mini-banner-gif

ଶୂନ୍ୟ -ରଚନା ବିନୟ ମହାପାତ୍ର #ଓଡିଆ #OdiaLekha

Spread the love

ଶୂନ୍ୟ -ରଚନା ବିନୟ ମହାପାତ୍ର #ଓଡିଆ

ଶୁନ୍ୟ ଆଜି ଆକାଶ ବତାଶ,

ଶୁନ୍ୟତା ରେ ଭରା ଅନନ୍ତ ଅନ୍ତରୀକ୍ଷ,
ସବୁ ଶୁନ୍ୟରେ ଖୋଜୁଛି କାହାକୁ,
ଶୁନ୍ୟ ହୃଦୟେ ଭରି ଦେବ କିଏ ବିନ୍ଦୁଏ ପ୍ରଣୟେ
ସିନ୍ଧୁ ମାଗେନା, ହେବା ପାଇଁ ଉବୁ ଟୁବୁ ।

ବିନ୍ଦୁଏ ପ୍ରଣୟ ଅମୀୟ ସିନ୍ଧୁ ରୁ ବଳି,
ସେତିକି ପ୍ରଣୟ ଜାଚନା ପ୍ରାଣ ର,
ତୁଷାତୁର ମୋର ହୃଦୟ ଆଜି,
ଅକ୍ଷାଂଶ ଦ୍ରାଘିମା ଲଙ୍ଘି ସାରିଲାଣି,
ପ୍ରୀତିର ସନ୍ଧାନେ, ପ୍ରିୟତ୍ତମା ମୋର କାହିଁ?
ଆତ୍ମା ଏଇଠି ଜଳି ପୋଡି ଯାଏ,
ଟୁକୁଡା ଟୁକୁଡା କଟି କଟି ଯାଏ
ଛଟ ପଟ ହୁଏ, ଶରୀର କି ଛାର,
ପ୍ରେମ ତ ଆଜି ବଜାର ପଣ୍ୟ ଦ୍ରବ୍ୟ ।

ପ୍ରେମ ପାଇଁ ପ୍ରେମ କିଏବା ଚାହୁଁଛି,
କାମ କାମନାର ଅଗ୍ନିରେ ଜଳୁଛି,
ଯୌବନ ଆଜି ରମଣ ସନ୍ଧାନେ,
ହୁଦୟ ଦ୍ୱାର ରେ ଝୁଲୁଛି ତାଲା ।
ପ୍ରାସାଦେ ମିଳିବ ପ୍ରେମର ପ୍ରସାଦ,
ପ୍ରଣୟ ତୁମର ଅନୁଗାମୀ ହେବ,
ଯଦି ଦେଇ ପାର ରାଜକୀୟ ସୁଖ,
ଦିଅ, ନିଅ ଲୁଟି ଯୌବନ ର ଯେତେ,
ସଞ୍ଚିତ ସମ୍ପଦ ଦେଇ ପାର ଯଦି,
ଉଚିତ ବଜାର ମୂଲ୍ୟ ।

ଆତ୍ମା ରେ ହୃଦୟ ମିଳୁ ବା ନ ମିଳୁ,
ଶରୀର ସର୍ବସ୍ୱ ସଂସାର ଆଜି,
ସଂଭୋଗ ଚାହେଁ ସଂଭାଗ ନୁହେଁ,
ଭାବୁକତା ର ଯେତେ ଭାବନା ଖୋଜେନା,
ଶୁନ୍ୟ ହୃଦୟ, ରିକ୍ତ ଆଜି ସିଂହାସନ ।

ଆତ୍ମା ତ ସଦା ଅଦୃଶ୍ୟ, ଅଷ୍ପୃଶ୍ୟ,
ଯାହା କିଛି ଏଠି ନଜର ଆସୁଛି,
ତାହାର ମୂଲ୍ୟ ଦିଅ,
ବାସ୍ତବବାଦୀ ଏଇ ଦୁନିଆ ରେ,
ଭାବପ୍ରବଣତା, ପାଗଳ ପ୍ରଳାପ
ଗପ କବିତା ର ବିଷୟ ବସ୍ତୁ,
ଲେଖିବା ପଢିବା, ପୁଣି ଭୁଲି ଯିବା,
ବାସ୍ତବ ଜୀବନେ ଅବର୍ଜନା ପରି ବର୍ଜନୀୟ ।

ରାମ ରାଜ୍ୟ ନାହିଁ ରାମ ବି ନାହାନ୍ତି,
ଏକ ପତ୍ନୀ କିବା ପତି ପରମଶ୍ୱର,
ଶାସ୍ତ୍ର ପୁରାଣ କାବ୍ୟ ଉପାଖ୍ୟାନ,
ଏସବୁ ର କିବା ମୂଲ୍ୟ ଆଜି,
ଶରୀର ର ଯେତେ ଜ୍ୱଳନ ସତ୍ୟ,
ପ୍ରେମ, ହୃଦୟ, ଆତ୍ମା କେବଳ,
କେବଳ ମିଥ୍ୟା ପହସନ ।

****×****

 

No comments.

Leave a Reply