A #OdiaStory by Deepak Das – ତିନୋଟି ଘର #ଓଡିଆ #ଗଳ୍ପ

Spread the love

A #OdiaStory by Deepak Das – ତିନୋଟି ଘର #ଓଡିଆ #ଗଳ୍ପ

ମୁଁ ଯେତେବେଳେ ଗାଁ ସ୍କୁଲ ରେ ପଢ଼ୁଥିଲି ବାପାଙ୍କ ସହ ବେଳେ ବେଳେ କଟକ ଆସେ, ମୋର ସବୁବେଳ ଇଛା ହୁଏ କି କେମିତି ମୁଁ କଟକ ବା ଭୁବନେଶ୍ୱର ରେ ରୁହନ୍ତି କି l କଲେଜ ପଢିବା ଭୁବନେଶ୍ୱର ରେ ଠିକ ହେଇଗଲା, ମୋତେ ଜୀବନର ଗୋଟେ ଯେମିତି ଗୋଟେ ବଡ ସୋପାନ ଚଢିଲା ପରି ଲାଗିଲା l ପଢ଼ା ସରିଲା, ମହାନଗର ରେ ସମ୍ଭ୍ରାନ୍ତ ଚାକିରୀ , ନୂଆ ସାଙ୍ଗ , ଅବିବାହିତ ବେଲଗାମ ଜୀବନର ମତୁଆଲା ଆନନ୍ଦ, ପଛକୁ ଚାହିଁବା ଯେମିତି ମୋ ଉତ୍ସାହ ପୁର୍ଣ ଜୀବନର ନୀତି ରେ ହିଁ ନଥିଲା l

୫ ବର୍ଷ ବିଦେଶ ରେ ରହି ଫେରି ଆସିଲି ମୁମ୍ବାଇ , ଅର୍ଜିତ ପଇସା ସୁଦୁପଯୋଗ କଲି ଭୁବନେଶ୍ୱର ରେ ଘର କିଣି , ବାପା ମା ଙ୍କ ଅନିଚ୍ଛା ସତ୍ୱେ ତାଙ୍କୁ ଗାଁ ଛାଡି ଭୁବନେଶ୍ୱର ରେ ରହିବ ପାଇଁ ଚାପ ପକେଇଲି l ମୋ ବାହାଘର ପରେ ମୁ ସମ୍ପୂର୍ଣ ଭାବରେ ମୁମ୍ବାଇ ସ୍ଥାଇ ବାସିନ୍ଦା ହେଇଗଲି ଆଉ ବାପା ମା ଭୁବନେଶ୍ୱର ର l ଆମେ ସବୁବେଳେ ଭୁବନେଶ୍ୱର ଯାଉ , ବାପା ମା ବି ନିୟମିତ ବ୍ୟବଧାନ ରେ ମୁମ୍ବାଇ ଆସନ୍ତି l ଧୀରେ ଧୀରେ ଗାଁ କୁ ଯିବା ବି କମି ଗଲା l ଆଜି କୁ ଗାଁ ଛାଡିବା ୨୫ ବର୍ଷ ହେଇଗଲା l

