mini-banner-gif

Dipaabali – The Festival of Light “ଆଲୋକର ଉତ୍ସବ #ଦୀପାବଳୀ” #IndianFestival #India #Odisha #Odia

Spread the love

Dipaabali – The Festival of Light “ଆଲୋକର ଉତ୍ସବ #ଦୀପାବଳୀ” #IndianFestival #India #Odisha #Odia ≈ ଆଲୋକର ଉତ୍ସବ ଦୀପାବଳୀ ≈ ଉପସ୍ଥାପନା – ଦୀପକ

ବଡ ବଡୁଆ ହୋ , ଅନ୍ଧାରରେ ଆସି, ଆଲୁଅ ରେ ଯାଅ, ବାଇଶି ପାହାଚରେ ଗଡ ଗଡଉ ଥାଅ – ବଡ ବଡିଆ ଡାକ , ଏହି ପର୍ବ ରେ ପୁତ୍ର ସନ୍ତାନ ମାନେ ପିତୃ ମହ ଙ୍କ ଶୁଭକାମନା କରିଥାନ୍ତି , ଶୁଭ ଦୀପାବଳି ଅବସରରେ ସମଗ୍ର ଓଡିଶା ବାସିଙ୍କୁ  ଈଓଡିଶା.ଅର୍ଗ ତରଫରୁ ଅନେକ ଅନେକ ଶୁଭେଛା ଏବଂ ଅଭିନନ୍ଦନ ଆପଣଙ୍କ ଜିବନ ଶୁଖଃମୟ ହେଉ ମୋର ଭଗବାନଙ୍କ ନିକଟରେ ଏତିକ ପ୍ରାର୍ଥନା – See more at:

ଆଲୋକର ଉତ୍ସବ ଦୀପାବଳୀପୂଣ୍ୟଭୂମି ଭାରତ ବର୍ଷର ଜଳ, ବାୟୁ, ବଣ, ପାହାଡ଼, ପର୍ବତ, ନଦୀ, ଝରଣା ସବୁ ପୂଣ୍ୟମୟ । ଏହାର ପ୍ରତିଟି ଧୂଳିକଣା ମହାନତା ଆଉ ପବିତ୍ରତାରେ ପୂର୍ଣ୍ଣ । ଏହି ବିଶାଳ ଭାରତ ବର୍ଷରେ ପାଳିତ ହେଉଥିବା ଅନେକ ପର୍ବପର୍ବାଣୀ ମଧ୍ୟରୁ ଦୀପାବଳୀର ମହତ୍ତ୍ୱ ସ୍ୱତନ୍ତ୍ର । ସ୍ଥାନଭେଦରେ ଲୋକେ ଏହାକୁ ଦିଓ୍ୱାଲି ବା ଦିଆଲି ମଧ୍ୟ କହନ୍ତି । ପ୍ରତିବର୍ଷ କାର୍ତ୍ତିକ ଅମାବାସ୍ୟା ତିଥିରେ ଏହି ପର୍ବ ପାଳିତ ହୁଏ । ଯେପରି ଦୁର୍ଗାପୂଜା ବା ଦଶହରା ଅନ୍ୟାୟ ଉପରେ ନ୍ୟାୟର ବିଜୟର ନିଦର୍ଶନ ଅଟେ, ସେହିପରି ଆଲୋକର ଉତ୍ସବ ଦୀପାବଳୀ ଅନ୍ଧକାର ଉପରେ ଆଲୋକର ବିଜୟର ବାର୍ତ୍ତା ଦିଏ ।

ଦୀପାବଳୀ ଉତ୍ସବ ପାଳନ କରିବା ମୂଳରେ ଅନେକ କିମ୍ବଦନ୍ତୀ ରହିଛି; ସେଥିମଧ୍ୟରୁ କେତେକ ନିମ୍ନ ପ୍ରକାର ଅଟେ:-

ପିତୃସତ୍ୟ ରକ୍ଷା ଲାଗି ଚଉଦ ବର୍ଷ ବନବାସ ପରେ ଶ୍ରୀରାମଚନ୍ଦ୍ର ଅନୁଜ ଲକ୍ଷ୍ମଣଙ୍କ ସହିତ ଲଙ୍କାର ରାଜା ରାବଣକୁ ବଧ କରି ପତ୍ନୀ ସୀତାଙ୍କୁ ଉଦ୍ଧାର କରି ଯେଉଁଦିନ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ, ସେଦିନ ଆନନ୍ଦ ଉଲ୍ଲାସରେ ଆତ୍ମହରା ଅଯୋଧ୍ୟାବାସୀ ଦୀପାଲୋକରେ ତାଙ୍କର ପ୍ରିୟ ଶ୍ରୀରାମଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ଉକ୍ତ ସ୍ମୃତିର ସ୍ମରଣ ସ୍ୱରୂପ ଦୀପାବଳୀ ଉତ୍ସବର ଆରମ୍ଭ ।

