mini-banner-gif

#ଓଡିଆ #କବିତା – ନାରୀ– ଲେଖକ ବିନୟ ମହାପାତ୍ର

Spread the love

#ଓଡିଆ #କବିତା – ନାରୀ– ଲେଖକ ବିନୟ ମହାପାତ୍ର

ହେ ମାଆ,
ସବୁ କିଛି ଏଇ ମିତି ହସି ହସି,
କେମିତି ସହୁଛ ତୁମେ, ଏତେ ଲାଞ୍ଛନା,
ଏତେ ଅପମାନ, ନିରାଦର, ହତାଦର ?
କେବେ କି ହୁଏନା ମନ,
ଧରି ନେବାକୁ ତୁମର ସେ
କରାଳ କାଳିକାର ରୂପ ଅଥବା
ଦୁର୍ଗା ଦୂର୍ଗତୀ ନାଶିନୀ ର ଅବତାର?
ହଁ, ତୁମକୁ ତ କେବଳ ସହିବା ର,
ନୀରବ ରହିବା ର କଳା ଜଣା ଅଛି ।
ପଣତ କାନି ରେ, ସମସ୍ତ ଙ୍କ ନେତ୍ର ଆଢୁଆଳେ,
ଲୁହ ପୋଛି ନେଇ, ସବୁ କିଛି ସହିବାର,
ଶପଥ ନେଇଛ ଯେପରି ।

ଏଠି ମାଗିଲେ ମିଳେନି କିଛି,
ମାଆ ଗୋ, କେହି ନୁହେଁ ଏତେ ଦୟାବନ୍ତ,
ନାରୀ କୁ ଅବଳା, ଦୁର୍ବାଳ ର
ଖୋଳପା ଭିତରେ ବନ୍ଦି କରି,
ଏ ସମାଜ, ଯୁଗେ ଯୁଗେ ନେଇ ଅଛି,
ବହୁତ ପରୀକ୍ଷା ତୁମର ।
ପରିଶେଷେ ‘ସପ୍ତସତୀ’ ର
ଉପାଧି ଦେଇଛି ଖାଲି,
ଦେଇ ନାହିଁ କେବେ କିଛି,
ତୁମ ତ୍ୟାଗ ଉପହାର ।
ନାରୀ ତ ଅବଳା ନୁହେଁ ‘ଅତି ବଳା’
ଦୁର୍ବଳା ନୁହେଁ ସେ ‘ଦୁଇ ଗୁଣ ବଳା’
ଏ କଥା ଭୁଲୁଛ କିପରି ?
ତୁମ ବଳ, କଳ, କୌଶଳ ର ନମୁନା
ଦେଖିଛି, ଦେଖୁଛି, ଦେଖିବ
ଏ ଦୁନିଆଁ ସବୁ ଯୁଗେ ।

କିନ୍ତୁ ଏହି ଦୁଃଖ ମାତ୍ର ଅବଶୋଷ,
ତୁମେ ତୁମ ନିଜକୁ ଚିହ୍ନନା ।
ତୁମେ ପାର୍ବତୀ, କନ୍ୟା, ଜାୟା, ଜନନୀ ପୁଣି,
ତୁମେ ଦୁର୍ଗା, ଭବାନୀ, କାତ୍ୟାୟନୀ, ଭଗବତୀ,
ପାର୍ବତୀ ର କୋମଳ ଅବତାରେ
ଅଟକି ଯାଅନା ମାଆ,
ଭୁଲ ନାହିଁ ତୁମ କତ୍ୟାୟନୀ ଶକ୍ତି ।
ତୁମେ ଯଦି ତୁମ ନିଜକୁ ଭୂଲିବ,
କୁହ, କିଏବା କାହିଁକି ପୋଛି ଦେବ ଲୁହ,
ନିରିମିଖି ତୁମ ଦୁଇ ନୟନ ରୁ?
ହେ ମାତା ମହାଶକ୍ତି ସ୍ୱରୂପିଣୀ
ଜାଗିବା କୁ ତୁମକୁ ତ ଅଛି,
ମୁଁ ଥରେ ଖାଲି ଜଗାଇ ଦେଲି।
ତୁମେ ତୁମ ଶକ୍ତି ଯାଇଛ ଭୂଲି
ମନେ ପଡି ଯିବ ତୁମ ପରାକ୍ରମ
ତୁମେ ଯଦି ଥରେ ଜାଗି ଯିବ
ମନେ ପକାଇବାକୁ ଚାହିଁବ
ତୁମର ସେ ଦିବ୍ୟ ଅବତାର ।

***08/03/2017***

No comments.

Leave a Reply