mini-banner-gif

ଯୌବନ ମୋ ଚିର ବସନ୍ତ

Spread the love

“ଯୌବନ ମୋ ଚିର ବସନ୍ତ”

ରଚନା : ବିନୟ ମହାପାତ୍ର

କେହି ଜଣେ କହି ଗଲା,
କାନ ରେ ମୋ ତୁନି ତୁନି,
ଯୌବନ ମୋ ଚାଲି ଗଲା ବୋଲି।
ହେଲେ ବଡ ତାଜୁବ୍ ଲାଗିଲା,
ମନେ ମନେ ଦୋହରାଇବା କୁ
ମନ ହେଲା, ସେହି ଖଣ୍ଡ ବାକ୍ୟଟିକୁ,
ବାରମ୍ବାର କହି ପୁଣି ଶୁଣିବାକୁ,
ଯୌବନ ଚାଲି ଗଲା ବୋଲି ।
ଯୌବନ ସେ ଆସି ଥିଲା କେବେ,
କେଉଁଠି ଥିଲା ସେ ?

ମୋ ଶରୀର ରେ, ମୋ ମନ ରେ,
ନା’ ମୋର ମେରୁ ମଜ୍ଜା ରେ,
ଅଥବା ମୋ କୋଶିକା ରେ,
ମୋ ଶରୀର ର ପ୍ରତି ବୁନ୍ଦା,
ସ୍ୱେଦ ଆଉ ରକ୍ତ କଣିକା ରେ,
ଅଥବା ମୋ ରକ୍ତ ର ଉଷ୍ମତା ରେ?
ମୋର ଲାଳିତ୍ୟ ଲାବଣ୍ୟ ତ୍ୱଚା ରେ
ମୋ ଉଦଣ୍ଡ ଚାଲି ରେ,
ନା ମୋର କଥା ରେ, ମୋ ବ୍ୟଥା ରେ
ନା ମୋର ଗୀତ ରେ, ନା ପ୍ରିତି ରେ ?
ଯୌବନ ତ ଥଲା ମୋର ମନରେ,
ମୋ ହୃଦୟ ର ପ୍ରତିଟି ଷ୍ପନ୍ଦନ ରେ,
ମୋ ଭାବ ରେ, ମୋ ଭାବନା ରେ,
ମୋ ଚିନ୍ତା ରେ, ମୋ ଚେତନା ରେ ?

ଯୌବନ ର ଅନୁଭବ ଥିଲା ମୋର କଥା ରେ,
ମୋ ବ୍ୟଥା ରେ, ମୋ ଗୀତ ରେ ।
ଆଜି ବି ତ ସେ ଯୌବନ ସେଇ ମିତି ଅଛି
ମୋ ଭାବନା ରେ, ମୋ ମନ ରେ,
ମୋ ପ୍ରେମ ରେ, ମୋ ହୃଦୟ ରେ, ।
ମୋ ମସ୍ତିସ୍କ ର କଣ କଣିକା ରେ,
ମୋ ହୃଦୟ ର ପ୍ରତି ଟି ଧମନୀ ରେ,
ରକ୍ତ ର ପ୍ରତି ଟି କଣ କଣିକା ରେ ।
ଯୌବନ ର ରଙ୍ଗ ଏବେ ବି ତାଜା ଅଛି
ମୋ ହୃଦୟ ରେ, ମନ ରେ, ଦେହ ରେ,
ମୋ ଭାବ ରେ, ଭାବନା ରେ, ମୋ ଭଙ୍ଗିବା ରେ ।
ମୋ ବାଳ ର ରଙ୍ଗ ସହିତ,
ଯୌବନ ର ରଙ୍ଗ ଫିକା ପଡି ନାହିଁ,
ମୋ ତ୍ୱଚା ର ଲାଳିତ୍ୟ ସହ
ଯୌବନ ମୋ ଲଟକି ଯାଇନି ।
ଯୌବନ ମୋ ଚିର ବସନ୍ତ ର ପରି,
ମୁଁ ତ ଚିର ସବୁଜ, ଚିର ଜାଗୃତ,
ମୋ ମନରେ ଏବେ ବି କୋଇଲି ଗାଉଛି,
ବସନ୍ତ ଆସିବ ବୋଲି ସଞ୍ଜ ସକାଳ ରେ
ଫଗୁଣ ମୋର କବାଟ ପିଟୁଛି ।

***×***

No comments.

Leave a Reply