mini-banner-gif

ସମୟ

Spread the love

ସମୟ

ରଚନା- ବିନୟ ମହାପାତ୍ର

 

 

 

 

 

 

ତୁମକୁ ଛାଡିବାକୁ
ଇଚ୍ଛା ହେଉ ନଥିଲା
ଭାବିଥିଲି ତୁମକୁ ଅଟକେଇ ନେବି ।
ହଁ, ଇଏତ ମୋର ଦୁଃସାହସ ଥିଲା,
ଯଦିଓ ମୁଁ ଜାଣିଥିଲି,
ତୁମକୁ ଅଟକେଇ ନେବାର ସାହସ
କାହାର ବି ନଥିଲା ।
କିନ୍ତୁ ମୁଁ ଲୋଭି ହୋଇଗଲି,
ବୋଧହୁଏ ତୁମରି
ପ୍ରେମରେ ପଡି ଯାଇଥିଲି ।
ସେହି ମୁହୁର୍ତ୍ତ ମାନଙ୍କର ଅକର୍ଷଣ
ମୋତେ ଜାବୁଡି ଧରିଥିଲେ ଯେପରି ।
ହେଲେ ଏ କଣ ହେଲା,
ତୁମେ ତ ଗଲ,
ଗଲା ବେଳେ ସବୁ କିଛି,
ସାଉଁଣ୍ଟି ନେଇଗଲ ।
ଏ ବନର ସବୁଜିମା
ଫୁଲର ଯେତେକ ରଙ୍ଗ,ଆଉ
ପବନର ମିଠା ମିଠା ମହକ ସବୁକୁ ।

 

 

 

 

 

 

ମୁଁ ଶୁଣିଥିଲି,
ତୁମେ କୁଆଡେ ବଦଳି ଯାଅ,
ତୁମେ ଚାଲି ଗଲ, ଅବା
ତୁମେ ବଦଳି ଗଲ
ମୁଁ ତ ଜମାରୁ ବୁଝି ପାରିଲିନି ।
ହେଲେ ଏମିତି, ଏତେ ବେଶି
କିଏ ଯେ ବଦଳି ଯାଏ,
ବିଶ୍ୱାସ ହୁଏନା ।
ତୁମ ରଙ୍ଗ ରୂପ,
ତୁମର ମହକ ତ ମହକ
ତୁମ ବ୍ୟବହାର ବି ବଦଳି ଗଲା ।
ତୁମର ସେ ପୁରୁଣା ରୂପକୁ ତ,
ଜମା ଭୁଲି ହେଉନି,
ତୁମକୁ ଛାତିରେ ଲଗାଇ ରଖିଥିଲି,
ମନ ହେଉଥିଲା,
ତୁମେ କେବେ ଯାଆନ୍ତନି କି ହେଲେ ।
କିନ୍ତୁ ଆଜି ମନ ହୁଏ,
ତୁମେ ଏବେ ଚାଲି ଯାଆନ୍ତ କି,
ଆଉ କେବେ ଫେରନ୍ତ ବି ନାହିଁ,
ବହୁତ ଦୟା ହୁଅନ୍ତା ତୁମର ।

ମୁଁ ଏବେ ମାନି ଗଲି,
ତୁମେ ବହୁତ ବଳବାନ,
ତୁମେ, ତୁମ ଇଚ୍ଛାରେ ଆସିବ,
ତୁମ ଇଚ୍ଛାରେ ଚାଲି ଯିବ।
ତୁମେ ପ୍ରେମ କରିବ,
କିମ୍ବା ଅତ୍ୟାଚାର,
ସେ ସବୁ ପୁରାପୁରି
ତୁମ ମନ ମର୍ଜିର କଥା ।
ମୋତେ ଖାଲି ଆଖିମୁଜି
ବରଦାସ୍ତ କରିବାର ଅଛି ।
ଠିକ୍ ଅଛି, ମୁଁ ମୋ ଘରର
କବାଟ ଝରାକା ସବୁ
ତୁମ ପାଇଁ ଖୋଲା ଛାଡିଦେଲି,
ତୁମ ଇଚ୍ଛାରେ,
ତୁମେ ଯେବେ ଆସିବ,
ଯେବେ ଯିବ, ଯାହା କରିବ,
ଆଖି ମୁଦି ସବୁ ସହିନେବି ।
ନିଜକୁ ସମର୍ପି ଦେଲି
ମୁଁ ତୁମ ଅଧିନରେ ।

****×***

No comments.

Leave a Reply