ ଏଥିପାଇଁ ଆମେ ନିଜ ହଠାରୁ ଖର୍ଚ ବହନ କରି ଏହି ପ୍ରୟାସ ଆରମ୍ଭ କରୁଛୁ, ମୋର ବିଶ୍ୱାସ ଭବିଷ୍ୟତରେ ଆମେ ବହୁତ ସାଥି ପାଇବା ଯେଉଁମାନେ କି ଆମ ଦେଶରେ ନାରୀ ନିର୍ଯାତନାର ଅନ୍ତ କରିବାକୁ ଅମର ସହାୟତା କରିବେ. ମୋର ଢୃଧ ବିଶ୍ୱାସ,  ଆପଣ ମାନଂକ ସହାୟତା ରେ ଏବଂ ଏହି ଜୀବନ କାଳ ମଧ୍ୟରେ ଆମେ ଏମିତି ବହୁତ ଅଭାବଗ୍ରସ୍ତ ନାରୀ ମାନଂକୁ ସାନମାନ ର ସହିତ ବଂଚିବାର ମାଧ୍ୟମ ଯୋଗାଇଦେଇ ପାରିବା, ଯାହାକି NIIT Foundation ର ଲକ୍ଷ ମଧ୍ୟ  .

 

–  ଦେବଯାନୀ ମହାନ୍ତି, ବୁର୍ଲା ରେ ପଢିଥିବା engineer, NIIT Technology Ltd Delhi ବରିଷ୍ଠ କାର୍ଯକର୍ତା ଏବଂ ନୋବେଲ ଶାନ୍ତି ପୁରସ୍କାର ବିଜେତା ଶ୍ରୀ କୈଳାଶ ସତ୍ୟାର୍ଥୀ ଙ୍କ ଠାରୁ ପୁରସ୍କୃତ ଲେଖିକା  

Comments are closed.