mini-banner-gif

Gajalaxmi Puja ≈ ଗଜଲକ୍ଷ୍ମୀ ପୂଜା ≈ – The Festival of #Odisha #Gajalaxmi #KumarPurnima #News

Spread the love

Odisha Puja o parabad – Gajalaxmi Puja ≈ ଗଜଲକ୍ଷ୍ମୀ ପୂଜା ≈ – The Festival of #Odisha #Gajalaxmi #KumarPurnima #News

≈ ଗଜଲକ୍ଷ୍ମୀ ପୂଜା ≈ ଆଜି ମା’ ଗଜଲକ୍ଷ୍ମୀଙ୍କର ପୂଜା । ଆଶ୍ୱୀନ ପୂର୍ଣ୍ଣିମୀ ଦିନ ଲକ୍ଷ୍ମୀ ଦେବୀଙ୍କର ପୂଜା କରାଯାଏ । ସୌଭାଗ୍ୟ, ସୌନ୍ଦର୍ଯ୍ୟ ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଶ୍ରୀଲକ୍ଷ୍ମୀ । ଏ ରାତିରେ ଯେ ନାରୀକେଳ ଜଳପାନ କରି ଉଜାଗର ରୁହେ ଲକ୍ଷ୍ମୀ ତାର ଘର ଧନ ଧାନ୍ୟରେ ପରିପୂର୍ଣ୍ଣ କରିଦିଅନ୍ତି ।
Odisha Puja o parabad - Gajalaxmi Puja- The Festival of #Odisha #Gajalaxmi #KumarPurnima #News
ଏ ସମ୍ବନ୍ଧରେ ପୁଣି କୁହାଯାଇଛି:
ନିଶୀଥେ ବରଦା ଲକ୍ଷ୍ମୀଃ ଯୋ ଜାଗର୍ତ୍ତୀବିଭାଷିଣୀ
ତସ୍ମୈ ବିଈଂ ପ୍ରପଛାମି ଅକ୍ଷୈଃ କ୍ରୀଡ଼ାଂ କରୋତିଯଃ ।।

କୁମାର ପୂର୍ଣ୍ଣମୀ ରାତିରେ ପଶାଖେଳର ପ୍ରଥା ରହିଛି । ଏହି ପଶାଖେଳର ଏକ ବୈଶିଷ୍ଟ୍ୟ ମଧ୍ୟ ଅଛି । ଯଥା:- ସଂସାରଟା ପଶାଖେଳ ସହିତ ସମାନ । ପଶାଖେଳର ସାର ବା ପଶା ଗୋଟିଗୁଡିକ ମଧ୍ୟରୁ କେଉଁ ସାର ବା ଗୋଟି ନିବିଘ୍ନରେ ପାଚିଯାଏ ତ କିଏ କଞ୍ଚା ଅବସ୍ଥାରେ ମରିଯାଏ । ପୁଣି କାହାରି ଖେଳ ପାଚିଯିବାର ସମସ୍ତ ସମ୍ଭାବନା ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାହା କଞ୍ଚା ହୋଇଯାଏ । ଏପରି ଉତ୍‌ଥାନ, ପତନ ଓ ଦୌଡ ପ୍ରତିଯୋଗିତା ହିଁ ସଂସାରର ଚିତ୍ର । ମୃତ୍ୟୁର କରାଳ କବଳରେ ନବଜାତକ ଆକସ୍ମାତ ପତିତ ହେବା କିମ୍ବା ପୌଷର ଶୁଷ୍କପତ୍ର ତୁଲ୍ୟ ବୃଦ୍ଧଗଣ ମୃତ୍ୟୁ ପ୍ରତିକ୍ଷାରେ ଅତିଷ୍ଟ ହୋଇଉଠିବା – ଏ ତ ସଂସାରର ନିୟମ । ଏହାରି ବ୍ୟଞ୍ଜନାତ୍ମକ ଅଭିବ୍ୟକ୍ତି ହେଉଛି ପଶାଖେଳ ।

ଉପସ୍ଥାପନା – ଦୀପକ


No comments.

Leave a Reply