mini-banner-gif

ଦର୍ଶକ ଆଚରଣ ଓ ସ୍ଵାଧୀନତା – ଉପସ୍ଥାପନା: ସରଳ କୁମାର ଦାସ #ଓଡିଆ #OdiaPost

Spread the love

ଦର୍ଶକ ଆଚରଣ ଓ ସ୍ଵାଧୀନତା – ଉପସ୍ଥାପନା: ସରଳ କୁମାର ଦାସ #ଓଡିଆ #OdiaPost

ଦର୍ଶକକୁ ବାଦ୍ ଦେଇ ନାଟକର ପରିକଳ୍ପନା କରାଯାଇ ପାରେ l ପ୍ରଖ୍ୟାତ ନାଟ୍ୟକାର ବାଦଲ ସରକାରଙ୍କ ଭାଷାରେ, “ନାଟକର ସର୍ବଶେଷ ହେଉଛି ଜଣେ କଳାକାର ଜଣେ ଦର୍ଶକ l” ତେଣୁ ନାଟକର ଦର୍ଶକଟିଏ ହେବା ଏକ ଗୁରୁଦାୟିତ୍ଵ l ଏବେ ଭୁବନେଶ୍ଵରରେ ବିଭିନ୍ନ ସଂସ୍ଥା ଦ୍ଵାରା ନିୟମିତ ଭାବେ ନାଟ୍ୟ ପ୍ରଦର୍ଶନ ହେଉଥିବାରୁ କିଛି ଦର୍ଶକ ନାଟକମୁହାଁ ହୋଇଛନ୍ତି, ଯାହା ଏକ ଶୁଭସଂକେତ l କିନ୍ତୁ ଏଥିସହିତ ଦର୍ଶକର ଆଚରଣ ସ୍ଵାଧୀନତା ସମ୍ପର୍କିତ କେତୋଟି ପ୍ରଶ୍ନ ଉଙ୍କିମାରୁଛି, ଯେଉଁଗୁଡିକୁ ଧ୍ୟାନ ଦେଲେ ଆମେ ହୁଏତ ଏକ ରୁଚିସମ୍ପନ୍ନ ଦାୟିତ୍ଵବାନ ଦର୍ଶକଗୋଷ୍ଠୀ ଉଭା କରିପାରିବା l

କିଛି ଦିନ ତଳର କଥା l ରବୀନ୍ଦ୍ର ମଣ୍ଡପରେ ନାଟକଟିଏ ଆରମ୍ଭ ହୋଇଯାଇଥାଏ l ପ୍ରାୟ ଦଶ ମିନିଟ ପରେ ଜଣେ ଭଦ୍ରଲୋକ ପ୍ରବେଶ କରି ଖାଲିଥିବା ସିଟରେ ବସି ପାଖରେ ବସିଥିବା ଦର୍ଶକଙ୍କୁ ପଚାରିଲେ, “କେତେବେଳୁ ଆରମ୍ଭ ହେଲାଣି l” – ଏଇ ଦଶ ମିନିଟ ହେଲା l – ପର୍ଯ୍ୟନ୍ତ ଷ୍ଟୋରିଟା ? ଅଗତ୍ୟା ଭଦ୍ରବ୍ୟକ୍ତି ସେ ପର୍ଯ୍ୟନ୍ତ ଘଟିଥିବା ଦୃଶ୍ୟଗୁଡିକ ବର୍ଣ୍ଣନା କଲେ l ସେତିକିରେ ସରି କଥୋପକଥନ ଲମ୍ବିଚାଲିଲା l ଭିତରେ ଲେଖକକୁ ଏକ ସମୟରେ ଦୁଇ ଦୁଇଟି ନାଟକ ଅନିଚ୍ଛାକୃତ ଭାବେ ଉପଭୋଗ କରିବାକୁ ହେଲା l ଭଳି ପରିବେଶରେ ନାଟକ ଦେଖିବା ଯେ କେତେ ବିରକ୍ତିକର, ତାହା ଅନେକ ଦର୍ଶକ ଅଙ୍ଗେ ନିଭେଇଥିବେ l ପ୍ରେକ୍ଷାଳୟରେ କଥୋପକଥନ କଳାକାରମାନଙ୍କୁ ବିଚଳିତ କରିଥାଏ, ଗମ୍ଭୀର ଦର୍ଶକମାନେ ମଧ୍ୟ ସେଥିରୁ ବାଦ୍ ପଡି ଥାନ୍ତି l