ରାତିରେ ଦିନେ ସ୍ବପ୍ନ ଦେଖିଲି ମୁ ଏକା ବୁଲୁଚି, କେହି ବି ଚିଂହା ଲୋକ ନାହାନ୍ତି, ଆଗକୁ ଆଗକୁ ଧଇଁ ସଇଁ ହେଇ ଦୌଡୁଛି , ହେଲେ ରାସ୍ତା ସରୁନି l କେଜାଣି କାହିଁକି ମୋତେ ହଜି ଯିବାର ଡର ମାଡ଼ି ବସିଲା l ନିଜକୁ ନିଜେ ସାମାନ୍ୟ କରୁଥାଏ, କିନ୍ତୁ ମନର କେଉଁ ଗୋଟେ କୋଣ ରେ ସେ ଡର ମୋର ଥାଏ l ଏହାର କାରଣ ମୋତେ ବୋଧ ହୁଏ ସେ ପର୍ଯ୍ୟନ୍ତ ମିଳିନଥାନ୍ତା ଯଦି ଶେଷ ସପ୍ତାହ ରେ ଆମ ଅଫିସ ର ଗୋଟେ ସାମାଜିକ ଉନ୍ନତୀମୂଳକ କାମ ରେ ଭାଗ ନେଇ ନଥାନ୍ତି l କିଛି ଖାସ ନାହିଁ, କେବଳ କିଛି ଗ୍ରାମୀଣ କ୍ଷେତ୍ର ର କିଛି ବିବରଣୀ ନେବାର ଥିଲା , ଯଥା : କ୍ଷେତ୍ରୀୟ ଶ୍ରମ ନିୟୋଜନ କେତେ ମାତ୍ର ରେ ସଫଳ , ଯୁବ ସମାଜର ରୋଜଗାର ପନ୍ଥା, କାମ ସନ୍ଧାନ ରେ ବାହାରକୁ ଯାଉଥିବା ଯୁବକ, ସହରାନୁଗାମୀ ଚିନ୍ତାଧାରା ଇତ୍ୟାଦି l ମୋ ଅନ୍ୟ ସହକର୍ମୀ ମାନଙ୍କ ପାଇଁ ଏହା ଏକ ଔପଚାରିକତା ଥିଲା , କିନ୍ତୁ ମୋ ପାଇଁ ଏହା ଏକ ପୂର୍ଣ୍ଣଛେଦ ଥିଲା ମୋର ଦୁଇ ଦଶନ୍ଧି ଧରି ଚାଲିଥିବା ଇଛା ର ସଂଘର୍ଷ ର l

ମୋର ଅନୁଭବ ହେଲା ଯେ ଗୋଟିଏ ଘର ବନେଇବା ଉଦ୍ଧେଶ୍ୟ ରେ ମୁ ତିନି ତିନି ଟି ଘର ବନେଇ ସାରିଲିଣି , କିନ୍ତୁ ମୋ ପ୍ରକୃତ ଘର କୋଉଟା ? ସେଇ ୨୫ ବର୍ଷ ତଳେ ଛାଡି ଆସିଥିବା ମୋ ଗାଁ ର ସୁରେଇ ଟାଇଲ ଓ ଚାଳ ଛପର ମିଶା ପକ୍କା ଘର l ଯୋଉ ମହାନଗର ର ଚାକଚକ୍ୟ ମୋତେ ଏକଦା ଏତେ ଆକର୍ଷିତ କରିଥିଲା ଆଜି ମୁ ତାର ମୂଲ୍ୟାଙ୍କନ କରିବା ପାଇଁ ବାଧ୍ୟ ହଉଚି l ନିଃସନ୍ଦେୟ ଏ ସହରୀ ଜୀବନ ମୋତେ ଏତେ ସକାରାତ୍ମକ ଚିନ୍ତାଧାରା ରେ ଅନୁପ୍ରାଣିତ କରିଛି,ସେଥିରେ ମୋର କୌଣସି ମତଭେଦନ ନାହିଁ , ଅଛି କେବଳ ମନଭେଦନ l

ମିଳିଛି ମୋତେ ବହୁତ : କଲେଜ ରେ ଗୋଟେ ଝିଅ କୁ ପ୍ରେମ କରୁଥିବା ଚାରୋଟି ସାଙ୍ଗ, ମଟରସାଇକେଲ ନେଇ ହିମାଳୟ ଯିବା କିଛି ସହକର୍ମୀ ବନ୍ଧୁ , ଉଚ୍ଚ ମଧ୍ୟବିତ୍ତ ଜୀବନ ଶୈଳୀ , ବାପା ମା ଙ୍କ ପାଇଁ ଭଲ ଡାକ୍ତରୀ ସୁବିଧା , ସ୍ତ୍ରୀ ସହ ଶୈଳନିବାସ ରେ ଛୁଟି କାଟିବାର ମଜା , ପୁଅ ପାଇଁ ଭଲ ସ୍କୁଲ , କିନ୍ତୁ ସମ ପରିମାଣ ହରେଇଛି ବି ତ l ହରେଇଛି ମୁଁ ଅତ୍ମୀୟତା , ହରେଇଛି ମୁଁ ଗାଁ ପାଇଁ ମୋ ଭାଗର ଅବଦାନ l କର୍ମ ଜଂଜାଳ ର ଦ୍ୱାହି ଦେଇ ଲୁଚିବାକୁ ବସିଲି ; କଣ ଅବା କରି ପାରିଥାନ୍ତି ମୁଁ ? ଉତ୍ତର ବି ଆସିଲା ଓ ବହୁତ ଅପ୍ରିୟ ବି ଥିଲା l

