mini-banner-gif

Khairi: The Princess of Similipal – ବାଘରାଣୀ ଖଇରୀ – ଉପସ୍ଥାପନା: ଦୀପକ

Spread the love

≈ ବାଘରାଣୀ ଖଇରୀ ≈
Khairi: The Princess of Similipal
(ସ୍ନେହ, ଆଦର ପାଇ ହିଂସ୍ର ପ୍ରକୃତି ଛାଡ଼ି ନିରୀହା, ଅଲିଅଳି ପାଲଟି ଯାଇଥିବା ପ୍ରସିଦ୍ଧ ବାଘୁଣୀ ‘ଖଇରୀ’ର ସ୍ମୃତିରେ)

The Shimilipal is an internationally renowned tiger and forest reserve. It became source of international attention in 1960’s when the then director of the tiger reserve had adopted a tigress known as Khairi.

Khairi, the five-year-old royal Bengal tigress, is a reluctant bride. Like all Indian parents, Saroj Raj Choudhury and his wife have been trying to find a mate for their “adopted daughter.”

ଆନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଥିଲା ଯଶୀପୁରର ପୋଷାବାଘୁଣୀ ଖଇରୀ l ସେତେବେଳେ ଶିମିଳିପାଳ ପାଇଁ ଅନେକ ପ୍ରସିଦ୍ଧି ଆଣିଥିଲା ଏଇ ଖଇରୀ l ଦେଶବିଦେଶରୁ ପର୍ଯ୍ୟଟକ, ଗବେଷକଙ୍କମାନେ ଆସୁଥିଲେ ତାକୁ ଦେଖିବା ପାଇଁ । ଖଇରୀ ଜନ୍ମ ହୋଇଥିଲା ବାଘମାଆ କୋଳରେ ଏବଂ ପାଳିତ ହୋଇଥିଲା ମଣିଷମାଆ କୋଳରେ । ଖଡିଆ ଜାତି(Kharia Tribe)ର ଲୋକଙ୍କଠାରୁ 5th October 1974 ରେ ଦୁଇମାସର ବାଘଛୁଆ ଖଇରୀକୁ ଆଣିଥିଲେ ପଦ୍ମଶ୍ରୀ ସର୍ଗତ ସରୋଜ ରାଜ ଚୌଧୁରୀ (The legendary wild lifer and Founder Director of Similipal Tiger Reserve), ଏବଂ ନିଜ ପାଖରେ ତାକୁ ରଖି ପାଳିପୋଷି ବଡ କରିଥିଲେ l ଖଇରୀ ନଈ କୂଳରୁ ମିଳିଥିବାରୁ ତାର ନାଁ ହେଲା ‘ଖଇରୀ’ ।

ସରୋଜ ରାଜ ଚୌଧୁରୀଙ୍କର ପତ୍ନୀ ନିହାର ନଳିନୀ ଦେବୀ ନିଜ ସନ୍ତାନ ଭଳି ଖଇରୀର ଯତ୍ନ ନେଉଥିଲେ । ସ୍ନେହ, ଆଦରରେ ବାଘୁଣୀ ଭୁଲି ଯାଇଥିଲା ନିଜର ହିଂସ୍ର ପ୍ରକୃତି । ପରିବାରର ଜଣେ ସଦସ୍ୟ ଭଳି ସେ ଖୋଲା ରହୁଥିଲା । ସମସ୍ତଙ୍କ ସହିତ ଖେଳୁଥିଲା, ବୁଲୁଥିଲା, ଖାଉଥିଲା ଆଉ ଶୋଉଥିଲା ମଧ୍ୟ; କେବେ କାହାର କୌଣସି କ୍ଷତି କରି ନ ଥିଲା l 28th March 1981ରେ ଜଳାତଙ୍କ(rabies) ରୋଗରେ ପ୍ରସିଦ୍ଧ ବାଘରାଣୀ ଖଇରୀ ପ୍ରାଣ ହରାଇଲା l

ଉପସ୍ଥାପନା: ଦୀପକ

No comments.

Leave a Reply