Two male hands; one reaching down to assist another hand reaching up with sunburst in the background

ମୋବାଇଲ ଫୋନ ଆମ ଦୈନନ୍ଦିନ ଜୀବନଚର୍ଯ୍ୟାର ଅଭିନ୍ନ ଅଙ୍ଗ ହୋଇସାରିଲାଣି l ମାତ୍ର ପ୍ରେକ୍ଷାଳୟରେ ମୋବାଇଲ ଫୋନର ରିଙ୍ଗଟୋନ ବାର୍ତ୍ତାଳାପ ନାଟକର ପ୍ରଦର୍ଶନରେ ବାଧା ପହଞ୍ଚାଇଥାଏ l ନାଟକର ପ୍ରଦର୍ଶନ ପୂର୍ବରୁ ମୋବାଇଲ ବନ୍ଦ କରିବାକୁ ବା ସାଇଲେଣ୍ଟ ମୋଡରେ ରଖିବାକୁ ଅନୁରୋଧ କରାଯାଉଥିଲେ ମଧ୍ୟ କିଛି ଦର୍ଶକ ମାନୁ ଥିବାରୁ ବିଭ୍ରାଟ ସୃଷ୍ଟି ହୋଇଥାଏ l ସେମାନେ ଭୁଲି ଯାଆନ୍ତି ଯେ, ଏହାଦ୍ଵାରା ଉଭୟ କଳାକାର ଦର୍ଶକ ବିଚଳିତ ବିରକ୍ତ ହୁଅନ୍ତି l

କିଛି ଦର୍ଶକ ସାଙ୍ଗରେ ଅତି ଛୋଟପିଲା ଧରି ଆସିଥାନ୍ତି l ଅନ୍ଧାର ହଲରେ ସାନପିଲାମାନେ ଦୀର୍ଘସମୟ ଧରି ଚୁପ୍ ହୋଇ ବସି ରହିବା ସମ୍ଭବ ହେଉ ନଥିବାରୁ କାନ୍ଦିବା ଆରମ୍ଭ କରି ଦିଅନ୍ତି l ପିଲାଟିକୁ ବହଲାଇବା ପାଇଁ ବାପାମା କଥା ଆରମ୍ଭ କରି ଦିଅନ୍ତି l ସବୁର ପ୍ରଭାବ ନାଟକ ଦର୍ଶକଙ୍କ ଉପରେ ପଡିଥାଏ l ତେଣୁ ବୁଝିବା ବୟସ ହୋଇ ନଥିବା ସାନପିଲାଙ୍କୁ ସାଙ୍ଗରେ ଆଣିଲେ ଭଲ l

ଆଜିକାଲି ପ୍ରାୟ ମଧ୍ୟାନ୍ତର ଥାଇ ନାଟକ ପ୍ରଦର୍ଶନ ହେଉଛି l ଉଦ୍ଦେଶ୍ୟ, ଦର୍ଶକ ନିଜ ସିଟରୁ ଉଠି ନିରବଚ୍ଛିନ୍ନ ଭାବେ ନାଟକର ଗତି ସହ ନିଜକୁ ହଜାଇ ଦେଉ l କିନ୍ତୁ କିଛି ଦର୍ଶକ ବାରମ୍ବାର ଯିବାଆସିବା କରିଥାନ୍ତି l ରଙ୍ଗମଞ୍ଚ ନାଟକରେ ଛାଇ, ଆଲୁଅ ଶବ୍ଦର ଖେଳ ଚାଲିଥିବାରୁ, ଏହି ଚଳପ୍ରଚଳ ନାଟକ ପ୍ରଦର୍ଶନରେ ବାଧା ଉତ୍ପନ୍ନ କରିଥାଏ l

ସାଧାରଣତଃ ନାଟକ ସରିବା ପରେ କଳାକାରଙ୍କ ପରିଚୟ ପର୍ବ ହୋଇଥାଏ l ବିଡମ୍ବନାର କଥା, ନାଟକ ଆରମ୍ଭ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିପାରୁଥିବା ଦର୍ଶକ, ନାଟକ ସରିଲା ପରେ କିନ୍ତୁ, ଆଉ କେଇ ମିନିଟ ଅପେକ୍ଷା କରିବାକୁ ନାରାଜ l ଯେଉଁମାନେ ଆମର ମନୋରଞ୍ଜନ କଲେ, ସେମାନଙ୍କୁ ଉତ୍ସାହିତ କରିବା ଆମର କର୍ତ୍ତବ୍ୟ ନୁହେଁ l ଠିକ୍ ସେମିତି ନାଟ୍ୟସଂସ୍ଥାମାନେ ପରିଚୟ ପର୍ବଟିକୁ ବ୍ୟବସ୍ଥିତ ଢଙ୍ଗରେ ସ୍ଵଳ୍ପ ସମୟ ମଧ୍ୟରେ କରିବା ଉଚିତ l ସବୁ କଳାକାର ଟେକ୍ନିସିଆନ୍ ତୁରନ୍ତ ମଞ୍ଚ ଉପରେ ଉପସ୍ଥିତ ହେବା ଉଚିତ l

