mini-banner-gif

Basanta fula re ghera chari aada, Lekhika Sweta Rupa || ବସନ୍ତ ଫୁଲରେ ଘେରା ଚାରିଆଡ….

Spread the love

Basanta fula re ghera chari aada, Lekhika Sweta Rupa || ବସନ୍ତ ଫୁଲରେ ଘେରା ଚାରିଆଡ…. written by Sweta Rupa

Valley-Of-Flowers

ବସନ୍ତ ଫୁଲରେ ଘେରା ଚାରିଆଡ….
ଦୁରକୁ ଦେଖିଲେ ଦିଶେ ସୁନ୍ଦର ପାହାଡ୍..
ଗାଡି ଆମ ଚାଲିଛି ହ୍ରଦର ଧାରେ ଧାରେ ଅଙ୍କା ବଙ୍କା ରସ୍ତା ଦେଇ…
ଥଣ୍ଡା ପବନରେ ଦେହ ଯାଉଥାଏ ଶିତେଇ…
ଅତି ରୋମାଞ୍ଚକର ପରିବେଶ…
ତୁମେ ଘୋଡେଇଥିବା ଶାଲ୍ ଟିକୁ ମୋ ଦେହରେ ପକେଇ ଦେଲ..
ଓ ଉଡୁଥିବା ମୋର ପାଚିଲା କେଶ ସବୁକୁ ସଜାଡୁ ସଜାଡୁ…
କଣସବୁ ଗୁଣୁ ଗୁଣୁ ହୋଇ ଗାଉଥିଲ ଅସ୍ପଶ୍ଟ ଭାବରେ…
ତୁମ କାନ୍ଧରେ ମୁଣ୍ଡ ରଖି ଉପଭୋଗ କରୁଥିଲି ମୁଁ ସବୁ…
ମୁହୁର୍ତ୍ତ୍ ଗୁଡିକ ଥିଲା ମୋ ପାଇଁ ଖୁବ୍ ମହତ୍ତ୍ବ ପୂର୍ଣ…
ଯେମିତିକି ଜୀବନର ଶେଷ ପାହାଚରେ ମତେ ସବୁ ମିଳିଯାଇଛି..
କେବେ ତୁମ ସହ ଏମିତି ହେବ ବୋଲି ଭାବି ନଥିଲି..
କେବଳ ତୁମକୁ ନେଇ ଜୀବନରେ ସମ୍ପୁର୍ଣତା ଅନୂଭବ କରିଥିଲି…
ଜୀବନର ସବୁ ବାଧା ଓ ସଙ୍ଘର୍ଶ କୁ ଆଡେଇ ଆମେ..
ଦୁହେଁ ବହୁତ୍ ଆଗେଇ ଯାଇଥିଲେ ଜୀବନର ପଥରେ…
ଦୁରକୁ ବହୁତ୍ ଦୁରକୁ….
ପଛରେ ଛାଡିଆସିଥିଲୁ ଅନେକ ଅତୀତର ସ୍ମ୍ରୁତି ସବୁକୁ…
ହଠାତ୍ ଝରକାର ଫାଙ୍କ ଦେଇ ବରଷI ପାଣିରଛିଟା ପଡିଲା ମୋ ଉପରେ…
ଆଖି ମଳି ମଳି ଦେଖିଲା ବେଳକୁ ଘଣ୍ଟାରେ ପାଞ୍ଚଟା ବାଜିଲାଣୀ…
ମାଁ କବାଟ ବାଡୋଉଛି…ମତେ ଡାକୁଛି…
କେତେବେଳୁ ଆସି ଛିଡାହେଲିଣି କବାଟ ଖୋଲେ…


No comments.

Leave a Reply