ଅନ୍ୟ ଏକ ପୌରାଣିକ କାହାଣୀ ଅନୁସାରେ ଭୀତତ୍ରସ୍ତ, ଶରଣାଗତ ଦେବଗଣଙ୍କ ନିମିତ୍ତ ଭଗବାନ ଶ୍ରୀକୃଷ୍ଣ ମହାପ୍ରତାପୀ ନରକାସୁରକୁ ବିନାଶ କରି ପୃଥ୍ୱୀଭାର ଉଶ୍ୱାସ କରିଥିଲେ । ନରକାସୁର ଦ୍ୱାରା ବନ୍ଦିନୀ ଷୋଳସହସ୍ର ସୁନ୍ଦରି କନ୍ୟାଙ୍କୁ ମୁକ୍ତ କରି ସେମାନଙ୍କୁ ସସମ୍ମାନେ ଦ୍ୱାରକାକୁ ପଠାଇଥିଲେ । ସର୍ବତ୍ର ଆନନ୍ଦ ଓ ଶାନ୍ତି ପ୍ରତିଷ୍ଠା ହେଲା । ଲୋକେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ସେହି ଆଲୋକରେ ନରକାସୁରର ପୁତ୍ର ଭଗଦତ୍ତର ସିଂହାସନ ଆରୋହଣକୁ ଆନନ୍ଦରେ ଅଭିନନ୍ଦନ ଜଣାଇଥିଲେ । ସେବେଠାରୁ ଦୀପାବଳୀ ଉତ୍ସବର ଆରମ୍ଭ ଏବଂ ଏହି ଉତ୍ସବ ନରକୋତ୍ସବ ନାମରେ ନାମିତ ।

ଏହା ସହିତ ଅନ୍ୟ ଏକ ପୌରାଣିକ ଆଖ୍ୟାନ ମଧ୍ୟ ସଂଶ୍ଳିଷ୍ଟ । ସୌଭାଗ୍ୟର ଦେବୀ ମା’ ଲକ୍ଷ୍ମୀ ଅସୁର ରାଜା ବଳିଙ୍କ ଦ୍ୱାରା ସପ୍ତମ ପାତାଳରେ ବନ୍ଦିନୀ ଥିଲେ । ଏହିଦିନ ସେ ଭଗବାନ ବାମନଙ୍କ ଦ୍ୱାରା ଅନ୍ୟ ବନ୍ଦୀ ଦେବତାମାନଙ୍କ ସହିତ ମୁକ୍ତ ହୋଇଥିଲେ । ଏହି ଦିବସଟି ମହାଲକ୍ଷ୍ମୀଙ୍କର ମୁକ୍ତିଦିବସ ରୂପେ ପରିଚିତ ।

ଆଲୋକଜ୍ୱଳନ ଆଲୋକର ପର୍ବ ଦୀପାବଳୀର ପ୍ରଧାନ ଅଙ୍ଗ । ଲୋକେ ଦୀପଜାଳି ମା’ ଲକ୍ଷ୍ମୀଙ୍କର ଆବାହନ କରିଥାନ୍ତି । ପରସ୍ପର ମଧ୍ୟରେ ମିଠା, ପିଠା ତଥା ଉପହାର ଆଦାନ ପ୍ରଦାନ ହୋଇଥାଏ । ଦୀପାବଳୀ ଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ କରାଯାଏ । ଅମାବାସ୍ୟାର ଘନ ଅନ୍ଧକାର ରାତ୍ରିରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଜ୍ୱଳନ୍ତବଳିତା ଓ କାଉଁରିଆ କାଠିର ଆଲୋକ ପ୍ରଦର୍ଶନ କରି ପରିବାରବର୍ଗ ଉଚ୍ଚସ୍ୱରରେ ସମ୍ବୋଧନ କରନ୍ତି –

ବଡ଼ବଡ଼ୁଆ ହୋ !
ଅନ୍ଧାରରେ ଆସି ଆଲୁଅରେ ଯାଅ ।
ଗଙ୍ଗାଯାଅ, ଗୟାଯାଅ, କାଶୀଯାଅ,
ପୁରୁଷୋତ୍ତମରେ ମହାପ୍ରସାଦ ଖାଇ
ବାଇଶି ପାହାଚରେ ଗଡ଼ଗଡ଼ଉଥାଅ ।।

ସମସ୍ତଙ୍କୁ ଆଲୋକର ପର୍ବ ଦୀପାବଳୀ ଓ କାଳୀପୂଜା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ।


No comments.

Leave a Reply