ସିନେମା ଯାତ୍ରାର ଦର୍ଶକ ଟିକେଟ କାଟି ଦେଖୁଥିବାରୁ ନିର୍ଦ୍ଧାରିତ ସମୟରେ ସୋଆରମ୍ଭ ହୋଇଥାଏ l ମାତ୍ର ଭୁବନେଶ୍ଵରରେ ନାଟକର ଦର୍ଶକଟିଏ ପ୍ରାୟତଃ ମାଗଣାରେ ନାଟକ ଦେଖିଥାଏ l ଦର୍ଶକମାନେ ଭାବନ୍ତି, ନାଟକ ପୁଣି ଟିକେଟ କାଟି କଣ ଦେଖିବା l ନାଟ୍ୟସଂସ୍ଥାମାନେ ମନେ କରନ୍ତି, ମାଗଣାରେ ଦେଖାଇଲେ ହଲ ଫୁଲ୍ ହେଉନାହିଁ, ଟିକେଟ କଲେ କିଏ ଆସିବ l ବର୍ଷବର୍ଷ ଧରି ମାଗଣାରେ ବିଭାଗୀୟ ଅନ୍ୟାନ୍ୟ ନାଟକମାନ ଦେଖିଆସୁଥିବା ଦର୍ଶକଟିଏ ଟିକେଟ କାଟିବାର ମାନସିକତା ଭିତରକୁ ଫେରିପାରେନାହିଁ l ଏଭଳି ଦର୍ଶକଟିଏ ବିପିଏଲ୍ ଶ୍ରେଣୀର ହେଇଯାଏ ଏବଂ ତା ନାଟକ ଦେଖା ଅନ୍ୟର ସାହାଯ୍ୟ (ରାଜ୍ୟ ସଂସ୍କୃତି ବିଭାଗ, କର୍ପୋରେଟ ହାଉସ, ଆଦି) ଉପରେ ନିର୍ଭର କରେ l ନାଟକ ପ୍ରଦର୍ଶନ କରିବାର ସୁଯୋଗ ପାଇଥିବାରୁ କୃତଜ୍ଞତା ସ୍ଵରୂପ ଅବା ଭବିଷ୍ୟତରେ ସାହାଯ୍ୟ ପାଇବା ଆଶାରେ ନାଟ୍ୟ ସଂସ୍ଥା ମନ୍ତ୍ରୀ, ବିଧାୟକ, ସଚିବ, ନିର୍ଦ୍ଦେଶକ, ଆଦିଙ୍କୁ ଅତିଥି ରୂପେ ଡାକି ମିଟିଂଟିଏ କରିଥାଏ l ସ୍ଥଳବିଶେଷରେ ଆମନ୍ତ୍ରିତ ଅତିଥି ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରୁ ନଥିବାରୁ ନାଟକ ଆରମ୍ଭ ହେବାରେ ବିଳମ୍ବ ହୋଇଥାଏ l ବିଚରା ଦର୍ଶକଟି ମାଗଣା ନାଟକ ଦେଖୁଥିବାରୁ ପ୍ରତିବାଦର ସ୍ଵର ମଧ୍ୟ ଉଠାଇପାରେ ନାହିଁ l ନାଟକକୁ ଭଲ ପାଉଥିବା ଜଣେ ସ୍ଵାଭିମାନୀ ଦର୍ଶକ, କେବଳ ନାଟକ ଦେଖିବାକୁ ଆସିଥାଏ, ଭାଷଣ ଶୁଣିବାକୁ ନୁହେଁ l ଏଭଳି କାର୍ଯ୍ୟକ୍ରମରେ ମିଟିଂ ଆୟୋଜନର ବାଧ୍ୟବାଧକତା ଥିଲେ, ତାହା ନାଟକ ପ୍ରଦର୍ଶନର ଯଥେଷ୍ଟ ପୂର୍ବରୁ ହେବା ଉଚିିତ l ଅତିଥି ଆସନ୍ତୁ ବା ଆସନ୍ତୁ, ନାଟକ ଠିକ୍ ସମୟରେ ହେବା ଉଚିତ l ନାଟ୍ୟସଂସ୍ଥାମାନଙ୍କର ଏହି ଶୃଙ୍ଖଳିତ ଆଚରଣ ଦର୍ଶକମାନଙ୍କୁ ଅଧିକ ଶୃଙ୍ଖଳିତ କରିବ l