ଯୋଉ ସବୁ ଅଣ ସରକାରୀ ସଂସ୍ଥା ରେ ଭାଗ ନେଇ , ମାରାଥନ ଦୌଡ଼ି , ବସ୍ତି ରେ ମଶା ମରା ଔଷଧ ବାଣ୍ଟି ମ୍ୟାନେଜମେଣ୍ଟ କଲେଜ ରୁ ମାନପତ୍ର ପାଇଛି , ପେଶାଗତ ବ୍ୟବସାୟ କୁ ଦୃଷ୍ଟି ଆକର୍ଷିତ କରେଇଛି , ତାହାର କିଛି ଭାଗ ମୁଁ ମୋ ଗାଁ ର ଉନ୍ନତି ର ଅବଦାନ ରେ ନିଶ୍ଚୟ ଲଗେଇ ପାରିଥାନ୍ତି l ପ୍ରଥମ ଘର ମୁମ୍ବାଇ ରୁ ମୁ ଯୋଗାଯୋଗ କେବଳ ମୋ କଥାକଥିତ ଦ୍ଵିତୀୟ ଘର ସହ ରଖିଲି, ମୋ ପ୍ରକୃତ ଘର କୁ ମୁଁ କୁଣିଆ ହେଇକି ଯାଉଛି l ଯୋଉ ବାବୁଲି ଭାଇ ସାଇକେଲ ରେ ବସି ମୁ ମେଳା ଦେଖି ଯାଉଥିଲି ଆଜି ସେ ମୋତେ ନମସ୍କାର କରୁଚି , ଯୋଉ ସାଙ୍ଗ ସହ ଖାଲି ପାଦ ରେ ଥୁଣ୍ଟା ଧାନ ବିଲ ରେ କାଠ ପଟା ବ୍ୟାଟ ରେ କ୍ରିକେଟ ଖେଳୁଥିଲି ସେ ମୋତେ ଆପଣ କହୁଚି , ଆଉ ସ୍କୁଲ ର ସାର ; ଯିଏ ବେତ ମାଡ ରେ ପିଠି ରୁ ଛାଲ ଉତାରି ଦଉଥିଲେ ସେ ପଚାରୁଛନ୍ତି ”ପୁଅ କେବେ ଆସିଲ ” l

ଯଦିଓ ଏ ପରିବର୍ତ୍ତନ କୁ ମୁ ସେ ସମୟ ରେ ଗ୍ରହଣ କରି ପାରୁ ନଥିଲି , ଏହାର କାରଣ ଯେ ଦୂରତା ମୁ ତାକୁ ଅନୁଭବ କରିପାରୁଥିଲି l ଗୁରୁତ୍ୱପୂର୍ଣ କଥା ସେମାନେ କେବେ ମୋତେ ଅପେକ୍ଷା ବି କରିନାହାନ୍ତି କି ଆଶା ବି ରଖିନାହାନ୍ତି l ପ୍ରତି ୪ ବର୍ଷ ରେ ବଦଳାଉଥିବା ସଂସ୍ଥାନ ପାଇଁ ମୁ ଗୁରୁତ୍ୱ ହେଇପାରିଲି କିନ୍ତୁ ଆଜି ସେ ଜାଗା ଯୋଉଠି ମୁ ମୋ ଶୈଶବ କାଟିଚି , ତା ପାଇଁ କୌଣସି ଗୁରୁତ୍ୱ ବହନ କରି ପାରିଲିନି l

ଏବେ ସବୁ ରାତିରେ ଶୋଇଲା ବେଳେ ମନକୁ ଆସେ ସତରେ କଣ ମୁଁ ଗାଁ କୁ ଫେରି ପାରିବି, କେବେ ତ ଏ ସହରୀକରଣ ଧାରା ଶେଷ ହବ,ସତରେ କଣ ମୋ ପର ପିଢ଼ି ମୋ ଗାଁ କଣ ଜାଣି ପାରିବେ, କିଏ ତ ଥିବ ଯିଏ ମୋତେ ମୋ ଗାଁ କୁ ଡ଼ାକିନେବ ! ! !

Note – If anyone want to share your article then mail to “admin@eodisha.org” with writers details.

Comments are closed.