mini-banner-gif

Odia Kabita “Mun Bujhi Parilini keyun thire tume tiari” (ମୁଁ ବୁଝିପାରିଲି ନାହିଁ ତୁମେ )- Lekhika Sweta Rupa #Odia #Language

Spread the love
Odia Kabita “Mun Bujhi Parilini keyun thire tume tiari” (ମୁଁ ବୁଝିପାରିଲି ନାହିଁ ତୁମେ )- Lekhika Sweta Rupa 
ମୁଁ ବୁଝିପାରିଲି ନାହିଁ ତୁମେ
କେଉଁ ଥିରେ ତୁମେ ତିଆରି???

ସୁର୍ଯ୍ୟର ପ୍ରଖର ତାତିରେ…
ନା ରାତ୍ରିର ଗଭିର ଆଲୋଡନରେ…
ନା ଚିକ୍ ଚିକ୍ କରୁଥିବା ଆକାଶର ତାରାର ଆଭାସ୍ ରେ…
ନା ହିଁ..ନିଆ ଝଲସି ତିଆରି ହେଉଥିବା…ଲୁହାରେ..

ତମକୁ ଦେଖିଲେ ତୁମେ ଲାଗୁଥିଲ …
ତୁମ ଅବସ୍ଥା ସ୍ବଭାବିକ୍…

ହେଲେ ମନରେ ଯେମିତି ଭୟଙ୍କର କରାଳ ରୁପ..
ଧ୍ବଂସ କରିଦେବ କ୍ଷଣିକେ ସବୁ କିଛି…
ଆଗ୍ନେୟଗିରିର ଲାର୍ଭା ପରି…
ହେଲେ ତୁମେ କାକର ପରି ଚୁପ୍ ଥିଲ…
ଆସୁଥିଲ ପୁଣି ଯାଉଥିଲ…
ସମୟ ଅସମୟରେ…
ତୁମ ଥଣ୍ଡା କଣିକାରେ ଭିଜେଇ କେତେକଙ୍କୁ..

ମୁଁ ତଥାପି ଜାଣି ପାରୁନି ତୁମେ କଣ??
ହୁଏତ ଜାଣିଲା ବେଳକୁ ସବୁ କିଛି ହୋଇଯାଇଥିବ ଶେଷ……


No comments.

Leave a Reply