mini-banner-gif

Odia Dhaga Dhamali – Oriya Dhaga dhamali # Odisha #Odia

Spread the love

≈ ଢଗଢମାଳି ≈

ଗାଁ’ଗହଳରେ ସ୍ତ୍ରୀଲୋକର ଓଢଣା ତଳେ ଗୋଟିଏ ସୁନ୍ଦର ହାସ୍ୟମୟୀ, ଲାସ୍ୟମୟୀ ଚେହେରା ଲୁଚି ରହିଥାଏ । ସେହିପରି ତା’ଙ୍କ ମୁହଁରୁ ଝରି ଆସୁଥିବା ଛାନ୍ଦମୟୀ ଢଗରେ ଲୁଚି ରହିଥାଏ ଭୁଲଭଟକାକୁ ଆକ୍ଷେପ କରିବାର ଶାଣିତ ତରବାରୀଟିଏ । – ଦୀପକ

Odia Dhaga dhamali , Oriya dhagadhamali , Oriya katha o Natha image , Odia Katha o Natha image , Odia Katha o Natha facebook image , eOdisha.org

ସେଥିରୁ ଆପଣମାନଙ୍କ ପାଇଁ କେତୋଟି ଓଡ଼ିଆ ଢଗ :

୧॰ ଜାଲ ଛନ୍ଦେ ମାଛକୁ,
ଅକଲ ଛନ୍ଦେ ସଭିଙ୍କୁ,
ସ୍ତ୍ରୀ ପାଖରେ ପୁରୁଷ ବନ୍ଧା
ବକଳ ବାନ୍ଧେ ଗଛକୁ ।
ଜାଲ ଘେରରେ ମାଛ ଛନ୍ଦି ହେଲାପରି ଅକଲ ଦ୍ୱାରା ସମସ୍ତଙ୍କୁ କବଳିତ କରାଯାଇପାରେ । ସେମିତି ବକଳ ଗଛକୁ ବାନ୍ଧି ରଖିଲା ପରି ସ୍ତ୍ରୀ ପାଖରେ ସ୍ୱାମୀ ବନ୍ଧା ହୋଇ ରହେ ।

୨॰ ସପନ କଥାକୁ ସତ ମଣିଅଛୁ
କାହାକୁ ବାନ୍ଧିଛୁ ଫାଶି,
ସରଗ ତାରାକୁ ଆଶା କରିଅଛୁ
ସେ କି ପଡ଼ିବ ଖସି ।
ସପନକୁ ସତ ଭାବି ଏବଂ ଉଚ୍ଚ ଆଶା କରି ନିଷ୍କର୍ମା ହୋଇ ବସି ରହିଲେ ଲକ୍ଷ୍ୟ ହାସଲ ହୁଏ ନାହିଁ ।

୩॰ ସାହି ସାହି ବୁଲି ବିକାଏ ଗୋରସ
ସୁରା ବିକାଯାଏ ବସି,
ଅସତୀ ଭୁଞ୍ଜଇ ପଲଙ୍କ ସୁପାତି
କୁଳବତୀ ହୁଏ ଦାସୀ ।
ଆଜିକା ଯୁଗର ରୀତି । ହିତକାରୀ କ୍ଷୀରକୁ ବିକିବା ପାଇଁ ଗଉଡ଼ ସାହି ସାହି ବୁଲେ, ଅଥଚ କ୍ଷତିକାରୀ ମଦ ଭାଟିରେ ହିଁ ବିକ୍ରୀ ହୋଇଯାଏ । ପୁରୁଷ ସେମିତି କୂଳବତୀ ସ୍ତ୍ରୀକୁ ଛାଡ଼ି ବେଶ୍ୟା ପାଖକୁ ଯାଏ ।

୪॰ ଆଗରେ କାଳିଆ ନାହିଁ କରୁଥିଲୁ
ନାକର ସିଂଘାଣି ଦେଖି,
ଏବର କାଳିଆ ଝୁରି ମରୁଅଛୁ
ଥନ ଯଉବନ ଦେଖି ।
ପିଲାଦିନେ ସିଂଘାଣିନାକୀ ଝିଅକୁ ଦେଖି ଯେଉଁ ଟୋକା ନାକ ଟେକୁଥିଲା, ଏବେ ସେଇ ଝିଅର ଯୁବତୀ ରୂପକୁ ଦେଖି ଝୁରି ହେଉଛି ।

୫॰ ଚାଉଳ ପଛକେ ଅଧୁଆ ହେଉ
ପେଜ ହେଉ ବହଳିଆ,
ଘଇତା ପଛକେ ସନ୍ତିଆ ହେଉ
ଶାଢୀ ହେଉ ତଉଁରିଆ ।
ସ୍ୱାମୀ ପଛେ ଦେବାଳିଆ ହେଇଯାଉ, ସ୍ତ୍ରୀର ସଜବାଜ କିନ୍ତୁ ଭଲ ହେଉ ।

୬॰ ଧନିଲୋକ ପାଦେ କଣ୍ଟକ ବାଜିଲେ
ସମସ୍ତେ ପୁଚ୍ଛନ୍ତି ବ୍ୟଥା,
ଦରିଦ୍ର ପାହାଡୁ ଗଡ଼ି ପଡ଼ିଗଲେ
କେହି ନ କହନ୍ତି କଥା
ସ୍ୱାର୍ଥପର ଦୁନିଆଁରେ ବଡ଼ଲୋକଙ୍କର ସାମାନ୍ୟ କଥାକୁ ବି ସମସ୍ତେ ଧ୍ୟାନ ଦିଅନ୍ତି, କିନ୍ତୁ ଗରିବଲୋକର ଯେତେ ଦୁଃଖଦୁର୍ଦ୍ଦଶା ହେଲେ ମଧ୍ୟ କେହି ଶୁଣନ୍ତି ନାହିଁ

୭॰ ବାହା ହେବା ସିନା ଜୀବନ ସଉଦା
ଶାଗ ସଉଦା ତରକାରୀ ପାଇଁ,
ଚାଉଳ ସଉଦା ସାରା ବର୍ଷ ପାଇଁ,
ନାଥ ବୋଲେ ପୁତାରେ
ଧର୍ମର ସଉଦା ସେପାରି ପାଇଁ ।
ଜୀବନକୁ ସୁଖକର କରିବା ପାଇଁ ବିବାହ କରାଯାଏ, ତରକାରୀ ପାଇଁ ଶାଗ କିଣାଯାଏ, ଚାଉଳ ବର୍ଷ ସାରା ପାଇଁ ସଂଗ୍ରହ କରି ରଖାଯାଏ ଏବଂ ସେପାରି ପାଇଁ ଅର୍ଥାତ୍ ମୃତ୍ୟୁ ପରେ ସ୍ୱର୍ଗକୁ ଯିବା ପାଇଁ ଧର୍ମ କରାଯାଏ ।


No comments.

Leave a Reply