mini-banner-gif

।। ଭଗବାନ ଉବାଚ ।। ଲେଖକ ବିନୟ ମହାପାତ୍ର

Spread the love

।। ଭଗବାନ ଉବାଚ ।। ଲେଖକ ବିନୟ ମହାପାତ୍ର

odia-writer-bijay-mahapatra

ହେ ପାର୍ଥ,

ମୁଁ କ’ଣ ସତରେ ଅଦୃଶ୍ୟ,
ନା’ ମୁଁ ଅସ୍ପୃଶ୍ୟ, ନା’ ମୁଁ ବଧିର।

ତୁମେ ତ ମୋ ରୂପକୁ ଦେଖିଛ,
ମୋ ବିଶ୍ଵରୂପକୁ ବି ଦେଖିଛ ।
ତୁମେ ମୋତେ ସ୍ପର୍ଶ ବି କରିଛ।
ମୁଁ ତୁମ ଦୁଃଖ ଶୁଣିଛି
ତୁମକୁ ଗୀତା ବି ଶୁଣେଇଛି ।
ତୁମେ କୁହ,
ସତରେ କଣ ମୁଁ ଅଦୃଶ୍ୟ,
ଅସ୍ପୃଶ୍ୟ ଆଉ ବଧିର?

%e0%ac%ad%e0%ac%97%e0%ac%ac%e0%ac%be%e0%ac%a8-%e0%ac%89%e0%ac%ac%e0%ac%be%e0%ac%9a-%e0%ac%b2%e0%ad%87%e0%ac%96%e0%ac%95-%e0%ac%ac%e0%ac%bf%e0%ac%a8%e0%ad%9f-%e0%ac%ae%e0%ac%b9%e0%ac%be%e0%ac%aa

ମୁଁ ତ ସର୍ବଦା ସବୁରି ପାଖା ପାଖି ଅଛି
ପ୍ରତି ମୁହୁର୍ତ୍ତ ରେ ସଭିଁଙ୍କୁ ଦେଖୁଛି ।
ସେମାନଙ୍କର ସ୍ପର୍ଶ ଟିକେ ପାଇଁ,
ସର୍ବଦା ଅନାଇ ବସିଛି ।
ଦି’ପଦ ଶୁଣିବାକୁ ଦି’ପଦ କହିବାକୁ
କେଉଁ ଅନନ୍ତ ଯୁଗରୁ ଅପେକ୍ଷା କରିଛି।

ହେଲେ ଏ ମଣିଷ ତାର ଆଖିରେ,
ଲୋଭ, ଇର୍ଷା, ଘୃଣା, ଅହଂକାର ର
ମୋଟା ପଟି ବାନ୍ଧି ରଖିଛି।
ଏବଂ ମୋତେ ଦେଖିବାର,
ବୃଥା ଚେଷ୍ଟା ବି କରୁଛି !

ତାର ସେଇ ଅନ୍ଧ ପଟଳ ଭେଦି
ତାର ଦୃଷ୍ଟି ମୋ ପର୍ଯ୍ୟନ୍ତ ପହଞ୍ଚି ପାରୁନି ।
ମୁଁ ତାର ଏତେ ପାଖରେ ଅଛି ଯେ
ଯଦି ସିଏ ହାତ ବଢାଇବ,
ତା ହାତ ମୋତେ ଛୁଇଁ ଯିବ,
ତଥାପି ତା ହାତ ସର୍ବଦା ଅପହଞ୍ଚ ।

ହେଲେ ଏ କି ବିଡମ୍ବନା;
ମଣିଷ ତା ହାତରେ ଏତେ
ମଇଳା ଲଗାଇ ରଖିଛି।
ତା ମନର ସଂକୋଚ ତାକୁ
ହାତ ବଢାଇବାକୁ ଦେଉନି ।

ହେ ମୋର ସର୍ବ ପ୍ରିୟ ମାନବ
ତୁମେ ଥରେ ଅର୍ଜୁନ ପରି ସମର୍ପିତ ହୋଇ ଦେଖ
ତୁମେ ମୀରା ପରି ଥରେ
ନିଶ୍ୱାର୍ଥପ୍ରେମ କରିକି ତ ଦେଖ,
ତୁମେ ସାଲ ବେଗର
ବିଶ୍ୱାସ ନେଇ ଥରେ ଦେଖ,
ତୁମେ ସୁଦାମା ପରି ନିଶ୍ଚଳ
ବନ୍ଧୁ ଭାବ ନେଇ ଦେଖ,
ତୁମେ ଦାଶିଆ ବାଉରୀ ର ଭକ୍ତି କରି ଦେଖ ।

ତୁମକୁ ମୋ ମନ୍ଦିର ଆସିବାକୁ ପଡିବନି,
ଅହର୍ନିଶି ଭଜନ କୀର୍ତ୍ତନ କରିବାକୁ ହେବନି ।
ତୁମେ ଗୁଋ ନୁହେଁ ନିଜ ଆତ୍ମାର ଆଦେଶ ଶୁଣ
ତୁମକୁ ନାମ ଜପିବାକୁ ନୁହଁ କର୍ମ କରିବାର ଅଛି
ତୁମେ କେବଳ ତୁମ ଶରୀର, ବସନ ର ନୁହଁ
ତୁମ ଆତ୍ମାକୁ ନିର୍ମଳ ନିଷ୍ପାପ ରଖ,
ଦେଖିବ!
ଏଇ ଦାଶବତ୍ସଳ ତୁମ ସାଥେ ସାଥେ,
ତୁମ ଆଗ ପଛେ ତୁମ ଛାଇ ପରି ଚାଲି ଥିବ।

No comments.

Leave a Reply