ଗତ କିଛିମାସ ତଳେ ନାଟ୍ୟଧାରାର ନାଟକ ପରିକ୍ରମାରେ ଭଞ୍ଜକଳା ମଣ୍ଡପଠାରେ ଏକ ନାଟକ ପରିବେଷଣ ହେବାର ଥାଏ l ନାଟକର ନିର୍ଦ୍ଧାରିତ ସମୟ ଯଥେଷ୍ଟ ଗଡି ଯାଇଥିଲେ ମଧ୍ୟ ମଞ୍ଚରେ ଜଣେ ବିଭାଗୀୟ ଅଧିକାରୀଙ୍କ ବିଦାୟକାଳୀନ ସଭା ଚାଲିଥିଲା l ନାଟକ ପାଇଁ ଅପେକ୍ଷା କରିଥିବା ଦର୍ଶକମାନେ ବିରକ୍ତ ହେଲେ ମଧ୍ୟ ପ୍ରତିବାଦ କରିପାରୁ ନଥାନ୍ତି l ଏଠି ଏକ ବଡ ପ୍ରଶ୍ନ ହେଉଛି, ନାଟକ ଦେଖିବାକୁ ଆସିଥିବା ଦର୍ଶକଟିକୁ, ଅନ୍ୟ ଏକ ସଭା ଆୟୋଜନ କରି, ଶ୍ରୋତା କରି ବସାଇ ଦେବା କେତେ ଦୂର ସମୀଚିନ ? ଏହା ଦର୍ଶକର ସ୍ଵାଭିମାନ ପ୍ରତି ଆଘାତ ନୁହେଁ କି ?   

ଓଡିଶାରେ ଏକ ରୁଚିବନ୍ତ ସଚେତନ ଦର୍ଶକଗୋଷ୍ଠୀର ଆବଶ୍ୟକତା ରହିଛି l ସରକାରୀ ଅନୁଦାନରେ ନାଟକ ମଞ୍ଚାୟନ କରୁଥିବା ନାଟ୍ୟସଂସ୍ଥାଗୁଡିକର ସ୍ଵର ଶାଣିତ ହେବା ସ୍ଵାଭାବିକ l କ୍ରମଶଃ ସେମାନେ ବ୍ୟବସ୍ଥା ସହ ସାଲିସ କରି ନେଇ ବରାଦୀ ନାଟକ ( ଅବସରରେ, ଉପଲକ୍ଷେ ଆଦି) ପରିବେଷଣ କରିବା ଆରମ୍ଭ କରିଦେବେ l ଭଲମନ୍ଦ ଯାହା ପ୍ରଦର୍ଶନ ହେଉଛି, ତାହା ଦର୍ଶକ ଦେଖିବାକୁ ବାଧ୍ୟ l ତା କିଛି ଚଏସ୍ ନାହିଁ l ନାଟକ ପ୍ରଦର୍ଶନ ପରେ ଦର୍ଶକଙ୍କ ମତାମତ ନାଟ୍ୟସଂସ୍ଥା ନିକଟରେ ପହଞ୍ଚିବା ଦରକାର l ଦର୍ଶକ ହେଉଛନ୍ତି ନାଟକର ଅନ୍ୟତମ ହିତଧାରକ (ଷ୍ଟେକହୋଲଡର୍) l ତେଣୁ ସେମାନଙ୍କୁଧରି ନିଆ ଯାଉ’ l ଏକ ସଂଗଠିତ ରୁଚିବନ୍ତ ଦର୍ଶକଗୋଷ୍ଠୀ ନାଟକର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ପାରିବ l ଏଥିପାଇଁ ଆମକୁ ବିପିଏଲ ଦର୍ଶକ ଶ୍ରେଣୀରୁ ଉଠି ସ୍ଵାଭିମାନୀ ଦର୍ଶକ ହେବାକୁ ପଡିବ l

 ସରଳ କୁମାର ଦାସ ,ଭୁବନେଶ୍ଵର୭୫୧୦୧୨

No comments.

Leave a Reply