mini-banner-gif

ମୁକ୍ତି ଅଭିଳାଶ-by ବିନୟ ମହାପାତ୍ର

Spread the love

ମୁକ୍ତି ଅଭିଳାଶା

ରଚନା- ବିନୟ ମହାପାତ୍ର

 

 

 

 

 

 

 

ବେଳେ ବେଳେ ଭାବିବାକୁ
ମନ ବିବଶ ହୋଇ ଯାଏ,
ଯାହାକୁ ଦେଖ, ଯାହାକୁ ପଚାର,
ସଭିଙ୍କ ମନରେ, ସଭିଙ୍କ ମୁହଁରେ
ସେଇ ଗୋଟିଏ ଉତ୍ତର,
ମୁକ୍ତି ଦରକାର,
ସମସ୍ତେ ମୁକ୍ତି ର ପଥ ଖୋଜୁଛନ୍ତି,
ବୁଝି ହୁଏନା, ଏ ମୁକ୍ତି,
କାହା ଠାରୁ କାହିଁକି ଦରକାର ?
କିଏ ବାନ୍ଧି ରଖିଛି ସମସ୍ତ ଙ୍କୁ,
କିଏ ଲଦି ଦେଇଛି ଏତେ
ଭାରି ବୋଝ ସଭି ଙ୍କ ମଥାରେ ?

 

 

 

 

 

 

ସବୁ ଠାରୁ ବଡ, ମୁକ୍ତି ର ଆଶା,
ଏଇ ମାୟା ସଂସାର ଜଂଜାଳ ରୁ ମୁକ୍ତି,
ସେଇ କେବଳ ଗୋଟିଏ ଅଭିଲାଶା,
ହେ ପ୍ରଭୁ, ଏ ସଂସାର ଜଞ୍ଜାଳ ରୁ
ଯେତେ ଶିଘ୍ର ପାର ମୁକ୍ତି ଦେଇ ଦିଅ,
ଫେରାଇ ନିଅ ହେ ପ୍ରଭୂ,
ତୁମର ସେ ବୈକୁଣ୍ଠ ଧାମକୁ ।
ଯେଉଠି ଅଛି, କେବଳ ଫୁର୍ସତ ର,
ଅନନ୍ଦ ର ଅସରନ୍ତି ମୁହୁର୍ତ୍ତ ଅନେକ,
ସେଠି ନା କିଛି କରିବାକୁ ହେବ,
ନା’ କଛି ଭାବିବାର ଆବଶ୍ୟକତା ଥିବ,
ଥିବ କେବଳ ରାଜକୀୟ ଥାଟ ବାଟ,
ଆରାମ ହି ଆରାମ, ଆନନ୍ଦ ତ ଆନନ୍ଦ
ସେଠି ଥିବ ପରମ ଆନନ୍ଦ ।
ନା’ କିଛି ଚିନ୍ତା, ନା’ କିଛି ଜଞ୍ଜାଳ,
ନା’ କାହାର କିଛି ଫରମାଇସୀ ଥିବ,
ବୈକୂଣ୍ଠ ରେ ଥିବ ଖାଲି ନିଜଞ୍ଜାଳ ଶାନ୍ତି ।

କାହିଁକି ଚାହୁଁଛ ବନ୍ଧୁ ଯିବା ପାଇଁ
କେଉଁ ଏକ ଅଜଣା ରାଇଜେ ?
ସବୁ କିଛି ତ ଏଇଠି ଅଛି,
ଯାହା କିଛି, ଅଛି ସ୍ୱର୍ଗ ଧାମେ,
ପ୍ରଭୂ ବି ପାରେନା ଭୂଲି,
ଏ ସୁନ୍ଦର ସୃଷ୍ଟି ର ମମତା,
ମାତା କୋଳ ଖୋଜେ ଏଠି ପୁଣି
ବନ୍ଧୁ ର ବନ୍ଧୁତ୍ୱ, ପ୍ରେମ ଟିକେ ପାଇଁ
ଚାଲି ଆସେ ନେଇ ନା ନା ରୂପ ।
ଭଗବାନ ସୃଷ୍ଟ ଏ ବିଶାଳ ପୃଥିବୀ,
ଫଞ୍ଚଭୂତ ସେବା ପାଇଁ ସର୍ବଦା ତତ୍ପର
ମୁକ୍ତ ବାୟୁ, ଅସରନ୍ତି ଜଳ, ବିସ୍ତିର୍ଣ ଗଗନ,
ଏତେ ବିଶାଳ ଧରିତ୍ରୀ,
ଚନ୍ଦ୍ର ସୂର୍ଯ୍ୟ ଘଡି ଦେଖି ସମୟ ରେ
ଆସନ୍ତି, ରୁହନ୍ତି ଓ ଯାଆନ୍ତି,
ଋତୁ ଚକ୍ର ନିୟମ ରେ, ନିୟମିତ ଆସେ,
ନିଜର ସେବା ଦେବା ରେ,
କେବେ କେହି କୁଣ୍ଠିତ ନୁହନ୍ତି ।
କି ସୁନ୍ଦର ଆହା, କି ଆନନ୍ଦ ମୟ
ଏହି ବିଶାଳ ସଂସାର, ଭୁଲୁଛ କେମିତି?

