mini-banner-gif

ତୁମେ କିଛି କୁହ – tume kichhi kuha , ଆଉ ମୁ କିଛି କୁହେ – ଲେଖିକା ଶ୍ଵେତା ରୂପା

Spread the love

ତୁମେ କିଛି କୁହ – tume kichhi kuha , ଆଉ ମୁ କିଛି କୁହେ – ଲେଖିକା ଶ୍ଵେତା ରୂପା

ତୁମେ କିଛି କୁହ
ଆଉ ମୁ କିଛି କୁହେ
କିଛି କଥା ମିଶିଯାଏ
ଆଉ କିଛି ମିଶେନା

ତୁମେ କିଛି ଭାବ
ଆଉ ମୁ କିଛି ଭାବେ
କିଛି ଭାବ ଜାଣିହୁଏ
ଆଉ କିଛି ରହିଯାଏ..
unreality

ତୁମେ କିଛି ଚାହ
ଆଉ ମୁ କିଛି ଚାହେ
କିଛି ଇଛା ପୁରି ଯାଏ..
ଆଉ କିଛି ପୁରେନା..

ତୁମେ କିଛି ଦେଖିଥାଅ.
ମୁ କିଛି ଦେଖିଥାଏ.
କିଛି କିଛି ଦିଶୁ ଥାଏ..
ଆଉ କିଛି ଦିଶେନା…

ତୁମେ କିଛି ବୁଝିଥାଅ
ମୁ କିଛି ବୁଝି ଥାଏ.
କିଛି ବୁଝା ପଡେ..
ଆଉ କିଛି ବୁଝା ପଡେନା…

କିଛି ଲୁହ ବୁହେ ଆଖିରୁ ତୁମର…
ଆଉ କିଛି ଲୁହ ବୁହେ ଆଖିରୁ ମୋର
ହେଲେ ପରସ୍ପର ର ଲୁହ ପୋଛିବାକୁ ଆମେ କେବେ ଭୁଲୁନା..

କେବେ ତୁମେ ଦୁଖି ଥାଅ
କେବେ ମୁ ଥାଏ ଦୁଖି…
ପରସ୍ପର ର ଦୁଖ ବାଣ୍ଟିବାକୁ ଆମେ କେବେ ଉଣା କରୁନା..

ତୁମେ ମତେ ଭଲପାଅ
ମୁ ତୁମକୁ ପାଏ ଭଲ…
କିଛି ମିଶେ ପୁଣି କିଛି ମିଶେ ନାହି ଆମରି ଭିତରେ…
ଏସବୁ ଥାଇ ମଧ୍ୟ
ଆମେ ଦୁହେ ଦୁହିଙ୍କୁ କେବେ ଛାଡୁନା….


No comments.

Leave a Reply