ପୁରୁଷ ଓ ନାରୀ ଗଢିଛି ବିଧାତା,
ପରିବାର ପାଇଁ, ପ୍ରକୃତି କୁ
ଆଗେ ବଢାଇବା ପାଇଁ ।
ପ୍ରେମ, ସ୍ନହ, ବାତ୍ସଲ୍ୟ ମମତା,
ଦୟା, କରୁଣା, ସମ୍ବେଦନଶୀଳ,
କୋମଳ ହୃଦୟ ଦେଇଛି,
ରାଗ, ଦ୍ୱେଶ ହିଂସା, ଇର୍ଷା, ପରଶ୍ରୀକାତର
ଗୁଣ ବି ଦେଇଛି ସବୁରି ହୃଦୟେ,
ଅମୃତ ବି ବିଷ ବି ଖଞ୍ଜିଛି,
ଭାବିବାକୁ, ଭୂଲ ଠିକ୍ ନିର୍ଣୟ ପାଇଁ,
ବିବେକ ଓ ମସ୍ତିସ୍କ ଦେଇଛି,
ସୁନ୍ଦର ସବଳ ଶରୀର ଦେଇଛି ।
କି ବସ୍ତୁ ର ଅଭାବ ଏଠି ଅବା,
କେଉଁ ଆବଷ୍ୟକତା ପାଇଁ,
କଣ ବା ଦେଇ ନାହିଁ କୁହ ?
ଏତେ ସବୁ ମିଳି ଗଲା ପରେ ବି,
କାହିଁକି ବିବ୍ରତ ମଣିଷ,
କାହିଁକି ଖୋଜୁଛି ପଳାୟନ ର ମାର୍ଗ,
ମୁକ୍ତି ର ଛଦ୍ମ ଆଢୁଆଳେ?

ଏଇ ଦୁନିଆ ର କ୍ରିକେଟ ପଡିଆ ରେ
ଆମେ ସବୁ ଖେଳାଳୀ ଜଣେ ଜଣେ,
ଦର୍ଶକ ଦିଘାରେ ଦେଖ ବସିଛି ସେ,
ସିଲେକ୍ଟର, ମ୍ୟାନେଜର,
କୋଚ ଓ ଆମ୍ପାୟର,
ଅଲ୍ ଇନ୍ ୱାନ, ସେଇ ଭଗବାନ ।
ଭଲ ଫିଲ୍ଡ ଦେଇଛି,
ପିଚ୍ ବି ଖେଳ ଉପଯୋଗୀ,
ଏବେ ତୁମେ ଖେଳ, ଛକ୍କା ଚୌକା ମାର,
ଅବା ତୁମ ବୋଲିଂ ରେ ୱିକେଟ ଉଡାଅ ।
ଭଲ ଖିଲାଡି ତ ଆନନ୍ଦେ ଖେଳିବ,
ଅନାଡି ଯେ ମଉକା ଖୋଜିବ,
କି ଉପାୟେ ଡ୍ରେସଂ ରୁମ୍ କୁ ଫେରିବ ।

କୁହ ଦେଖି ଭଲା ଥରେ,
ଅନାଡି କି ଦାବି କରି ପାରେ
ମ୍ୟାନ୍ ଅଫ ମ୍ୟାଚର ଭବ୍ୟ ପୁରସ୍କାର ?
କି ହେବ ଦଶା ତାର ?
କୋଚ ତ ଛାଡିବନି ଜମା,
ବାରମ୍ବାର ଟାଣି ନେବ,
ଅଭ୍ୟାସ ର ମଇଦାନ କୁ,
ଭଲ ଭାବେ ରଗଡିବ ଯେ ପର୍ଯ୍ୟନ୍ତ
ପୋଖତ ଖେଳାଳି ଟିଏ,
ନ ହୋଇ ଯାଇଛି ।
ନ ହୋଇ ପାରିଲା ଯଦି,
ମୁକ୍ତ କରି ଦେବ, ଟିମ୍ ରୁ ଧକ୍କା ମାରି
ବାହାର ର ରାସ୍ତା ଦେଖାଇବ ।

ବନ୍ଧୁ ପଳାୟନ ରାସ୍ତା ଖୋଜ ନାହିଁ
ମୁକ୍ତି ମାର୍ଗ ନୁହେଁ,
ନର୍କ ର ରାସ୍ତା ଖୋଲି ଯିବ ।
ସଂସାର ର ଖେଳ ମଇଦାନେ,
ଭଲ ଖେଳିବାକୁ ଶିଖ,
ସବୁ ସାଧନ ତ ଉପଲବ୍ଧ ଏଠି ।
ଟ୍ରଫି ପାଇଁ ଚେଷ୍ଟା କର,
ଟ୍ରଫି ନ ହେଲେ ନାହିଁ,
ଟିମ ମେମ୍ବର ର ମେଡାଲ ଟିଏ ତ,
ଖେଳ ଶେଷ ରେ ଅବଶ୍ୟ ମିଳିବ ।

*ପଟିଆ, ଭୂବନେଶ୍ୱର, ଓଡିଶା*

***×***

No comments.

Leave a Reply